Home ଜିଲ୍ଲା ପରିକ୍ରମା ମନରୋଗା କାମରେ ମହା ଦୁର୍ନିତୀ, ତଦନ୍ତ କଲେ ଲୋକପାଳ

ମନରୋଗା କାମରେ ମହା ଦୁର୍ନିତୀ, ତଦନ୍ତ କଲେ ଲୋକପାଳ

181

ଖଡିଆଳ/ନୂଆପଡା-୩୦.୦୬.୧୯(ଓଡିଆ ପୁଅ/ସୁଜିତ କୁମାର ପ୍ରଧାନ)-ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତରେ ଏମଜିଏନଆରଇଜିଏସ ଯୋଜନାରେ ବ୍ୟାପକ ଅନ୍ୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଯୋଜନାରେ ପୋଖରୀରେ ମାଟି ଖନନ ସହ ଜମି ମରାମତି କାମ କରିଥିବା ଶ୍ରମିକମାନଙ୍କୁ ଦୀର୍ଘ ୨ ବର୍ଷ ହେବ ମଜୁରି ଟଙ୍କା ମିଳିନ ଥିବା ଅଭିଯୋଗ ହୋଇଛି। ଶ୍ରମିକମାନେ ମଜୁରି ଟଙ୍କା ପାଇବା ପାଇଁ ସ୍ଥାନିୟ ସରପଞ୍ଚ ଠାରୁ ନେଇ ଖଡିଆଳ ବିଡିଓଙ୍କୁ ମଧ୍ୟ ଜଣାଇଥିଲେ ହେ କୌଣସି ସୁଫଳ ମିଳିପାରି ନାହିଁ। ଗତ ୨୦୧୬-୧୭ ବର୍ଷରେ ଏମଜିଏନଆରଇଜିଏସ ଯୋଜନାରେ ଖଡିଆଳ ବ୍ଲକ ନେହେନା ଗ୍ରାମ ପଞ୍ଚାୟତ ର ଚିଚେର ଗାଁ ର ମହାବନ୍ଦରେ ୫ ଲକ୍ଷ ଟଙ୍କାର ମାଟି ଖନନ କାମ ହୋଇଥିଲା। ଏହି ମାଟି କାମରେ ଚିଚେର ଗ୍ରାମର ଶତାଧିକ ପୁରଷ ଓ ମହିଳା ଶ୍ରମିକମାନେ ମାଟି ଖନନ ଓ ମାଟି ବୋହିବା କାମରେ ନିୟୋଜିତ ହୋଇଥିଲେ। ହେଲେ ଦୀର୍ଘ ୨ ବର୍ଷ ବିତିଯାଇଥିଲେ ହେ ମଜୁରି ଟଙ୍କା ଏ ଯାଏ ମିଳି ନ ଥିବା ଅଭିଯୋଗ କରିଛନ୍ତି। ସେହିଭଳି ନେହେନା ଗାଁ ର ଦଶେରି ବନ୍ଧରେ ମଧ୍ୟ ମାଟି ଖନାନ କରିଥିବା ଶ୍ରମିକ ମାନଙ୍କୁ ଦୀର୍ଘ ୨ ବର୍ଷ ହେଲା ମଜୁରି ଟଙ୍କା ମିଳି ନ ଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି। ଏପରି କି ଏହି ଗ୍ରାମ ପଞ୍ଚାୟତ ର ଅଧିନରେ ୬୪ ଜଣ ହିତାଧିକାରି ଜମି ମରାମତି କାମ କରିଥିବା ଚାଷିମାନଙ୍କୁ ମଜୁରି ଟଙ୍କା ମିଳି ନ ଥିବା ଅଭିଯୋଗ କରିଛନ୍ତି। ମଜୁରି ଟଙ୍କା ପାଇବା ପାଇଁ ଶ୍ରମିକ ମାନେ ବାରମ୍ବାର ସ୍ଥାନିୟ ସରପଞ୍ଚ ଠାରୁ ଆରମ୍ଭ କରି କନିଷ୍ଟ ଯନ୍ତ୍ରୀ ଓ ଖଡିଆଳ ବିଡିଓ ଙ୍କୁ ଲିଖିତ ଭାବେ ଜଣାଇ ଆସୁଛନ୍ତି। ହେଲେ ପ୍ରଶାସନ କୌଣସି ପଦଖେପ ଗ୍ରହଣ କରି ନ ଥିବାରୁ ଶ୍ରମିକ ମାନଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ସହ ଖଡିଆଳ କାର୍ଯାଳୟକୁ ଘେରାଓ କରିଥିଲେ। ଏହାପରେ ନୂଆପଡା ଜିଲ୍ଲା ମନୋରେଗା ଯୋଜନାର ଲୋକପାଳ ( ଅମ୍ବୁଡ୍ସମ୍ୟାନ) ଆର ବିଜୟ ରାଜ ନେହେନା ଗ୍ରାମ ପଞ୍ଚାୟତ କୁ ଯାଇ ସରଜମିନ ତଦନ୍ତ କରିଛନ୍ତି। ହେଲେ ତଦନ୍ତ ବେଳେ ବିଭାଗୀୟ ଅଧିକାରି ମାନେ ସମସ୍ତ କାମର ଫାଇଲ ଦେଖାଇ ପାରି ନ ଥିବାରୁ ଲୋକପାଲ କ୍ଷୁବ୍ଧ ହୋଇଥିଲେ। ପରେ ଚିଚେର ଗାଁ କୁ ଯାଇ ମହାବନ୍ଧରେ ମାଟିକାମ କରିଥିବା ଶ୍ରମିକମାନଙ୍କୁ ଭେଟି ଅଭିଯୋଗ ସମ୍ପର୍କରେ ବୁଝିଥିଲେ। ନେହେନା ଗ୍ରାମର ଦସେରି ବନ୍ଧରେ ମାଟି ଖନନ କାମ କରିଥିବା ଶ୍ରମିକ ମାନଙ୍କୁ ୭୪ ହଜାର ୬୫୦ ଟଙ୍କା ଦୀର୍ଘ ୨ ବର୍ଷ ହେଲା ମଜୁରି ଟଙ୍କା ମିଳି ନ ଥିବାବେଳେ ଗ୍ରାମ ପଞ୍ଚାୟତର ଅଧିନରେ ୬୪ ଜଣ ହିତାଧିକାରି ଚାଷିମାନଙ୍କୁ ଜମି ମରାମତି କାମରେ ମୋଟ ୭ ଲକ୍ଷ ୯୫ ଜଜାର ୮୧୭ ଟଙ୍କା ମଜୁରି ମିଳି ନ ଥିବା ତଦନ୍ତରୁ ଜଣାପଡିଥିଲା। ତଦନ୍ତ ପରେ ଏହାର ସତ୍ୟାସତ୍ୟ ଜାଣିବା ପରେ ଆଗାମୀ ୧୫ ଦିନ ମଧ୍ୟରେ ଶ୍ରମିକ ମାନଙ୍କୁ ମଜୁରି ଟଙ୍କା ଯୋଗାଇ ଦେବାକୁ ବିଭାଗୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନଚେତ ବିଭାଗୀୟ କର୍ମଚାରିଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଟାନ ନେବାକୁ ଲୋକପାଲ ଆର ବିଜୟରାଜ ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.