Home ଓଡ଼ିଶା ମଦପିଇ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅଶୀଳ ଇଙ୍ଗିତ ଓ ପିଲାଙ୍କୁ ଡ଼ରାଇବା ଘଟଣା

ମଦପିଇ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଅଶୀଳ ଇଙ୍ଗିତ ଓ ପିଲାଙ୍କୁ ଡ଼ରାଇବା ଘଟଣା

343

– ୭ଦିନ ଭିତରେ ଦୋଷୀ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ ଚେତାବନୀ
ବାଲିଗୁଡା, ୨/୮ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ) ଦିନସାରା ମଦ୍ୟପାନ କରି ବିଦ୍ୟାଳୟର ଛାତ୍ରୀମାନଙ୍କୁ ଅଶୀଳ ଇଙ୍ଗିତ କରିଥିବା କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଋଷି କୁମାର ନାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ବରଂ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ପାଇଁ ଷଡଯନ୍ତ୍ର କରାଯାଉଥିବା ଅଭିଯୋଗ ହୋଇଛି। ସେପଟେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ବଦଳି କରି ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ନିଯୁକ୍ତି ଦେବାପାଇଁ ଅଡିବସିଛନ୍ତି ଅଭିଭାବକ ମାନେ। ସୂଚନା ଥାଉକି ଗତକାଲି ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ଥିବା ପ୍ରଧାନଶିକ୍ଷକ ଋଷି କୁମାର ନାୟକ ବିଦ୍ୟାଳୟ ସମୟରେ ମଦ୍ୟପାନ କରି ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରିବା ସହ ଅଶୀଳ ଭାଷାରେ ଗାଳିଗୁଲଜ କରିବା ଫଳରେ ମଧ୍ୟାହ୍ନ ଭୋଜନ ସମୟରେ ଭୟରେ ପିଲାମାନେ ସ୍କୁଲରୁ ଘରକୁ ଚାଲିଯାଇଥିଲେ। ତେବେ ଉକ୍ତ ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ସହ ୩ଜଣ ABEO ଉକ୍ତ ବିଦ୍ୟାଳୟକୁ ଯାଇ ସ୍ଥିତ ଅନୁଧ୍ୟାନ କରି ଫେରିଥିଲେ। ଘଟଣା ସତ୍ୟ ବୋଲି ଜାଣିବା ପରେ ମଧ୍ୟ ଦୋଷୀ ଶିକ୍ଷକ ଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅମଙ୍ଗ ହେଉଥିବା ଅଭିଯୋଗ ହୋଇଛି। ସେପଟେ ଅଞ୍ଚଳର କିଛି ଅସାଧୁ ଲୋକେ ଆଜି ବିଦ୍ୟାଳୟ ଭିତରେ ପଶି ପ୍ରଧାନ ଶିକ୍ଷକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣା ପଡ଼ିଛି। ଆକ୍ରମଣ ପରେ ସଂପୃକ୍ତ ଶିକ୍ଷକ ଡାକ୍ତର ଖାନା କୁ ଯାଇ ଚିକିତ୍ସା ହେବା ପରେ ଛୁଟିରେ ଘରକୁ ଯାଇଥିବା ଜଣାପଡିଛି। ଯଦି୭ଦିନ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଅବିଭାବକମାନେ ଆଇନ କୁ ହାତକୁ ନେବେ ବୋଲି ଚେତାବନୀ ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.