Home ଓଡ଼ିଶା ମାର୍କେଟକୁ ଆସିବାକୁ ଯାଉଛି ୨୦ ଟଙ୍କାର ନୂଆ ନୋଟ: ଜାଣନ୍ତୁ ଫିଚର୍ସ

ମାର୍କେଟକୁ ଆସିବାକୁ ଯାଉଛି ୨୦ ଟଙ୍କାର ନୂଆ ନୋଟ: ଜାଣନ୍ତୁ ଫିଚର୍ସ

3003

ନୂଆଦିଲ୍ଲୀ, ୨୭ ଅପ୍ରିଲ ୨୦୧୯, (ଓଡ଼ିଆ ପୁଅ) ଆଠ ନଭେମ୍ବର ୨୦୧୬ ରେ ବିମୁଦ୍ରାୟନ ହେବାପରେ କରେନ୍ସି ବଦଳିବାର ଯେଉଁ ପ୍ରଚଳନ ଆରମ୍ଭ ହୋଇଛି ଏହାର ଅନ୍ତିମ ପରିବର୍ତ୍ତନ ୨୦ ଟଙ୍କାର ନୋଟରେ ହିଁ ହେବାକୁ ଯାଉଛି। ୨୦୦୦, ୫୦୦, ୨୦୦, ୧୦୦, ୫୦, ୧୦ ଟଙ୍କାର ନୋଟର ରୂପ ପରିବର୍ତ୍ତନ ପରେ ଏବେ ୨୦ ଟଙ୍କାର ନୂଆ ନୋଟକୁ ମଧ୍ୟ ଶେଷରେ ବଦଳାଇବା ପାଇଁ ନିଷ୍ପତି ନିଆଯାଇଛି। ର‍ିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର ୱେବସାଇଟରେ ନୂଆ ନୋଟର ଫିଚର୍ସ ଶୁକ୍ରବାରଦିନ ସାବର୍ଜନ‍ିକ କରିଛି।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଶିଘ୍ର ୨୦ ଟଙ୍କାଙ୍କର ନୂଆ ନୋଟ ଜାରୀ କରିବା ପାଇଁ ଘୋଷଣା କରିଛି। ମହାତ୍ମା ଗାନ୍ଧୀଙ୍କର ନୂଆ ସିରିଜ୍ ଅନୁଯାୟୀ ଜାରୀ ହେବାକୁଥିବା ଏହି ନୋଟ ଉପରେ ଆରବିଆଇ ଗଭର୍ଣ୍ଣର ଓଡ଼ିଆ ପୁଅ ଶକ୍ତିକାନ୍ତ ଦାସଙ୍କର ହସ୍ତାକ୍ଷର ରହିବ।

୨୦ ଟଙ୍କାର ପୂର୍ବରୁ ପ୍ରଚଳିତ ସମସ୍ତ ନୋଟର ଲିଗାଲ ଟେଣ୍ଡର ରହିବ

ରିଜର୍ଭ ବ୍ୟାଙ୍କ ସ୍ପଷ୍ଟ କରିଛି କି ୨୦ ଟଙ୍କାର ପୂର୍ବରୁ ପ୍ରଚଳିତ ସମସ୍ତ ନୋଟର ଲିଗାଲ ଟେଣ୍ଡର ଅପରିବର୍ତ୍ତତ ରହିବ। ନୂଆ ନୋଟର ଆକାର ୬୩ମିମିx୧୨୯ମିମି ହେବ। ବାକୀ ସମସ୍ତ ଫିଚର ସେହିପରି ହିଁ ରହିବ, ଯାହାକୁ ପୂର୍ବରୁ ଜାରୀ ନୋଚରେ ଅଛି।

ଏଲୋରାର ଗୁମ୍ପା ଚିତ୍ର

ରିଜର୍ଭ ବ୍ୟାଙ୍କ ତରଫରୁ ଜାରୀ ବିଜ୍ଞପ୍ତିରେ କୁହାଯାଇଛି କ‍ି ୨୦ ଟଙ୍କାର ନୂଆ ନୋଟ ଟିକେ ସବୁଜ-ହଳଦିଆ ରଙ୍ଗର ହେବ। ନୋଟ ପଛରେ ଦେଶର ସାଂସ୍କୃତିକ ଔତିହାସିକ ସ୍ଥଳକୁ ଦର୍ଶାଉଥିବା ଏଲୋରାର ଗୁମ୍ପାର ଚିତ୍ର ରହିବ।

ସୂଚନାଯୋଗ୍ୟଯେ, ୨୦୧୬ ରେ ବିମୁଦ୍ରାୟନ ପରେ ୫୦୦, ୨୦୦୦, ୨୦୦, ୧୦୦, ୫୦, ୧୦ ଟଙ୍କାର ନୂଆ ନୋଟ ମଧ୍ୟ ଜାରୀ କରାଯାଇସାରିଛି। ୨୦ ଟଙ୍କାର ନୋଟ ବଦଳିବାର ମଧ୍ୟ ଅନୁମାନ କରାଯାଉଥିଲା, ତାହା ଏବେ ପ୍ରକୃତରେ ପରିବର୍ତନ ହେବାକୁ ଯାଉଛି।

ପ୍ରଚଳିତ ସର୍ବମୋଟ ନୋଟର ସଂଖ୍ୟାର ୯.୮ ପ୍ରତିଶତ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ପରିସଂଖ୍ୟାନ ମୁତାବ‍କ, ୩୧ ମାର୍ଚ୍ଚ ୨୦୧୬ ପର୍ଯ୍ୟନ୍ତ ୨୦ ଟଙ୍କାର ନୋଟର ସଂଖ୍ୟା ୪.୯୨ ଆରବ ଥିଲା, ଯାହା ମାର୍ଚ୍ଚ ୨୦୧୮ ପର୍ଯ୍ୟନ୍ତ ୧୦ ଆରବ ହୋଇଯାଇଥିଲା। ଯାହାକି ପ୍ରଚଳନର ସର୍ବମୋଟ ନୋଟ ସଂଖ୍ୟାର ୯.୮ପ୍ରତିଶତ ଅଟେ।.

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.