Home ଜିଲ୍ଲା ପରିକ୍ରମା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଜିଲ୍ଲାପାଳଙ୍କୁ ଦାବିପତ୍ର

31

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ୱାନ କ୍ରମେ ଜିଲ୍ଳା ସଭାପତି ଅରବିନ୍ଦ ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଳା ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ୨୭ ତାରିଖ ବିଧାନ ସଭା ଘେରାଓ ଆନ୍ଦୋଳନରେ ବହୁ ସଂଖ୍ୟାରେ ନୂତନ ପେନ୍‌ସନ୍‌ଧାରୀ ଶିକ୍ଷକ ମାନଙ୍କୁ ସାମିଲ କରିବା ନିମନ୍ତେ ଆଲୋଚନା କରାଯାଇଥିଲା। ବୈଠକ ପରେ ୭ଟି ବ୍ଲକର ଶିକ୍ଷକ ପ୍ରତିନିଧି ତଥା ଜିଲ୍ଳା ସଂଘର ପ୍ରତିନିଧିମାନେ ଭଦ୍ରକ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୩ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସରକାର ୨୦୧୩ ଠାରୁ ଠିକା ପ୍ରଥାକୁ ଓଡ଼ିଶାରୁ ଉଚ୍ଛେଦ କରି ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରିଥିବା ବେଳେ ପ୍ରାଥମିକ ଶିକ୍ଷକମାନଙ୍କୁ ଏହି ସୁବିଧାରୁ ବଞ୍ଚିତ କରିଛନ୍ତି। ପ୍ରାଥମିକ ଶିକ୍ଷକମାନେ ୨୦୦୧ରୁ ବିଭିନ୍ନ ପର୍ଯ୍ୟାୟରେ ଯୋଗ୍ୟତା ଆଧାରରେ ଓ.ଆର୍‌.ଭି ନିୟମ ଅନୁସାରେ ଜିଲ୍ଳାପାଳଙ୍କ ନିକଟରେ ଚୁକ୍ତି ମାଧ୍ୟମରେ ମାତ୍ର ୧୫୦୦ଟଙ୍କା ଦରମା ପାଇ ଶିକ୍ଷାଦାନ କରୁଥିଲେ। ୬ ବର୍ଷ ଶିକ୍ଷା ସହାୟକ ସମୟକୁ ଗଣନା କରାଯାଇ ୬ଟି ଇନ୍‌କ୍ରିମେଣ୍ଟ ପ୍ରଦାନ କରିବା ଦାବି କରି ରାଜ୍ୟ ସାରା ଶିକ୍ଷକମାନେ ଆନ୍ଦୋଳନ କରୁଛନ୍ତି। ଭାରତ ବର୍ଷରେ ପଞ୍ଜାବ, ଦିଲ୍ଲୀ, ଛତିଶଗଡ଼, ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଆଦି ବିଭିନ୍ନ ରାଜ୍ୟରେ ପୁରୁଣା ପେନ୍‌ସନ୍ ଯୋଜନା ପୁନଃ ପ୍ରଚଳନ ହେଉଥିବା ବେଳେ ଓଡ଼ିଶା ସରକାର କର୍ମଚାରୀମାନଙ୍କୁ ପୁରୁଣା ପେନ୍‌ସନ୍ ପ୍ରଦାନ କରୁ ନାହାନ୍ତି। ପ୍ରାଥମିକ ଶିକ୍ଷକମାନଙ୍କ ପ୍ରତି ସରକାରଙ୍କର ବୈମାତୃକ ମନୋଭାବର ପ୍ରତିବାଦ ନିମନ୍ତେ ଆସନ୍ତା ୨୭ ତାରିଖ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ଭଦ୍ରକ ଜିଲ୍ଳାରୁ ସମସ୍ତ ନୂତନ ପେନ୍‌ସନ୍‌ଭୁକ୍ତ ଶିକ୍ଷକ-ଶିକ୍ଷୟତ୍ରୀ ସାମିଲ ହେବେ ବୋଲି ସମ୍ପାଦକ ପ୍ରଣୟ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ତବରେଜ ଖାନ୍‌, ମହାସଚିବ ଜ୍ୟୋତିର୍ମୟ ଅଗସ୍ତି, ଜାବେଦ ଅଖ୍‌ତର୍‌, ପ୍ରମୋଦ କର, ସଞ୍ଜୟ ନନ୍ଦ, ରୂପକ ମିଶ୍ର, ସତ୍ୟବ୍ରତ ରାଉତ, ଆଶିଷ ସାହୁ, ପ୍ରଦୀପ ସେଠୀ, ନିଳାଦ୍ରୀ ତ୍ରିପାଠୀ, ବୃନ୍ଦାବନ ବାରିକ, ପ୍ରକାଶ ନାୟକ, ଗୟାଧର ଦାସ, ପ୍ରଭାସ ପଣ୍ଡା, ନରେନ୍ଦ୍ର ସାହୁ, ବିମଳ ଦାସ, ସୁକାନ୍ତ ନାୟକ, ଚନ୍ଦ୍ରକାନ୍ତ ଶୁକ୍ଳ, ପରମେଶ୍ୱର ପୃଷ୍ଟି ପ୍ରମୁଖ ବହୁ ଶିକ୍ଷକ ନେତା ଦୃଢ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.