Home କୋରାପୁଟ ଯୁବ ଓକିଲ ତାଲିମ ନେବାର ଆବଶ୍ୟକତା ରହିଛି-ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ଯୁବ ଓକିଲ ତାଲିମ ନେବାର ଆବଶ୍ୟକତା ରହିଛି-ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

40

କୋରାପୁଟ ୨୭-୧୨(ଓଡିଆ ପୁଅ /ରଂଜନ ଦାସ) ଭାରତବର୍ଷ ବୈଷୟିକ କ୍ଷେତ୍ରରେ ଅନେକ ଅଗ୍ରଗତି କରିଥିବା ବେଳେ ନୂତନ ଜ୍ଞାନକୈାଶଳର ବ୍ୟବହାର କରି ତ୍ୱରିତ ନ୍ୟାୟ ପ୍ରଦାନ କରିବା ପାଇଁ ଯୁବ ଓକିଲମାନେ ତାଲିମ ନେବାର ଆବଶ୍ୟକତା ରହିଛି ବୋଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡ.ଏସ.ମୁରଲିଧର କୋରାପୁଟ ଓକିଲ ସଂଘ ଦ୍ୱାରା ଆୟୋଜିତ ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି ।ଓକିଲମାନେ ତାଲିମ ପାଇବା ପରେ ନ୍ୟାୟିକ ବ୍ୟବସ୍ଥା ତ୍ୱରାନ୍ନିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।ଇ-କ୍ୟାବିନ ଓ ଇ-ଫାଇଲିଂ ଉପରେ ମୁଖ୍ୟ ବିଚାରପତି ଗୁରୁତ୍ୱ ଦେଇଥିବା କୋରାପୁଟ ଓକିଲ ସଂଘ ସଭାପତି ଅଜିତ ପାତ୍ର ସୂଚନା ଦେଇଛନ୍ତି । ବିନା କାଗଜ ପତ୍ରରେ କିଭଳି  ଗରୀବ ବ୍ୟକ୍ତିମାନେ ଦିଲ୍ଲୀ କିମ୍ବା କଟକ ନ ଯାଇ କୋରାପୁଟରେ ରହି ତ୍ୱରିତ ନ୍ୟାୟ ପାଇପାରିବେ ସେଥିପ୍ରତି ସେ ଗୁରୁତ୍ୱାରୋପ କରିଥିଲେ ବୋଲି ଶ୍ରୀ ପାତ୍ର ପ୍ରକାଶ କରିବା ସହ ଏହାକୁ କୋରାପୁଟ ଓକିଲ ସଂଘ ସ୍ୱାଗତ କରିଥିବା ସେ ସୂଚନା ଦେଇଛନ୍ତି । କୋରାପୁଟ ଓକିଲ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ସଭାପତି ଅଜିତ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ସଂପାଦକ ସୁନୀଲ କୁମାର ଜେନା ଉପସ୍ଥିତ ଥିଲେ ।କୋରାପୁଟ ଓକିଲ ସଂଘର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।କୋରାପୁଟରେ ପହଂଚିବା ପରେ ସଭାପତି ଅଜିତ ପାତ୍ର ମୁଖ୍ୟ ବିଚାରପତି ମାନ୍ୟବର ଡ. ଏସ.ମୁରଲିଧରଙ୍କୁ  ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥିଲେ ।କୋରାପୁଟ ଜିଲ୍ଲା ଜଜ ସୈାମେନ୍ଦ୍ର କୁମାର ରାଜଗୁରୁ ,ଅତିରିକ୍ତ ଜିଲ୍ଲା ଜଜ ମହଲତ ସା,କୋରାପୁଟ ସବଜଜ ହୃଷିକେଶ ସାହୁ ଓ ଅନ୍ୟାନ୍ୟ ବିଚାରପତିମାନେ ଉପସ୍ଥିତ ଥିଲେ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।ଏହି ସ୍ୱାଗତ ସମ୍ବର୍ନ୍ଧନା ସଭାରେ କୋରାପୁଟ ଓକିଲ ସଂଘର ବରିଷ୍ଠ ଓକିଲ ଟି.ଏନ.ମୂର୍ତି,କମଳାକାନ୍ତ ଦାସ ,ନିହାର ପଟନାୟକ ,ଗୁପ୍ତେଶ୍ୱର ପାଣିଗ୍ରହୀ ,ପି.କେ.ପାଢୀ ଓ ଅନ୍ୟାନ୍ୟ ଓକିଲମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.