Home ଓଡ଼ିଶା ମିଗ୍ ୨୧ ରେ ପୁଣି ଉଡାଣ ଆରମ୍ଭ କଲେ ଅଭିନନ୍ଦନ

ମିଗ୍ ୨୧ ରେ ପୁଣି ଉଡାଣ ଆରମ୍ଭ କଲେ ଅଭିନନ୍ଦନ

531

 

ନୂଆଦିଲ୍ଲୀ,୨୨/୦୮,(ଓଡ଼ିଆ ପୁଅ/ ପଙ୍କଜିନୀ ନାୟକ): ବାଲାକୋଟ ଆକ୍ରମଣ ପରେ ଭାରତୀୟ ସୀମାରେ ପଶିଥିବା ପାକିସ୍ତାନର ଏଫ୍-୧୬ ଲଡୁଆ ବିମାନକୁ ମିଗ୍-୨୧ ବାଇସନ୍ ସାମ୍ନା କରି ତଳକୁ ଖେସେଇ ଦେବାରେ ସଫଳ ହୋଇଥିଲା । ଯେଉଁଥିରେ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ତେବେ ସବୁଠାରୁ ବଡ କଥା ହେଲା କି ଦୀର୍ଘ ଦିନର ଅପେକ୍ଷା ପରେ ମିଗ୍ ୨୧ ବିମାନରେ ପୁଣି ଉଡାଣ ଭରିଛନ୍ତି ଅଭିନନ୍ଦନ ।

ସୂଚନା ଯୋଗ୍ୟ ଯେ, ୨୭ ଫେବ୍ରୁଆରୀରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିମାନ ଆକ୍ରମଣ ସମୟରେ ଅଭିନନ୍ଦନଙ୍କ ବିମାନ ତଳକୁ ଖସିପଡିଥିଲା ଏବଂ ସେ ସିଧା ଯାଇ ପାକିସ୍ତାନ ସୀମାରେ ଖସିଡିଥିଲେ ଏବଂ ଖୁବ୍ ଯୋରରେ ତାଙ୍କୁ ଆଘାତ ଲାଗିଥିଲା  । ଏହାପରେ ବହୁ ତର୍କବିତର୍କ ମଧ୍ୟରେ ଅଭିନନ୍ଦନଙ୍କୁ ପାକିସ୍ତାନରୁ ଭାରତକୁ ଫେରାଇ ଅଣାଯାଇପାରିଥିଲା । ଏହାପର ଠାରୁ ଅଭିନନ୍ଦନଙ୍କୁ ବିମାନ ଉଡାଣ ଡ୍ୟୁଟିରୁ କିଛି ଦିନ ପାଇଁ ବିରତି ଦିଆଯାଇଥିଲା । ଜଣେ ଅଧିକାରୀ କହିଛନ୍ତି କି, ୱିଙ୍ଗ କମାଣ୍ଡର ଅଭିନନ୍ଦନ ୬ମାସ ପରେ ପୁଣି ବିମାନ ଉଡାଣ ଆରମ୍ଭ କରିଛନ୍ତି । ବର୍ତ୍ତମାନ ଅଭିନନ୍ଦନ ରାଜସ୍ଥାନରେ ଭାରତୀୟ ବାୟୁସେନା ସହିତ ଯୋଡି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.