Home ଜିଲ୍ଲା ପରିକ୍ରମା ନାଗରିକତା ସଂଶୋଧନ ଅଧିନିୟମ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

ନାଗରିକତା ସଂଶୋଧନ ଅଧିନିୟମ ଉପରେ ବିଜେପିର ସାମ୍ବାଦିକ ସମ୍ମିଳନୀ

145

ନୟାଗଡ଼, ୫ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ନାଗରିକତା ସଂଶୋଧନ ଅଧିନିୟମ ଆଇନ -୨୦୧୯ କୁ ସମର୍ଥନ ନେଇ ନୟାଗଡ଼ ଜିଲା ବିଜେପିର ସଚେତନତା କାର୍ଯ୍ୟକ୍ରମ ଓ ଏହାର ମହତ୍ୱପୂଣ୍ଣ ଆବଶ୍ୟକତା ଉପରେ ସ୍ଥାନୀୟ ଏକ କଲ୍ୟାଣ ମଣ୍ଡପରେ ବିଜେପି ସାମ୍ବାଦିକ ସମ୍ମିଳନୀ କରିଛି। ଜିଲା ବିଜେପି ସଭାପତି ସନ୍ୟାସି ନାୟକଙ୍କ ସଭାପତିତ୍ୱରେ ଏହି ସମ୍ମିଳନୀରେ ବିଜେପି କେନ୍ଦ୍ରୀୟ ନେତା ସମ୍ବିତ୍ ପାତ୍ର କହିଥିଲେ ନାଗରିକତା ସଂଶୋଧନ ଆଇନ ମୋଦି ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବିଜେପି ଅନୁପ୍ରାଣିତ ହେବାକୁ ଚାହେଁ। ପାକିସ୍ଥାନରେ ରହୁଥିବା ହିନ୍ଦୁ, ଶିଖ ଯଦି ସେଠାରେ ନରହିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ଭାରତରେ ରଖିବାକୁ ଦିଅ। ସେମାନଙ୍କୁ ଜାଗା, ସୁରକ୍ଷା ଓ ରୋଜଗାର ଦେବା ଭାରତ ସରକାରଙ୍କ ବଡ଼ ଓ ପ୍ରଥମ କାର୍ଯ୍ୟ ସହ ସେମାନଙ୍କୁ ନାଗରିକତା ଦେବା। ଯାହା ନରେନ୍ଦ୍ର ମୋଦି ସରକାର ଆଜି ପାଳନ କରିବାକୁ ଯାଉଛନ୍ତି। ଯାହାକି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ବିଜେପି ପାଳନ କରିବାକୁ ଯାଉଛି। ପାକିସ୍ଥାନ, ଆଫଗାନିସ୍ଥାନ ଏବଂ ବଙ୍ଗଳାଦେଶରେ ଧାର୍ମିକ ଆଧାରରେ ପ୍ରପୀଡନର ଶିକାର ହୋଇ ବିସ୍ଥାପିତ ଜୀବନ ବିତାଉଥିବା ଅସଂଖ୍ୟ ଶରଣାର୍ଥୀଙ୍କୁ ସେମାନଙ୍କର ଅଧିକାର ମିଳିବା ସହ ନାଗରିକ ସଂଶୋଧନ ଅଧିନିୟମ ଭଳି ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇପାରିଛି। ଏହି ଆଇନରେ କେବଳ ଉତ୍ପୀଡନର ଶିକାର ହୋଇଥିବା ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିବାବେଳେ କାହାପ୍ରତି କୌଣସି ଭେଦଭାବ ରଖାଯାଇ ନାହିଁ ବୋଲି କହିଥିଲେ। ସେ କହିଥିଲେଯେ ବିରୋଧିମାନେ ଯେଉଁ କ୍ଷୁଦ୍ର ସ୍ୱାର୍ଥପାଇଁ ରାଜନୀତି କରୁଛନ୍ତି ତାହା କୌଣସି ପ୍ରକାରେ ସଫଳ ହୋଇ ପାରିବେ ନାହିଁ। ଯେଉଁପରି ଭାବରେ ହିନ୍ଦୁମାନଙ୍କର ଜବରଦସ୍ତି ଧର୍ମ ପରିବର୍ତ୍ତନ, ନରସଂହାର, ବଳାତ୍କାର ଏବଂ ସମ୍ପତ୍ତି ଉପରେ ଜବରଦଖଲ କରାଯିବାରେ ଯଦି ସେମାନେ ନିଜକୁ ବଂଚାଇବା ପାଇଁ ଭାରତ ଆସୁଛନ୍ତି ସେମାନଙ୍କୁ ସୁରକ୍ଷା ଦେବା ଆମର ମାନବିକତାର କାର୍ଯ୍ୟ। ଯେଉଁ ଶରଣାର୍ଥୀମାନେ ୨୦୧୪ ମସିହା ଡିସେମ୍ବର ୩୧ ସୁଦ୍ଧା ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କୁ ନାଗରିକତା ଦେବା ସହ ସେମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ଅନ୍ୟାନ୍ୟ ସୁବିଧା ଦିଆଯାଇ ଏସବୁ ସମସ୍ୟାର ସମଧାନ ପାଇଁ ରାଜନୈତିକ ଇଛାଶକ୍ତି, ଅତୁଟ ପ୍ରତିବଦ୍ଧତା, ପୂର୍ଣ୍ଣ ସମର୍ପଣ, ଦୂରଦର୍ଶିତା ଦେଖାଇବା ସହିତ ରାଜନୈତିକ ଚାପର ଉପରକୁ ଉଠି ସମସ୍ତ ବାଧାକୁ ପଛରେ ପକାଇ କେନ୍ଦ୍ର ସରକାର ଏଭଳି ଏକ ମହାନ ନିଷ୍ପତି ନେଇଥିବା କଥା ଶ୍ରୀପାତ୍ର କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, କାଶୀନାଥ ମଲ୍ଲିକ ଓ ଜିଲା ବିଜେପି ଜିଲା ସଭାପତି ଲାଲା ମନୋଜ ରାୟ ଓ ବିଜେପି ନେତା ସନ୍ୟାସୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.