Home ଜିଲ୍ଲା ପରିକ୍ରମା ପରମ ବୈଷ୍ଣବୀ ସତ୍ୟାନନ୍ଦଙ୍କ ଥିଲେ ଯୁବପିଢ଼ୀଙ୍କ ପାଇଁ ଆଦର୍ଶ, ଏକାଦଶାହ ତିଥୀରେ ସ୍ୱର୍ଗତ ସତ୍ୟାନନ୍ଦଙ୍କ ସ୍ମରଣିକା...

ପରମ ବୈଷ୍ଣବୀ ସତ୍ୟାନନ୍ଦଙ୍କ ଥିଲେ ଯୁବପିଢ଼ୀଙ୍କ ପାଇଁ ଆଦର୍ଶ, ଏକାଦଶାହ ତିଥୀରେ ସ୍ୱର୍ଗତ ସତ୍ୟାନନ୍ଦଙ୍କ ସ୍ମରଣିକା ଉନ୍ମୋଚିତ

30

ଭଦ୍ରକ, ୨୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାସ୍ତବରେ ସ୍ୱର୍ଗତ ସତ୍ୟାନନ୍ଦ ମହାନ୍ତି ଥିଲେ ଜଣେ ଆଦର୍ଶ ପୁରୁଷ। ତାଙ୍କ ନିରଳସ ଜୀବନ ଚର୍ଯ୍ୟା ବର୍ତ୍ତମାନ ପିଢ଼ୀଙ୍କ ପାଇଁ ଆଦର୍ଶ ହୋଇ ରହୁ ବୋଲି ସ୍ୱର୍ଗତ ମହାନ୍ତିଙ୍କ ଏକାଦଶାହ ତିଥୀରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ମତପ୍ରକାଶ କରିଛନ୍ତି। ଏହି ଅବସରରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ପ୍ର. ଝରଣା ପଟ୍ଟନାୟକଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶିଷ୍ଟ ପ୍ରବଚକ ପଣ୍ଡିତ ବିରେନ୍ଦ୍ର ପଣ୍ଡା, ସୁନାମଧନ୍ୟ ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ ଯୋଗଦେଇ ସ୍ୱର୍ଗତ ମହାନ୍ତିଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ। ସ୍ୱର୍ଗତ ମହାନ୍ତି ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଏସଓ ଭାବେ କାର୍ଯ୍ୟରତ ଥିଲେ। ଅବସର ପରେ ଭଗବତ୍ ମାର୍ଗରେ ନିଜକୁ ନିୟୋଜିତ କରିଥିଲେ। ଯେପରି ଭାବରେ ସ୍ୱର୍ଗତ ମହାନ୍ତି ସମାଜର ଦୁର୍ବଳ ଓ ନିସ୍ପେଷିତ ବର୍ଗଙ୍କ ପ୍ରତି ତାଙ୍କର ସେବାମୂଳକ ମନୋଭାବ ଉଦାହରଣ ହୋଇ ରହିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅତିଥିମାନେ ‘ସତ୍ୟାନନ୍ଦ ସ୍ମୃତି ସନ୍ତକ’ ସ୍ମରଣିକାକୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ୍ ଭାବଗ୍ରାହୀ ମହାନ୍ତି ସ୍ୱର୍ଗତ ମହାନ୍ତିଙ୍କ ଜୀବନଶୈଳୀ ତାଙ୍କ ଜୀବନକୁ ପ୍ରଭାବିତ କରିଛି କହିଥିବାବେଳେ, ନିରୋଦ ପଟ୍ଟନାୟକ ତାଙ୍କୁ ସତ୍ୟର ପୂଜାରୀ ଥିଲେ ବୋଲି କହିଥିଲେ। ଡ. କାନନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ବରିଷ୍ଠ ସାମ୍ବାଦିକ ଅମର ନାୟକ, ସମାଜସେବୀ କିଶୋର ମହାପାତ୍ର, ଲକ୍ଷ୍ମୀ ମହାପାତ୍ର, ବିଶ୍ୱନାଥ କର, ଡ. ମୃତ୍ୟୁଞ୍ଜୟ ପଟ୍ଟନାୟକ, ଜନ୍ମେଜଂୟ ପଟ୍ଟନାୟକ, ଅମରେନ୍ଦ୍ର ମହାନ୍ତି, କ୍ଷୀରୋଦ ରଂଜନ ପଟ୍ଟନାୟକ, ମାନସ ରଂଜନ ପଟ୍ଟନାୟକ, ସଂଘମିତ୍ରା ଦାସ, କର୍ଣ୍ଣେଲ ସୌମ୍ୟ ସୌରଭ, ଅଞ୍ଜଳୀ ଖୁଣ୍ଟିଆ, ବ୍ରଜ କିଶୋର ପଟ୍ଟନାୟକ, ଅବସରପ୍ରାପ୍ତ ଆଇପିଏସ ମହେଶ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.