Home ଜିଲ୍ଲା ପରିକ୍ରମା ରକ୍ତଭଣ୍ଡାର କର୍ମଚାରୀଙ୍କ ଅବହେଳାପାଇଁ ରକ୍ତଦାନ କରି ନ ପାରି ନିରାଶରେ ଫେରିଗଲେ ୧୬୩ ଜଣ ଅଙ୍ଗନୱାର୍ଡ଼ି...

ରକ୍ତଭଣ୍ଡାର କର୍ମଚାରୀଙ୍କ ଅବହେଳାପାଇଁ ରକ୍ତଦାନ କରି ନ ପାରି ନିରାଶରେ ଫେରିଗଲେ ୧୬୩ ଜଣ ଅଙ୍ଗନୱାର୍ଡ଼ି କର୍ମୀ, ସିଡିଏମଓଙ୍କ ତଦନ୍ତ ଆରମ୍ଭ

492

ମାଲକାନଗିରି, ୨୩ା୪ (ଓଡିଆ ପୁଅ) ଆଜି ମାଲକାନଗିରି ଜିଲ୍ଲା ରକ୍ତଭଣ୍ଡାରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି, ରକ୍ତଭଣ୍ଡାରରେ ଆବଶ୍ୟକୀୟ ପରିମାଣର ରକ୍ତ ନଥିବାରୁ ମାଲକାନଗିରି ବ୍ଲକର ୧୭୦ଜଣ ଅଙ୍ଗନୱାର୍ଡ଼ି କର୍ମୀମାନେ ସ୍ୱେଚ୍ଛାକୃତ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ, ରକ୍ତଭଣ୍ଡାରର କିଛି କର୍ମଚାରୀଙ୍କ ଖରାପ ବ୍ୟବହାର ଓ ଅବହେଳା ପାଇଁ ମାତ୍ର ୭ଜଣ ରକ୍ତଦାନ କରି ୧୬୩ ଜଣ ମହିଳା ରକ୍ତଦାନ କରି ନପାରି ନିରାଶ ହୋଇ ଫେରି ଯାଇଛନ୍ତି। ଅନ୍ୟମାନଙ୍କୁ କାହିଁକି ଫେରାଇଦିଆ ଗଲା ସେ ସଂପର୍କରେ ସିଡିଏମଓ ତଦନ୍ତଆରମ୍ଭ କରିଛନ୍ତି। ମାଲକାନଗିର ଜିଲ୍ଲାରେ ତାପମାତ୍ରୀ ୪୨ଡିଗ୍ରୀ ହେବା ଓ ପ୍ରବଳ ଗରମ ଯୋଗୁଁ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର ଠିକ ଭାବେ ହୋଇପାରୁନାହିଁ, ମାଲକାନଗିରି ଜିଲ୍ଲା ରକ୍ତ ଭଣ୍ଡାରରେ ଗତ ଦୁଇମାସ ହେଲା ଆବଶ୍ୟକୀୟ ପରିମାଣର ରକ୍ତ ଗଛିତ ନଥିବା ଓ ରୋଗି ମାନେ ହଇରାଣ ହେଉଥିବାର ଖବର ଜାଣିପାରି ଆଜି ସେମିଳିଗୁଡାସ୍ଥ ଲିଭଫର ଅଦର୍ସ ସଂସ୍ଥା ଓ ଜିଲ୍ଲା ଶିଶୁମହିଳା କଲ୍ୟାଣ ବିଭାଗ ପକ୍ଷରୁ ଏକ ମାଗଣା ରକ୍ତଦାନ ଶିବିର ଆୟୋଜନ କରା ଯାଇଥିଲା। ଆଜି ସକାଳେ ରକ୍ତଭଣ୍ଡାର ପରିସରରେ ଆୟୋଜିତ ମାଗଣା ରକ୍ତଦାନ ଶିବିରେ ମୁଖ୍ୟଅତିଥି ଭାବେ ଉପଜିଲ୍ଲାପାଳ ରାମେଶ୍ୱର ପ୍ରଧାନ ଯୋଗଦେଇ ଉକ୍ତ ଶିବିରଟିକୁ ଉଦଘାଟନ କରିଥିଲେ। ମାଲକାନଗିରି ଜିଲ୍ଲା ସମାଜମଙ୍ଗଳ ବିଭାଗ ର ପୋଗ୍ରାମ ଅଫିସର ଶ୍ରୀମତୀ ସ୍ନିଗଧା ରାଣୀ ମିଶ୍ର ଏହି ଶିବିର ପରିଚାଳନା କରିଥିବା ବେଳେ ମାଲକାନଗିରି ସିଡିପିଓ ନିଳିମା ମଣ୍ଡଳ, ସୁପରଭାଇଜର ରେଖା ସୋଭାସୁନ୍ଦର, ସସ୍ମିତା ବେହେରା, ଗୀତା ସ୍ୱାଇଁ, ବାସନ୍ତି ବିଶ୍ୱାଳା, ପ୍ରେମଲତା ପ୍ରମୁଖ ଆଇସିଡିଏସ କର୍ମଚାରିମାନେ ସହାୟତା କରିଥିଲେ। ମାଲକାନଗିରି ବ୍ଲକର ଆଇସିଡିଏସ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ୧୭୦ ଜଣ ଅଙ୍ଗନୱାର୍ଡ଼ି କର୍ମୀ ମାନେ ରକ୍ତଦାନ କରିବାପାଇଁ ପ୍ରବଳ ଖରାରେ ଦୂରଦୂରାନ୍ତରୁ ଆସି ରକ୍ତଭଣ୍ଡାର ପରିସରରେ ପହଁଚିଥିଲେ। ଏକା ସଙ୍ଗେ ବହୁସଂଖ୍ୟାରେ ମହିଳା ମାନଙ୍କୁ ଦେଖି ରକ୍ତଭଣ୍ଡାରର କର୍ମଚାରି ମାନେ ଛାନିଆ ହୋଇପଡିଥିଲେ। ମାତ୍ର ୭ ଜଣଙ୍କୁ ପରୀକ୍ଷା କରି ସାବିତ୍ରୀ ବିଶ୍ୱାସ, ହେମଲତା ମଣ୍ଡଳ, ରାନିରାଣି ମଣ୍ଡଳ, ବିଣା ସିକଦାର, ଆଶିଶ ମିଶ୍ର, ବିଜଲି ବାଲା, ଜିତେନ୍ଦ୍ରଜାନୀ ଏହି ସାତଜଣଙ୍କଠାରୁ ରକ୍ତସଂଗ୍ରହ କରି ଅନ୍ୟ୧୬୩ଜଣଙ୍କୁ ପରୀକ୍ଷା ନକରି ତୁମର ଓଜନ ଓ ହେମୋଗ୍ଲୋବିନ କମ ଅଛି, ବିପି ଅଛି ତୁମ ମାନଙ୍କ ଠାରୁ ରକ୍ତ ନିଆଯାଇପାରିବ ନାହିଁ କହି ଫେରାଇଦେଇଥିଲେ। ଆମର ପରୀକ୍ଷା ନକରି କିପରି ଆପଣମାନେ ଜଣିଲେ ବୋଲି ଅଙ୍ଗନ ୱାର୍ଡ଼ିକର୍ମୀ ମାନେ ପଚାରିବାରୁ ଜଣଙ୍କର ପରୀକ୍ଷା ପାଇଁ ୫୦ଟଙ୍କା ଲେଖା ଖର୍ଚ ହେଉଛି, ସେ ଟଙ୍କା କିଏ ଦେବ, ସମସ୍ତଙ୍କ ପରୀକ୍ଷା କରିବା ଦରକାରନାହିଁ, ତୁମେ କଣ ଜାଣିଛ ଆମେ ମେଡିକାଲ ପାଠପଢିଛୁ ଆମେ ପରୀକ୍ଷା ନକରି ଦେଖିଦେଲେ ଜାଣିଦେବୁ କହି ସେମାନଙ୍କ ଠାରୁ ରକ୍ତସଂଗ୍ରହ କରିନଥିବାରୁ ସେଠାରେ ଚାପାଉତେଜନା ସୃଷ୍ଟି ହୋଇଥିଲା। ଅଙ୍ଗନୱାର୍ଡ଼ି କର୍ମୀ ସିଡିପିଓ, ସୁପରଭାଇଜର ମାନେ ରକ୍ତଭଣ୍ଡାର ଆଗରେ କିଛି ସମୟ ଧରି ବିକ୍ଷୋଭ ପ୍ରଦର୍ଶନ କରି ସେମାନଙ୍କ କଥା କେହି ନଶୁଣିବାରୁ ନିରାଶହୋଇ ରକ୍ତଦାନ କରିନପାରି ୧୬୩ଜଣ ଅଙ୍ଗନୱାର୍ଡ଼ି କର୍ମୀ ନିଜ ନିଜ ଗାଁକୁ ଫେରି ଯାଇଥିଲେ। ଏ ସଂପର୍କରେ ଆଇସିଡିଏସ ପୋଗ୍ରାମ ଅଧିକାରୀ ଶ୍ରୀମତୀ ମିଶ୍ର କହିଛନ୍ତି ଅବିଭକ୍ତ କୋରାପୁଟ ଜିଲ୍ଲାରେ ମହିଳାମାନଙ୍କ ସାଧରଣତ ୧୦ରୁ ୧୧ ପଏଟଂ ହେମୋଗ୍ଲୋବିନ ଥାଏ, କୋଚିତ କାଁ ଭାଁ ମହିଳାଙ୍କର ୧୨ପଏଟଂ ହେମଗ୍ଲୋବିନ ରହୁଛି। କୋରାପୁଟ, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ସେହି ମହିଳା ଓ ଅଙ୍ଗନ ଓ୍ୟର୍ଡି କର୍ମୀମାନେ ରକ୍ତଦାନ କରୁଥିବାବେଳେ ଏହି ଜିଲ୍ଲାରେ କାହିଁକି ରକ୍ତଦାନ କରିପାରିବେ ନହିଁ, ରକ୍ତଭଣ୍ଡାରରେ ବିପି ମପା ଯନ୍ତ୍ର ନାହିଁ କି ଏଠାକୁ ସ୍ୱଇଚ୍ଛାରେ ରକ୍ତ ଦାନକରିବାକୁ ଆସିଥିବା ବିଭିନ୍ନ ଆଦିବାସୀ ଗ୍ରାମର ଅଙ୍ଗନ ଓ୍ୟର୍ଡିକର୍ମୀ ମାନଙ୍କର ବିପି ମପା ଯାଇନାହିଁ କି ସେମାନଙ୍କ ହେମଗ୍ଲୋବିନ ପରୀକ୍ଷା କରାଯାଇ ନାହିଁ, କିପରି ରକ୍ତଭଣ୍ଡାର ର କର୍ମଚାରି ମାନେ ଜାଣିପାରିଲେ ସେମାନଙ୍କର ସବୁ କମ ଅଛି ବୋଲି, ରକ୍ତଭଣ୍ଡାରରେ ରକ୍ତକମ ଥିବାର ଖବର ପାଇ ଆମେ ବିଭିନ୍ନ ଗ୍ରାମକୁ ଯାଇ ଅଙ୍ଗନ ୱାର୍ଡ଼ିକର୍ମୀ ମାନଙ୍କୁ ବୁଝାଇ ଆଣିଥିଲୁ ସେମାନଙ୍କ ଠାରୁ ରକ୍ତସଂଗ୍ରହ ନକରି ରକ୍ତଭଣ୍ଡାରର ଟେକନିସିଆନ ଓ କର୍ମଚାରୀ ମାନେ କାହଁକି ଫେରାଇ ଦେଲେ ଏହାର ନିରପକ୍ଷ ତଦନ୍ତ କରାଯାଇ କାର୍ଯ୍ୟରେ ଅବହେଳା କରିଥିବା କର୍ମଚାରି ଙ୍କ ବିରୋଧରେ ଦୃଢପଦ କ୍ଷେପ ନିଆ ଯାଉ ବୋଲି କହିଛନ୍ତି।

ଏ ସଂପର୍କରେ ଆମେ ଜିଲ୍ଲା ମୁଖ୍ୟସ୍ୱାସ୍ଥ୍ୟଅଧିକାରୀ ଡାକ୍ତର ଅଜିତ କୁମାର ମହାନ୍ତିଙ୍କୁ ଯୋଗା ଯୋଗକରିଥିଲୁ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ସାତଜଣଙ୍କର ରକ୍ତସଂଗ୍ରହ କରି ଅନ୍ୟମାନଙ୍କୁ କାହିଁକି ଫେରାଇଦିଆଗଲା ତାର କାରଣ କଣ ସେ ସଂପର୍କରେ ମୁ ଖୁବ ଶିଘ୍ର ତଦନ୍ତ ଆରମ୍ଭକରି ବିହିତ ପକ୍ଷେପ ନେବି, ଆଉଥରେ ସେମାନେ ଆସି ସମସ୍ତପ୍ରକାର ପରୀକ୍ଷାକରି ରକ୍ତଦାନକରନ୍ତୁ ବୋଲି କହିଛନ୍ତି ଆଜି ମାଲକାନଗିରି ରକ୍ତଭଣ୍ଡାରରେ ଓ ପଜେଟିଭ୍ ୨୧ ୟୁନିଟ, ଓ ନେଗେଟିଭ୍ ନାହିଁ, ଏ ପଜେଟିଭ୍ ୫ୟୁନିଟ, ଏ ନେଗେଟିଭ୍ ନାହିଁ, ବି ପଜେଟିଭ୍ ୧୬ଟି, ବି ନେଗେଟିଭ୍ ନାହିଁ, ଏ ବି ପଜେଟିଭ୍ ଓ ଏ ବି ନେଗେଟିଭ୍ ରକ୍ତ ଗଛିତ ନଥିବାର ଜଣାପଡିଛି। ଜିଲ୍ଲାରେଡ୍ କ୍ରସ ସଂସ୍ଥା ଓ ସ୍ୱାସ୍ଥ୍ୟ ବିଭାଗ ର ଖାମ ଖିଆଲି ନିତି ଯୋଗୁଁ ରକ୍ତଦାନ ଶିବିର ବିଭିନ୍ନ ସ୍ଥାନରେ ଠିକ ଭାବେ ହୋଇପାରୁନଥିବାରୁ ରକ୍ତଭଣ୍ଡାରରେ ଆବଶ୍ୟକିୟ ପରିମାଣର ରକ୍ତ ଗଛିତ ରହିପାରୁନଥିବା ବେଳେ ଆଇସିଡିଏସ ସଂସ୍ଥା ପକ୍ଷରୁ ୧୭୦ଜଣ ଅଙ୍ଗନୱାର୍ଡ଼ି କର୍ମି ଏକା ସଙ୍ଗେ ରକ୍ତଦାନ କରିବା ପାଇଁ ଆଗେଇ ଆସିଥିଲେ, ସେମନଙ୍କ ଠାରୁ ରକ୍ତସଂଗ୍ରହ ନକରି ନିରାଶ କରି ଫେରାଇଦେବା ଘଟଣାକୁ ଜିଲ୍ଲାବାସୀ ନିନ୍ଦା କରିବାସହିତ ନାପସନ୍ଦ କରିଛନ୍ତି, ରକ୍ତଭଣ୍ଡାର ର ଟେକନିସିଆନ ଓ କର୍ମଚାରୀ ମାନଙ୍କ ବିରୋଧରେ ତଦନ୍ତକରି ଦୃଢକାର୍ଯ୍ୟନୁଷ୍ଟାନ ନେବାପାଇଁ ଜନସାଧାରଣ ରେ ଦାବି ହେଉଛି। ୧୬୩ଜଣ ଅଙ୍ଗନ ୱାର୍ଡ଼ି କର୍ମୀ ରକ୍ତଦାନ କରି ନପାରି ଫେରି ଯାଇଥିବା ଘଟଣା ଜାଣିବା ପରେ ଏହି ରକ୍ତଦାନ ଶିବିରକୁ ଉଦଘାଟନକରିଥିବା ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ମନଦୁଃଖ କରିଛନ୍ତି। ମାଲକାନଗିରି ଜିଲ୍ଲା ହସପିଟାଲରେ ପ୍ରତି ମାସରେ ୨୦୦ରୁ ୩୦୦ ଉର୍ଦ୍ଦ ୟୁନିଟ ରକ୍ତ ରୋଗୀଙ୍କ ପାଇଁ ଆବଶ୍ୟକ ପଡୁଥିବା ବେଳେ ଗତ ୨ମାସହେଲା ମାତ୍ର ୫୦ ୟୁନିଟରୁ ୬୦ ୟୁନିଟ ରକ୍ତ ଗଛିତ ରହୁଥିବାର ଜଣାପଡିଛି। ଜିଲ୍ଲାରେ ରକ୍ତ କିଣିବାପାଇଁ ଅନ୍ୟ ବ୍ୟବସ୍ଥା ନଥିବାରୁ ଗରିବ ରୋଗିମାନେ ଡାକ୍ତର ଖାନାରୁ ରକ୍ତ ପାଇପାରୁନାହାଁନ୍ତି। ଧନି ଶ୍ରେଣିର ରୋଗୀ ମାନେ ଜୟପୁର କୋରାପୁଟ ରୁ କିମ୍ବା ଅନ୍ୟଲୋକ ଯୋଗାଡ କରି ରକ୍ତ ନିଜ ରୋଗୀମାନଙ୍କୁ ଦେଉଛନ୍ତି। ପ୍ରସୂତୀ ମହିଳା ଓ ଦୁର୍ଘଟଣାଗସ୍ତ, ଅନ୍ୟାନ ଗୁରୁତର ରୋଗି ମାନଙ୍କୁ ରକ୍ତ ଦେବାର ଜରୁରୀ ହୋଇପଡି ଥିଲେ ମଧ୍ୟ ରକ୍ତଭଣ୍ଡାରରେ ରକ୍ତର ଅଭାବ ଲାଗିରହିଛି। ଏହି ପରି ମାଲକାନଗିରି ଜିଲ୍ଲାରକ୍ତଭଣ୍ଡାରରୁ ରକ୍ତସଂଗ୍ରହ କମିକମି ଗଲେ ଆଗାମିଦିନରେ ଜିଲ୍ଲାର ରୋଗୀ ମାନେ ରକ୍ତଅବାବରୁ ଚିକତ୍ସିତ ହୋଇନପାରି ମୃତ୍ୟୁବରଣ ଆଶଙ୍କାକୁ ଏଡାଇ ଦିଆଯାଇ ନପାରେ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.