Home ଓଡ଼ିଶା ମାଳିପୁଟଠାରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ନାଲକୋକୁ ବିରୋଧ

ମାଳିପୁଟଠାରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ନାଲକୋକୁ ବିରୋଧ

543

କୋରାପୁଟ ୧୯-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)ନାଲକୋକୁ ପୁଣି ଧକ୍କା ଲାଗିଛି।ଗତ ୨୦୧୮ ମାସିହା ସେପ୍ଟେମ୍ବରମାସରେ ମାଳିପୁଟ ଗ୍ରାମସଭାରେ ଜଙ୍ଗଳ ଜମିକୁ ଅଣଜଙ୍ଗଳ ଜମି ଭାବେ ବ୍ୟବହାର କରିବାକୁ ବିରୋଧ କରାଯାଇଥିବା ବେଳେ ଆଜି ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାମସଭାରେ ମଧ୍ୟ ବିରୋଧ କରାଯାଇଥିଲା। ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ମାଳିପୁଟ ଗ୍ରାମ ପଂଚାୟତଠାରେ ସରପଂଚ ଜୟନ୍ତୀ ଚପାଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ,  ପଟ୍ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, କୋରାପୁଟ ସାଂସଦଙ୍କ ପ୍ରତିନିଧି ବାବୁଲା ବେନିଆ, ମାଳିପର୍ବତ ସୁରକ୍ଷା ସମିତିର ଦଶରଥ ଖିଲ, ସେରୁବନ୍ଧ ସୁରକ୍ଷା ସମିତିର ସଭାପତି ଭଗବାନ ଗଲୋରୀ,  କୋରାପୁଟିଆ ଜନ ସୁରକ୍ଷା ସଂଘର ସଭାପତି ଦାସି ନନ୍ଦିବାଲି,  ଓ ସଂପାଦକ ପୂର୍ଣ୍ଣ ଜାନ,  ସମାଜସେବୀ ରଂଜିତ ପାଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।ମା ମାଟିକୁ ସୁରକ୍ଷା ଦେବା ଆମ୍ଭର ଦାୟିତ୍ୱ ଅଟେ ବୋଲି ମାଳି ପର୍ବତ ସୁରକ୍ଷା କମିଟିର ସଭାପତି ଦଶରଥ ଖିଲ ପ୍ରକାଶ କରିଥିଲେ।ସେରୁବନ୍ଧ ଅଚଂଳର ଲୋକମାନେ ପୂର୍ବରୁ ହାଲ,  ନାଲକୋ ଓ କୋଲାବ ଦ୍ୱାରା ବିସ୍ଥାପିତ ହୋଇଥିଲେ ପୁଣି ଆଉଥରେ ବିସ୍ଥାପିତ ହେବେ ନାହିଁ ବୋଲି ସେ କହିବା ସହ ନାଲକୋର ଖଣି ଖନନକୁ ସମସ୍ତ ଗ୍ରାମବାସି ବିରୁଦ୍ଧ କରୁଛନ୍ତି ବୋଲି ସେ ବୈଠକରେ ସୂଚନା ଦେଇଥିଲେ।ଖଣି ଲିଜ ଦେବା ପୂର୍ବରୁ କାହିଁକି ଗ୍ରାମସଭା କରାଗଲା ନାହିଁ ବୋଲି ସେ ପ୍ରଶ୍ନ କରିଥିଲେ।ତେଣୁ ସମସ୍ତ ଗ୍ରାମବାସୀ ଏହାକକୁ ବିରୋଧ କରୁଥିବା ଜଣେଇଥିଲେ।ଜଙ୍ଗଲଜମିକୁ କାହିଁକି ପରିବର୍ତ୍ତନ କରାଯିବ ବୋଲି ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ପ୍ରଶ୍ନ କରିବା ସହ ଲୋକ ଯାହା ମତ ଦେଇଛନ୍ତି ତାହା ମୋର ମତ ବୋଲି ସେ ପ୍ରକାଶ କରିଥିଲେ।କୈାଣସି ମତେ ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ରୋକଠୋକ ଭାବେ ଜଣେଇଥିଲେ।ଜିଲ୍ଲା ପ୍ରଶାସନ ହେଉ କିମ୍ବା ରାଜ୍ୟ ହେଉ କିମ୍ବା କେନ୍ଦ୍ର ହେଉ ସମସ୍ତେ ବହୁରାଷ୍ଟ୍ରୀୟ ଜାତୀୟ କଂପାନୀକୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।ନାଲକୋ ୩୬ ବର୍ଷ ହେଲା କେତେ ପାରିପାର୍ଶିକ ଗ୍ରାମର ବିକାଶ କରିଛି ତାହାର ସମୀକ୍ଷା କରୁ ବୋଲି ସେ ଦାବି କରିଥିଲେ।ଲୋକଙ୍କୁ କୈାଣସି ସୁବିଧା ମିଳି ନ ଥିବାରୁ ଆଜି ଲୋକେ ନାଲକୋକୁ ବିରୋଧ କରୁଛନ୍ତି ବୋଲି ସେ ପ୍ରକାଶ କରିଥିଲେ।ଆମ୍ଭେ ପ୍ରଥମେ ଭାବୁଥିଲୁ ଯେ ନାଲକୋ ଖଣି କନନ ନିମନ୍ତେ ଗ୍ରାମସଭା କରାଯାଉଛି କିନ୍ତୁ ଏଠାକୁ ଆସି ଯୋଗଦେବାପରେ ଜଙ୍ଗଳ ଜମିକୁ ଅଣଜଙ୍ଗଳ ଜମି ଭାବେ ବ୍ୟବହାର କରିବା ନିମନ୍ତେ ଗ୍ରାମସଭା ହେଉଛି ବୋଲି ପୂର୍ବତନ ସାଂସଦ ତଥା ବିଜେପି ନେତା ଜୟରାମ ପାଙ୍ଗୀ ମତବ୍ୟକ୍ତ କରିଥିଲେ।ନାଲକୋ କାରଖାନାରେ ଲୋକେ କେତେ ସୁବିଧା ପାଇଛନ୍ତି ଓ ପଂଚପଟ୍ଟିମାଳି ଖଣିରେ କେତେ ସୁବିଦା ପାଇଛନ୍ତି ତାହା ପ୍ରଥମେ ଲୋକମାନେ ପରିଦର୍ଶନ କରି ଆସନ୍ତୁ ବୋଲି ସେ ମତବ୍ୟକ୍ତ କରିଥିଲେ।ତା ପରେ ଯାହାକିଛି ନିଷ୍ପତି ନିଆଯିବ ବୋଲି ସେ ସୂଚନା ଦେଇଥିଲେ।ଖଣି ଖନନ ପାଇଁ ପଲ୍ଲିସଭା ଓ ଗ୍ରାମସଭା କରାଯାଉ ବୋଲି ସେ ଦାବି କରିଥିଲେ।ନାଲକୋ ସର୍ବସାଧାରଣାରେ ନିଜର ଶ୍ୱେତପତ୍ର ପ୍ରକାଶ କରୁ ବୋଲି ସେ ଆହୁରୀ ଦାବି କରିଥିଲେ। ପଟ୍ଟାଙ୍ଗୀ,  ନୂଆଗାଁ ଓ କୋଟିଆରେ ଥିବା ଗ୍ରାମସଭାରେ ଯୋଗଦେଇ ଆଲୋଚନା କରନ୍ତୁ ଦେବା ନ ଦେବା ପରର କଥା ବୋଲି ସେ ପ୍ରକାଶ କରିଥିଲେ।ଗ୍ରାମସଭାରେ ଉପସ୍ଥିତ ସଭ୍ୟ /ସଭ୍ୟାମାନେ ଜଙ୍ଗଲ ଜମିକୁ ଅଣଜଙ୍ଗଳ ଜମିରେ ବ୍ୟବହାର କରିବା ଓ ଖଣି ଖନନ କରିବା ପ୍ରସ୍ତାବକୁ ବିରୋଧ କରିଥିଲେ ବୋଲି ପିଇଓ ଦିବାକର ପୂରୋହିତ ସୂଚନା ଦେଇଥିଲେ।ପଟ୍ଟାଙ୍ଗୀ ବିଡିଓ କରୁଣାକର ପ୍ରଧାନ ଓ ତହସିଲଦାର ଡ. ଅରୁଣ କୁମାର ଖଣ୍ଡା ବୈଠକର ଶେଷଭାଗରେ ଆସି ପଛରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା।ମାଳିପର୍ବତ ସୁରକ୍ଷା ସମିତି,  ସେରୁବନ୍ଧ ସୁରକ୍ଷା ସମିତି ଓ କୋରାପୁଟିଆ ଜନସୁରକ୍ଷା ସଂଘର କର୍ମକର୍ତାମାନେ ଗୋ ବେକ ଗୋ ବେକ ନାଲକୋ ସ୍ଲୋଗାନମାନ ଦେଉଥିବା ନଜର କରାଯାଇଥିଲା।ଏ ଜାଣିବାଏହି ପ୍ରସ୍ତାବକୁ ଗ୍ରାମସଭାରେ ଉପସ୍ଥିତ ସଭ୍ୟ /ସଭ୍ୟାମାନେ ବିରୋଧ କରିବା ସହ ନାଲକୋ ସେରୁବନ୍ଧ ବକ୍ସସାଇଟ ଖଣିରେ ଖନନ କରିବା ଉପରେ ଘୋର ବିରୋଧ କରିଥିଲେ।ଏହି ବୈଠକକୁ ସରପଂଚ ଜୟନ୍ତୀ ଚପାଡି ଅଧ୍ୟକ୍ଷତା କରିବା ବେଳେ ବିଜେପି ନେତା ଜୟରାମ ପାଙ୍ଗୀ,  କଂଗ୍ରେସ ନେତା ରାମଚନ୍ଦ୍ର କାଡାମ ପ୍ରମୁଖ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ ଯେ ସରକାର ନାଲକୋକୁ ସେରୁବନ୍ଧ ବକ୍ସସାଇଟ ଖଣିଲିଜ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.