Home ଓଡ଼ିଶା ମୋ ପୁଅକୁ ଫାଶୀ ଦିଅ ନହେଲେ ଜୀଅନ୍ତା ଜଳେଇଦିଅ – ଅଭିଯୁକ୍ତର ମା’

ମୋ ପୁଅକୁ ଫାଶୀ ଦିଅ ନହେଲେ ଜୀଅନ୍ତା ଜଳେଇଦିଅ – ଅଭିଯୁକ୍ତର ମା’

7511

ହାଇଦ୍ରାବାଦ୍ ୧-୧୨ (ଓଡ଼ିଆ ପୁଅ) ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ମହିଳା ପଶୁ ଡାକ୍ତରଙ୍କୁ ସାମୁହିକ କଳାତ୍କାର ପରେ ହତ୍ୟା ଏବଂ ମୃତଦେହକୁ ଜଳାଇଦେବା ଘଟଣା ସମଗ୍ର ଦେଶକୁ ଦୋହଲାଇ ଦେଇଛି। ପ୍ରତ୍ୟେକ ଲୋକ ଅଭିଯୁକ୍ତମାନଙ୍କୁ ତୁରନ୍ତ ସର୍ବସାଧାରଣରେ ଦଣ୍ଡ ଦେବାକୁ ଦାବି କରୁଛନ୍ତି। ଏହା ମଧ୍ୟରେ ଚାରିଜଣ ଅଭିଯୁକ୍ତଙ୍କର ପରିବାର ମଧ୍ୟରୁ ଜଣେ ଅଭିଯୁକ୍ତର ମା’ କହିଛନ୍ତି ଯଦି ଏମିତି ଘୃଣ୍ୟ ଅପରାଧ କରିଛି ତେବେ ତାଙ୍କୁ ତୁରନ୍ତ ଫାଶୀ ଦଣ୍ଡ ଦିଅ କିମ୍ବା ତାଙ୍କୁ ଜୀଅନ୍ତା ଜଳାଇ ଦିଅ।

 

‘ଜୀଅନ୍ତା ଜଳେଇ ଦିଅ’

ଘଟଣାର ଜଣେ ଅଭିଯୁକ୍ତ ସି.ଚେନ୍ନାକେସାବୁଲୁର ମା’ ଶ୍ୟାମଲା ଇରାଜୀ ଦୈନିକ ଦ ଟାଇମ୍ସ ଅଫ ଇଣ୍ଡିଆକୁ କହିଛନ୍ତି, ‘ତାକୁ ଫାଶୀ ଦଣ୍ଡ ଦିଅ କିମ୍ବା ଜୀଅନ୍ତା ଜଳେଇ ଦିଅ।’ ଅଭିଯୁକ୍ତର ମା’ ଏହା ମଧ୍ୟ କହିଛନ୍ତି ସେ ସେହି ପରିବାରର ଦୁଃଖକୁ ବୁଝି ପାରୁଛନ୍ତି ଏବଂ କହିଛନ୍ତି ‘ମୋର ମଧ୍ୟ ଗୋଟିଏ ଝିଅ ଅଛି ଏବଂ ମୁଁ ସେହି ପରିବାରର ଦୁଃଖ ଏବଂ ଯନ୍ତ୍ରଣା ବୁଝି ପାରୁଛି କି ସେ ପରିବାର ସାଥିରେ କ’ଣ ବିତୁଥିବ। ଯଦି ମୁଁ ନିଜର ପୁଅ ସପକ୍ଷରେ ଯିବି ତେବେ ଆଜୀବନ ଲୋକେ ମୋତେ ଘୃଣା କରିବେ।’

 

୫ ମାସ ପୂର୍ବରୁ ହୋଇଥିଲା ଅଭିଯୁକ୍ତର ବିବାହ

ଶ୍ୟାମଲା କହିଛନ୍ତି କି ଗୁରୁବାର ସକାଳେ ଯେତେବେଳେ ପୁଲିସ ତାଙ୍କ ପୁଅକୁ ପଚରା ଉଚରା କରିବା ପାଇଁ ନେଲେ ସେତେବେଲେ ତାଙ୍କର ପତି ଚିନ୍ତିତ ହୋଇ ଘରୁ ବାହରକୁ ଚାଲିଯାଇଛନ୍ତି। ଅଭିଯୁକ୍ତର ମା’ ମଧ୍ୟ କହିଛନ୍ତିଯେ, ଚେନ୍ନାକେଶାବୁଲୁର ବିବାହ ୫ ମାସରେ ପୂର୍ବରୁ ହୋଇଥିଲା। ‘ତା’ ପସନ୍ଦର ଝିଅ ସହ ଆମେ ବିବାହ କରାଇଥିଲୁ। ମୋର ପୁଅର କିଡନୀ ରୋଗ ଅଛି। ଆମେ କେବେହେଲେ ମଧ୍ୟ ତା’ ଉପରେ ଚାପ ପକାଇ ନାହୁଁ। ପ୍ରତ୍ୟେକ ଛଅ ମାସରେ ଆମେ ତାକୁ ହସ୍ପିଟାଲ ଚିକିତ୍ସା ପାଇଁ ନେଇ ଯାଉଥିଲୁ।

 

୧୪ ଦିନର ରିମାଣ୍ଡ

ଏହା ମଧ୍ୟରେ କୋର୍ଟ ଚାରିଜଣ ଅଭିଯୁକ୍ତଙ୍କୁ ୧୪ ଦିନର ରିମାଣ୍ଡରେ ପଠାଇଛନ୍ତି। ରାଗରେ ଲୋକମାନଙ୍କର ବିରୋଧ ପ୍ରଦର୍ଶନର କାରଣରୁ ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟକୁ ନେଇକରି ଯାଇପାରୁନାହିଁ। ଏହି କାରଣରୁ ଅଭିଯୁକ୍ତମାନଙ୍କର ପୁଲିସ ଷ୍ଟେସନରୁ ହିଁ ଭିଡ଼ିଓ କନଫରେସିଂ ଜରିଆରେ ମାଜିଷ୍ଟ୍ରେଙ୍କ ଆଗରେ ହାଜର କରାଯାଇଥିଲା।

 

ହାଇଦ୍ରାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଦର୍ଶନ

ହାଇଦ୍ରାବାଦରେ ଲେଡି ଡକ୍ଟରଙ୍କ ସହିତ ଗ୍ୟାଙ୍ଗରେପ ଏବଂ ତା’ ପରେ ତାଙ୍କୁ ହତ୍ୟା ଘଟଣାରେ ଲୋକ ଆକ୍ରୋଶିତ ଅଛନ୍ତି। ହାଇଦ୍ରାବାଦରୁ ନେଇକରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଧାରଣା ପ୍ରଦର୍ଶନ କରାଯାଉଛି। ଛାତ୍ର ସଂଗଠନ ମଧ୍ୟ ସଡ଼କ ଉପରକୁ ଓହ୍ଲାଇଛନ୍ତି। କଂଗ୍ରେସର ଛାତ୍ର ସଂଗଠନ ନ୍ୟାସନାଲ ଷ୍ଟୁଡେଣ୍ଟ ୟୁନିଯନ ଅଫ ଇଣ୍ଡିଆ (NSUI) ଶନିବାରଦିନ ଦିଲ୍ଲୀରୁ ସଂସଦ ମାର୍ଗରେ ବିରୋଧ ପ୍ରଦର୍ଶନ କରିଥିଲା।

ହାଇଦ୍ରାବାଦରେ ଶାଦନଗରର ଲୋକମାନେ ପୋଲିସ ଥାନା ସାମନାରେ ବିରୋଧ ପ୍ରଦର୍ଶନ କରିଥିଲେ ଏବଂ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଦାବି କରିଥିଲେ। ଏହି ପୁଲିସ ଥାନାରେ ଚାରିଜଣ ଅଭିଯୁକ୍ତଙ୍କୁ ରଖାଯାଇଛି। ହାଇଦ୍ରାବାଦରୁ ୫୦ କିଲୋମିଟର ଦୂର ଏହି ପୁଲିସ ଥାନା ସାମନାରେ ‘ଆମକୁ ନ୍ୟାୟ ଦରକାର’ର ନାରା ଲଗାଇଥିଲେ ଲୋକେ।

ସୂଚନାଯୋଗ୍ୟଯେ, ଅଭିଯୁକ୍ତମାନଙ୍କର ପରିଚୟ ହୋଇସାରିଛି। ଟ୍ରକ ଚାଲକ ମୋହମ୍ମଦ ଆରିଫ, ଟ୍ରକ ଚାଲକ ଚିନ୍ତାକୁନ୍ତା ଚେନ୍ନାକେଶାବୁଲୁ, କ୍ଲୀନର ଜୋଲୁ ଶିବା ଏବଂ ଜୋଲୁ ନବୀନ ହେଉଛନ୍ତି ଚାରିଜଣ ଅଭିଯୁକ୍ତ। ଜାଞ୍ଚ ଏବଂ ଘଟଣାକ୍ରମ ବିଷୟରେ ଜାଣିବା ପାଇଁ ପୁଲିସ ଏହି ଅଭିଯୁକ୍ତମାନଙ୍କୁ ଶୁକ୍ରବାର ରାତିରେ ଘଟଣାସ୍ଥଳକୁ ନେଇକରି ଯାଇଥିଲା ଏବଂ ତାଙ୍କର ବୟାନ ରେକର୍ଡ଼ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.