Home ଜିଲ୍ଲା ପରିକ୍ରମା ମତୋ କଲେଜର ଛାତ୍ର ଛାତ୍ରୀଙ୍କ କଲେଜ ବାର୍ଷିକ ଫି କମାଇବା ଦାବୀ ନେଇ ଆନ୍ଦୋଳନ

ମତୋ କଲେଜର ଛାତ୍ର ଛାତ୍ରୀଙ୍କ କଲେଜ ବାର୍ଷିକ ଫି କମାଇବା ଦାବୀ ନେଇ ଆନ୍ଦୋଳନ

92

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚାନ୍ଦବାଲି ବ୍ଲକ ମତୋ +୩ କଲେଜର ଛାତ୍ର ଛାତ୍ରୀ ମାନେ ବାଷିକ କଲେଜ ଫିକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି । ମହାମାରୀ କରୋନା ପରେ ଚଳିତ ବନ୍ୟା ପ୍ରଭାବରେ ଛାତ୍ର ଛାତ୍ରୀ ଅଭିବାବକଙ୍କର ଅର୍ଥିକ ସ୍ଥିତି ବିଗିଡ଼ି ଯାଇଛି ଏପରି ସ୍ଥିତିରେ କଲେକ କତୃପକ୍ଷ ବାର୍ଷିକ ରିଆଡ଼ମିସନ ଫିକୁ କମାଇବା ପାଇଁ ଛାତ୍ର ଛାତ୍ରୀ ମାନେ କଲେକ କତୃପକ୍ଷଙ୍କୁ ପୂର୍ବରୁ ଅନୁରୋଧ କରିଥିଲେ । କଲେକ କତୃପକ୍ଷ ଏହା ଉପରେ କୈଣସି ଆଲୋଚନା ନକରି ପୂର୍ବ ବର୍ଷ ଯାହା ଥିବା ଚଳିତ ବର୍ଷ ସେହି ଫି ଛାତ୍ର ଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ କରିଥିବାରୁ ଏହାର ପ୍ରତିବାଦ କରି ଛାତ୍ର ଛାତ୍ରୀ ମାନେ କଲେକ ଅଧ୍ୟକ୍ଷଙ୍କ କାର୍ଯ୍ୟଳୟକୁ ଘେରିବା ସହ ନାରାବାଜି କରିଥିଲେ । କଲେକ କତୃପକ୍ଷଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ ପ୍ରଶାସନ ଆନ୍ଦୋଳନ କାରୀ ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ଆଲୋଚନା ଜାରୀ ରଖିଛନ୍ତି । ଅନ୍ୟପଟେ କଲେକ କତୃପକ୍ଷ ପ୍ରକାଶ କରିଛନ୍ତି ପୂର୍ବ ବର୍ଷ ଯାହା କଲେଜ ଫି ଥିଲା ଏବର୍ଷ ମଧ୍ୟ ତାହା ସମାନ ରହିଛି ଏବଂ କଲେକ ଫିବୃଦ୍ଧି କରାଯାଇନାହିଁ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.