Home Coronavirus Outbreak ରାଜ୍ୟରେ ଆଜି କରୋନା ନେଲା ୧୫ ଜୀବନ : ମୋଟ ସଂଖ୍ୟା ୮,୫୭୫ କୁ ବୃଦ୍ଧି

ରାଜ୍ୟରେ ଆଜି କରୋନା ନେଲା ୧୫ ଜୀବନ : ମୋଟ ସଂଖ୍ୟା ୮,୫୭୫ କୁ ବୃଦ୍ଧି

126

ଭୁବନେଶ୍ୱର ୨୯ -୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୫ ଜୀବନ। ମୋଟ ସଂଖ୍ୟା ୮,୫୭୫ କୁ ବୃଦ୍ଧି ହୋଇଛି। ତେବେ

୧. ଅନୁଗୁଳ ଜିଲ୍ଲାର ୨୭ ବର୍ଷ ବୟସ୍କା ମହିଳା।

୨. ବରଗଡ ଜିଲ୍ଲାର ୭୫ ବର୍ଷ ବୟସ୍କା ମହିଳା ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୩. ଭୁବନେଶ୍ୱରର ୬୯ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ଥିଲେ।

୪. କଟକ ଜିଲ୍ଲାର ୯୬ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୫. ଗଞ୍ଜାମ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ ଏବଂ ଆକ୍ୟୁଟ୍ କିଡନୀ ସଂକ୍ରମଣରେ ମଧ୍ୟ ପୀଡିତ ଥିଲେ।

୬. ଗଞ୍ଜାମ ଜିଲ୍ଲାର ୧୩ ମାସର ବାଳକ।

୭. ଗଞ୍ଜାମ ଜିଲ୍ଲାର ୩୪ ବର୍ଷ ବୟସ୍କ ପୁରୁଷ।

୮. କେନ୍ଦ୍ରାପଡା ଜିଲ୍ଲାର ୯୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯. ଖୋର୍ଦ୍ଧା ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ କି ଏକାଧିକ ରୋଗରେ ପୀଡ଼ିତ ଥିଲେ।

୧୦. ଖୋର୍ଦ୍ଧା ଜିଲ୍ଲାର ୬୫ ବର୍ଷ ବୟସ୍କ ପୁରୁଷ।

୧୧. ମୟୁରଭଞ୍ଜ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେରେବ୍ରୋ ଭାସ୍କୁଲାର ଦୁର୍ଘଟଣାରେ ପୀଡିତ ଥିଲେ।

୧୨. ନବରଙ୍ଗପୁର ଜିଲ୍ଲାର ୫୦ ବର୍ଷ ବୟସ୍କା ମହିଳା।

୧୩. ନୁଆପଡା ଜିଲ୍ଲାର ୫୭ ବର୍ଷ ବୟସ୍କା ମହିଳା।

୧୪. ପୁରୀ ଜିଲ୍ଲାର ୭୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ, ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୧୫. ରାୟଗଡ଼ା ଜିଲ୍ଲାର ୨୫ ବର୍ଷ ବୟସ୍କା ମହିଳା ଯିଏକି ମ୍ୟାଲେରିଆ ପିଭି ପଜିଟିଭ୍ ରେ ପୀଡିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.