Home ଓଡ଼ିଶା କେବେ ଦେଖିଛନ୍ତି ପାଣିରେ ଭାସୁଥିବା ପରିବା ହାଟ

କେବେ ଦେଖିଛନ୍ତି ପାଣିରେ ଭାସୁଥିବା ପରିବା ହାଟ

659

ଜମ୍ମୁ,୨୨/୦୮,(ଓଡ଼ିଆ ପୁଅ /ପି ନାଏକ): ଶ୍ରୀନଗର ଡଲ ହ୍ରଦ ବିଷୟରେ କିଏ ବା ନଜାଣେ ଯାହା ବିଶ୍ୱବିଖ୍ୟାତ। କଣ ଆପଣଙ୍କୁ ଜଣାଅଛି କି ଏଠାରେ  ଭାଷମାନ ପରିବା ହାଟ ମଧ୍ୟ ଅଛି। ଏହି ପରିବା ହାଟ ବହୁତ ପ୍ରସିଦ୍ଧ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ଯେ ଏହି ଡଲ ହ୍ରଦକୁ ଲୋକମାନେ ପରିବା ନେବା ପାଇଁ ଡଙ୍ଗାରେ ବସି ଆସିଥାନ୍ତି।

ଜଣାଇବାକୁ ଚାହିଁବୁ ଯେ ଏହି ପରିବା ହାଟ ଶ୍ରୀନଗରରେ ରହିଛି ଯାହା ସକାଳୁ ଖୋଲିଥାଏ ଏବଂ ପାଖାପାଖି ଦୁଇ ରୁ ତିିନି ଘଣ୍ଟା ପଯ୍ୟର୍ନ୍ତ ଖୋଲିଥାଏ। ଏହି ସମୟରେ ଡଲ ହ୍ରଦରେ ଥିବା ଏହି ପରିବା ହାଟରେ ବହୁତ ଭୀଡ ଜମିଥାଏ। ଘାଟିରେ ଅନୁଚ୍ଛେଦ ୩୭୦ ହଟିବା ପରେ ଲାଗିଥବା ପ୍ରତିବନ୍ଧ ଏବେ ସାଧାରଣ ହେବା ପରେ ଶ୍ରୀନଗରରେ ସ୍ଥିତି ସାମାନ୍ୟ ହେବାର ଦେଖୁବାକୁ ମିଳୁଛି।

ଏହି ହ୍ରଦରେ ଥିବା ପରିବା ହାଟରେ ସକାଳୁ ସକାଳୁ ନିଜ ନିଜ ଡଙ୍ଗାରେ ତାଜା ପରିବା ଲଦି ବିକ୍ରି କରିବାକୁ ଆସିଥାନ୍ତି। ଶ୍ରୀନଜରରେ ଗତ ବର୍ଷ ଆସିଥିବା ଭୀଷଣତମ ବାତ୍ୟା କାରଣରୁ ଏହି ହ୍ରଦ ବହୁତ କ୍ଷତିଗ୍ରସ୍ଥ ହୋଇଥିଲା। ଏହାପରଠାରୁ ଏହି ପରିବା ହାଟ ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଣି ଥରେ ଏହି ହାଟ ଖୋଲି ଯାଇଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.