Home ଓଡ଼ିଶା ରଣପୁର ମହୋତ୍ସବର ଦ୍ୱିତୀୟ ସଂଧ୍ୟା ସହିଦ୍ ରଘୁ-ଦିବାକରଙ୍କ ପାଇଁ ଉତ୍ସର୍ଗ

ରଣପୁର ମହୋତ୍ସବର ଦ୍ୱିତୀୟ ସଂଧ୍ୟା ସହିଦ୍ ରଘୁ-ଦିବାକରଙ୍କ ପାଇଁ ଉତ୍ସର୍ଗ

165

ନୟାଗଡ/୦୬/୦୧(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ସାରା ଭାତରରେ ରଣପୁର ମହୋତ୍ସବ ଏକ ଅନନ୍ୟ ମହୋତ୍ସବ । ଭାରତ ସ୍ୱାଧିନତା ଆନ୍ଦୋଳନର ବଳିଦାନକୁ ନେଇ ରଣପୁର ମହୋତ୍ସବ ଅର୍ଜୁନ୍ ୨୦୨୦ । ଏ ମହୋତ୍ସବର ଦ୍ୱିତୀୟ ସଂଧ୍ୟାଟି ଅମର ସହିଦ୍ ରଷୁ-ଦିବାକରଙ୍କ ପାଇଁ ଉତ୍ସର୍ଗ । ଏହି ମହୋତ୍ସବରେ ମୁଖ୍ୟ ବକ୍ତା ଭାବରେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ଖବର କାଗଜର ମୁଖ୍ୟ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବରେ ନୟାଗଡ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ଶତପଥି,ରଣପୁର ବ୍ଲକ୍ ଅଧ୍ୟକ୍ଷା ନିରୁପମା ପ୍ରଧାନ, ଖାଉଟି ଅଦାଲତର ଅଧ୍ୟକ୍ଷ ନାରାୟଣ ପଣ୍ଡା, ମହୋତ୍ସବ କମିଟିର ସଂଯୋଜକ ଇଂ.ଦେବାଶିଷ ପଟ୍ଟନାୟକ,ମହୋତ୍ସବ କମିଟିର ସମ୍ପାଦକ ସୁରେଶ ମିଶ୍ର, କମିଟିର ଆବାହକ ପୁର୍ଣ୍ଣଚନ୍ଦ୍ର ରାୟ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ବିରଂଚି ନାରାୟଣ ତ୍ରିପାଠୀ ମଂଚ ସଂଚାଳନା କରିଥିଲା ବେଳେ ଅଧ୍ୟାପକ ସତ୍ୟନାରାୟଣ ମହାପାତ୍ରଙ୍କ ତରଫରୁ ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା । ଶ୍ରୀଯୁକ୍ତ ସୁଶାନ୍ତ କୁମାର ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ସମ୍ପାଦକ ସୁରେଶ ଚନ୍ଦ୍ର ମିଶ୍ର ସଂକ୍ଷେପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହୋତ୍ସବ କମିଟିର ସଭାପତିତ୍ୱ କରିବା ସହ ଦ୍ୱିତୀୟ ସଂଧ୍ୟାଟି ଅମର ସହିଦ୍ ରଘୁ-ଦିବାକରଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗୀକୃତ ବୋଲି ଘୋଷଣା କରିଥିଲେ । ସମସ୍ତ ସମ୍ମାନିତ ଅତିଥି ରଣପୁର ମାଟିର ସ୍ୱାଧିନତା ଆନ୍ଦୋଳନରେ ଅବଦାନ ସମ୍ପର୍କରେ କହିଥିଲେ । ଆରକ୍ଷୀ ଅଧିକ୍ଷକ ଶଶୀଭୁଷଣ ଶତପଥି ସ୍ୱାଧିନତା ଆନ୍ଦୋଳନରେ ରଣପୁର ଜନସାଧାରଣଙ୍କର ଭୁମିକା ସମ୍ପର୍କରେ କହିଥିଲେ । ମୁଖ୍ୟ ବକ୍ତା ସୌମ୍ୟରଂଜନ ପଟ୍ଟନାୟକ ସ୍ୱାଧିନତା ଆନ୍ଦୋଳନରେ ରଣପୁର ପ୍ରଜାମେଳି ସହ ବ୍ରିଟିଶ୍ ସରକାରଙ୍କ ଗଡଜାତର ରାଜନୈତିକ ପ୍ରତିନିଧି ମେଜର ବେଜେଲଗେଟ୍‌କୁ ହତ୍ୟା ସମ୍ପର୍କରେ ରଘୁ-ଦିବାକର ଫାସି ପାଇବା ଘଟଣା କୁ ଆଲୋକପାତ କରିଥିଲେ । ରଣପୁର କଳା ସଂସ୍କୃତି ଓ ଗଡଜାତ ଆନ୍ଦୋଳନ ସମ୍ପର୍କରେ ନାରାୟଣ ପଣ୍ଡା ଅଭିଭାଷଣ ରଖିଥିଲେ । ମୁଖ୍ୟ ଅତିଥି ମାନ୍ୟବର କୃଷି, ସଶକ୍ତି କରଣ, ମସ୍ôୟ ,ପଶୁପାଳନ ଓ ଗଣଶିକ୍ଷା ମନ୍ତ୍ରୀ ବିଳମ୍ବିତ ସଂଧ୍ୟା ପର୍ଯ୍ୟନ୍ତ ମଂଚକୁ ଆସିନଥିଲେ । ସର୍ବ ଶେଷରେ ଆଇନ୍‌ଜିବୀ ବନମାଳୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ସଂଧ୍ୟାରେ ଆଂଚଳିକ କଳା,ନୃତ୍ୟ ପ୍ରଦର୍ଶିତ କରାଯାଇଥିଲା । ସଭାପରେ ପୁରୀର ରଙ୍ଗଶାଳା ଦ୍ୱାରା ପରିବେଶିତ ଦେଶାତ୍ମବୋଧକ ନୃତ୍ୟ ରଣପୁର ବାସୀଙ୍କ ମନକୁ ସ୍ୱାଧିନତା ଆନ୍ଦୋଳନ ଘଟଣା ଆନ୍ଦୋଳିତ କରିଥିଲା । ପ୍ରାୟ ୧୦ହଜରାରୁ ଉର୍ଦ୍ଧ୍ୱ ରଣପୁରବାସୀ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ଉଠାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.