Home ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୪ କୋଟି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ୪ କୋଟି ୪୫ ଲକ୍ଷ ଟଙ୍କା ପ୍ରଦାନ

795

ଭୁବନେଶ୍ୱର, ୧୧.୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନ ପକ୍ଷରୁ ୧ କୋଟି ଟଙ୍କା, ନାଲକୋ କର୍ମଚାରୀ ସଂଘ ପକ୍ଷରୁ ୨,୫୩,୦୮,୧୦୮ ଟଙ୍କା, Mason Estates ୧ ଲକ୍ଷ ଟଙ୍କା, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ୩ ଲକ୍ଷ ଟଙ୍କା, Bhanjanagar BIDECA ପକ୍ଷରୁ ଶ୍ରୀ ସନ୍ତୋଷ କୁମାର ଗୌଡ ୨ ଲକ୍ଷ ଟଙ୍କା, ଡଃ କାଳୀପ୍ରସାଦ ସ୍ବାଇଁ ୬୪,୩୨୫ ଟଙ୍କା, ମହାନ୍ତି ମେଡିକାଲ ଷ୍ଟୋର ପକ୍ଷରୁ ଦେବବ୍ରତ ମହାନ୍ତି ୫୦ ହଜାର ଟଙ୍କା, ପ୍ରମୋଦ କୁମାର ପାତ୍ର ୧୦ ହଜାର ଟଙ୍କା, Pioneer Mobile Pvt. Ltd. (Bhubaneswar) ପକ୍ଷରୁ ୧୦ ଲକ୍ଷ ଟଙ୍କା , MGM Mineral Ltd. ପକ୍ଷରୁ ୫୦ ଲକ୍ଷ ଟଙ୍କା, ଫୁଲବାଣୀ ଇଣ୍ଡିଆନ ରେଡକ୍ରସ ସୋସାଇଟି ପକ୍ଷରୁ ୧୦,୮୨,୫୪୧ ଟଙ୍କା, ଫୁଲବାଣୀ ରଙ୍କୁଣୀ ସମାଜ ୫,୦୫୧ ଟଙ୍କା, କନ୍ଧମାଳର ସମାଜସେବୀ ସଂସ୍ଥା ସ୍ଵାତୀ ପକ୍ଷରୁ ୧୦ ହଜାର ଟଙ୍କା, OAS Association ୫ ଲକ୍ଷ, ହୋଟେଲ ପୁଷ୍ପକ ୨ ଲକ୍ଷ, ଭୁବନେଶ୍ବର ତାମିଲ ସଂଘ ୧ ଲକ୍ଷ ଟଙ୍କା, ନବଜାତ ପ୍ରିଣ୍ଟସ (ଧରିତ୍ରୀ) ପକ୍ଷରୁ ଶ୍ରୀମତୀ ଅଦ୍ୟାଶା ଶତପଥୀ ୩ ଲକ୍ଷ ଟଙ୍କା ଏବଂ ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ୨,୦୨,୦୦୦ ଟଙ୍କା ପ୍ରଦାନ କରାଯାଇଛି। ଏହିପରି ସମୁଦାୟ ୪,୪୪,୨୩,୦୨୫ ଟଙ୍କା ଦାନ କରାଯାଇଛି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.