Home ଓଡ଼ିଶା ମୋଦିଙ୍କ ପରେ ଏବେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ

ମୋଦିଙ୍କ ପରେ ଏବେ ନ୍ୟାସନାଲ ଜିଓଗ୍ରାଫିକ ଚ୍ୟାନେଲରେ ନଜର ଆସିବେ ନବୀନ

946

ଭୁବନେଶ୍ୱର,୧୯/୦୯,(ଓଡ଼ିଆ ପୁଅ ପି ନାଏକ): ଡିସକଭରୀ ଚ୍ୟାନେଲ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଜର ଆସିବା ପରେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାସନାଲ ଜିଓଗ୍ରାଫିକ ଚ୍ୟାନେଲ ରେ ନଜର ଆସିବାକୁ ଯାଉଛନ୍ତି । ଏହି ଖବରକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଆନୁଷ୍ଠାନିକ ଭାବେ ଏ ନେଇ ଘୋଷଣା ହୋଇ ନ ଥିଲେ ମଧ୍ୟ , ଶୀଘ୍ର ନାସନାଲ ଜିଓଗ୍ରାଫିକ୍‌ ଚ୍ୟାନେଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ଏକ ସ୍ୱତନ୍ତ୍ର ସୋ’ ପ୍ରସାରିତ ହେବ ବୋଲି ସୂଚନା ମିଳିଛି ।ଏହାଛଡା ଏହି ସୋ’ ପାଇଁ  ଅଧିକାଂଶ ସୁଟିଂ ନବୀନ ନିବାସରେ ହୋଇଛି । ଏହା ସହ ଆଉ କିଛି ଭାଗ ରାଜ୍ୟର ବାତ୍ୟା ପ୍ରପୀଡିତ ଅଞ୍ଚଳରେ ହୋଇଛି । ଏହି ସୋ’ ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ନବୀନ ସରକାରଙ୍କ ସଫଳତା ଉପରେ ଆଧାରିତ ରହିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.