Home ଓଡ଼ିଶା ମହାରାଷ୍ଟ୍ରରେ କୋଠା ଭୂଷୁଡି ୨ ମୃତ,୫ ଆହତ

ମହାରାଷ୍ଟ୍ରରେ କୋଠା ଭୂଷୁଡି ୨ ମୃତ,୫ ଆହତ

152

ମହାରାଷ୍ଟ୍ର,୨୪/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): କୋଠା ଭୁଶୁଡ଼ି ଦୁଇ ମୃତ । ଏଭଳି ଦୁର୍ଘଟଣା ଘଟିଛି ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗରଠାରେ । ସୂଚନାନୁସାରେ, ଶନିବାର ପ୍ରତ୍ୟୁଷରେ ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ ଭିଓ୍ଵାଣ୍ଡି ସହରର ଶାନ୍ତିନଗରଠାରେ ଗୋଟାଏ ଚାରିତାଲାବିଶିଷ୍ଟ କୋଠାଘର ଭୁଶୁଡ଼ି ପଡ଼ିଛି । ଏଥିରେ ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟି ଥିବାବେଳେ ୫ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଭଗ୍ନସ୍ତପ ତଳୁ ଚାରି ଜଣ ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ତେବେ ଭଗ୍ନସ୍ତୁପ ତଳେ ଆହୁରି ଅନ୍ୟୂନ ୧୫ ଜଣ ବ୍ୟକ୍ତି ପୋତି ହୋଇ ରହିଯାଇଥିବା ଆଶଙ୍କା କରାଯାଉଛି । ଅଗ୍ନିଶମ ବିଭାଗ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।  ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ଏବଂ ଭଗ୍ନସ୍ତପ ତଳେ ରହିଯାଇଥିବା ବ୍ୟକ୍ତିମାନଙ୍କୁ ଖୋଜାଖୋଜି ମଧ୍ୟ ଚାଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.