Home ଜିଲ୍ଲା ପରିକ୍ରମା ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

35

ମାଲକାନଗିରି, ୨୧/୬ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲାର ବିଭିନ୍ନସ୍ଥାନରେ ସରକାରୀ ଓ ବେସରକାରୀ ସଂସ୍ଥା ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

ବିଶେଷ କରି ମାଲକାନଗିରି ଜିଲ୍ଲା ନେହୁର ଯୁବକେନ୍ଦ୍ର ପକ୍ଷରୁ ଆଓମା ଗୁରୁକୂଳ ପରିସରରେ ଆଡ଼ମ୍ବର ସହକାରେ ଜିଲ୍ଲା ସ୍ଥରୀୟ ଯୋଗ ଦିବସ ପାଳନ ହୋଇଛି। ଏହି ଅବସରରେ ଏକ ଆଧ୍ୟାତ୍ମିକ ସଭାର ଆୟୋଜନ କରାଯାଇଥିଲା। ଆଓମା ଗୁରୁକୂଳ ମୁଖ୍ୟପରିଚାଳକ ବିନାଶ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଯୋଗ ମହୋତ୍ସଵ ସମିତି ସମ୍ପାଦକ ଯୋଗଗୁରୁ ଭୁବନା ନନ୍ଦ ସାହୁ, ମୁଖ୍ୟବକ୍ତା ଭାବେ ନେହୁର ଯୁବକେନ୍ଦ୍ର ର ଜିଲ୍ଲା ଯୁବ ଅଧିକାରୀ ହରିଷ ରୂପାଲ, ସମ୍ମାନିତ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟ ଏନ ଏସ ଏସ ଅଧିକାରୀ ଅଧ୍ୟାପିକା ନମିତା ଦଣ୍ଡସେନା, ଆଓମା ଗୁରୁକୂଳ ସଭାପତି ରତ୍ନାକର ଦାଶ, ସାମ୍ବାଦିକ ଗୋପୀକୃଷ୍ଣ ପଟ୍ଟନାୟକ, ଅଧ୍ୟାପିକା ପ୍ରେମ ରେଖା ଭତ୍ରା, ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ବ୍ରହ୍ମକୁମାରୀ ଜୟନ୍ତି ଉପସ୍ଥିତ ରହି ଯୋଗ କରି ଦେହ ମନକୁ ସୁସ୍ଥ ରଖିବା ସହ ଅନ୍ୟକୁ ଖୁସି ଦିଅନ୍ତୁ ଓ ଯୋଗ ଆଭାସର ମହତ ସମ୍ପର୍କରେ କହିଥିଲେ। ଏହି ଅବସରରେ ଆଓମା ଗୁରୁକୂଳର ଶତାଧିକ ଛାତ୍ରଛାତ୍ରୀ ଓ ସହର ର ଅନେକ ବୁଦ୍ଧିଜୀବୀ, ସମାଜସେବୀ, ପୁରୁଷ ମହିଳା ମାନେ ଉପସ୍ଥିତ ରହି ନାନା ପ୍ରକାର ଯୋଗ ଅଭ୍ୟାସ କରିଥିଲେ।

ଠିକ ସେହିପରି ମାଲକାନଗିରି ସଦର ବ୍ଲକ ପରିସରରେ ଗୋଷ୍ଠିଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଭିଜିତ ସେଠି, ବ୍ଲକ ସେକ୍ସନ ଅଫିସର ଶିବ ଚରଣ ସେଠ ପ୍ରମୁଖ ଅଧିକାରୀ ଓ ବ୍ଲକ କର୍ମଚାରୀ ମାନେ ଉପସ୍ଥିତ ରହି ଯୋଗ କରିଥିଲେ।

ମାଲକାନଗିରି ମହାବିଦ୍ୟାଳୟର ଜାତୀୟ ସେବାସଂସ୍ଥା, ଜିଲ୍ଲା ଯୁବ ରେଡ଼କ୍ରସ ଓ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ମିଳିତ ଆନୁକୂଲ୍ୟରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଯୋଗର ଉପକାରିତା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ। ଏହି ସଭାରେ ଜାତୀୟ ସେବା ସଂସ୍ଥା ଅଧିକାରୀ ନମିତା ଦଣ୍ଡସେନା ଅଧ୍ୟକ୍ଷତା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ରେଡ଼କ୍ରସ ଆବାହକ ତଥା ସମ୍ପାଦକ ଡଃ ରଞ୍ଜନ କୁମାର ସ୍ୱାଇଁ ମୁଖ୍ୟବକ୍ତା ରୂପେ ଯୋଗଦାନ କରି ବର୍ତ୍ତମାନ ସମୟରେ ଯୋଗର ଆବଶ୍ୟକତା ଓ ଏହାର ଉପକାରିତା ଉପରେ ଆଲୋକପାତ କରିଥିଲେ। ମଞ୍ଚରେ ଯୋଗଗୁରୁ ଅଭିମନ୍ୟୁ ଦଳବେହେରା ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନ କରିଥିଲେ। ଏଥିରେ ୫୦ରୁ ଉର୍ଦ୍ଧ୍ୱ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗଦାନ କରିଥିଲେ।

ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଏସଏଫ କ୍ୟାମ୍ପ ପରିସର ରେ ମଧ୍ୟ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.