Home କୋରାପୁଟ        ମଦ ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

       ମଦ ବନ୍ଦ କରିବାକୁ ଗ୍ରାମବାସୀ ଜିଲାପାଳଙ୍କ ଦ୍ୱାରସ୍ଥ

38

କୋରାପୁଟ ୨୩-୦୨(ଓଡିଆ ପୁଅ /ରଂଜନ ଦାସ) କୋରାପୁଟ  ଜିଲା ଦଶମନ୍ତପୁର ବ୍ଲକ ପୋଡାଗଡ ପଂଚାୟତ କଂଟାବେଟି  ଗ୍ରାମରେ କିଛି ଲୋକ ବେଆଇନ୍ ମଦ ପ୍ରସ୍ତୁତି ଓ ବିକ୍ରି କରୁଥିବା ଅଭିଯୋଗ କରି  ତାହା ବନ୍ଦ କରିବାକୁ  ଗ୍ରାମବାସୀ  ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ,ବିଶିକେଶନ ସାହୁ,ତ୍ରିନାଥ ଚୌଧରୀ ଏବଂ ଯୋଗେଶ୍ୱର ସାହୁ ନାମକ ତିନିଜଣ ବ୍ୟକ୍ତି  ବେଆଇନ୍ ଭାବେ  ଦେଶୀ ମଦ ପ୍ରସ୍ତୁତି ଓ  ବିକ୍ରି କରି ସ୍ଥାନୀୟ ଅଂଚଳରେ ଆଇନ୍ ଶୃଂଖଳା ସ୍ଥିତି ବିଗାଡୁଛନ୍ତି । କିଛି ଦିନ ପୂର୍ବରୁ  ଅନୁଷ୍ଠିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନବେଳେ ବ୍ୟାପକ ମଦ ପ୍ରସ୍ତୁତି ଓ ବିକ୍ରି କରି ଗାଁରେ ବିଶୃଂଖଳା  ସୃଷ୍ଟି କରିଥିଲେ  । ସେମାନେ ଦୁଷ୍ଟ ପ୍ରକୃତିର ଲୋକ  ହୋଇଥିବାରୁ  ଗ୍ରାମବାସୀ  ବେଆଇନ୍ ମଦ ବିକ୍ରିରୁ  ପ୍ରତିବାଦ କରିବା ସାହାସ ଜୁଟାଇ ପାରୁ ନାହନ୍ତି ତେଣୁ ଉପରୋକ୍ତ ତିନିଜଣଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହ ଚଢାଉ  କରା ଯାଇ  ସେମାନଙ୍କୁ ଗିରଫ କରିବାକୁ  କଂଟାବେଟି ଗ୍ରାମବାସୀ ଦାବି କରିଛନ୍ତି । କୋରାପୁଟ ଅବକାରୀ ଅଧୀକ୍ଷକ ଓ ସଦର ଥାନା ଅଧିକାରୀଙ୍କୁ ମଧ୍ୟ ଭେଟି  ଗ୍ରମାବସୀ ଅଭିଯୋଗ କରିଥିବା ଜଣା ପଡିଛି । କଂଟାବେଟି ଗ୍ରାମର  ମଧୁ ବଡନାୟକ,ଜୋଗବନ୍ଧୁ  ବଡନାୟକ,ଦାମ ବଡନାୟକ,ଭୂନ ମାଝି,ଲଇଛନ ବଡନାୟକ ପ୍ରମୁଖ ଜିଲାପାଳଙ୍କୁ ସାକ୍ଷାତ କରି   ବେଆଇନ୍ ମଦ  ବିକ୍ରି ବନ୍ଦ କରିବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.