Home ଜିଲ୍ଲା ପରିକ୍ରମା ବନ୍ତ ବଜାର ର ଡ଼୍ୟାନ କାର୍ଯ୍ୟ ସଂପୂର୍ଣ୍ଣ ସହ , ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ...

ବନ୍ତ ବଜାର ର ଡ଼୍ୟାନ କାର୍ଯ୍ୟ ସଂପୂର୍ଣ୍ଣ ସହ , ଉଜ୍ଜଳ ଆଲୋକ ବ୍ୟବସ୍ଥା ପାଇଁ ଦାବି

55

ଭଦ୍ରକ, ୧୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଟିଲୋ କେନାଲ ରୋଡ଼ ଠାରୁ ବନ୍ତ ବ୍ଲକ ପର୍ଯ୍ୟନ୍ତ ଦୁଇ କିମି ସ୍ଥାନ ବନ୍ତ ବଜାର ପରିବ୍ୟପ୍ତ ହୋଇଛି । ଏହାର ମଧ୍ୟମ ସ୍ଥଳରେ ୫୩ ନଂ ଭଦ୍ରକ -କେନ୍ଦୁଝର ରାଜ୍ୟ ରାଜପଥ ଗତି କରିଛି । ଦୀର୍ଘ ବର୍ଷ ପରେ ବନ୍ତ ବଜାର ରାସ୍ତାର ଅବସ୍ଥା ଟିକେ ବଦଳି ଥିବା ବେଳେ ନିର୍ମାଣ ହୋଇଥିବା ଡ଼୍ୟାନ ସମସ୍ୟା ଅଧାପନ୍ତରିଆ ଭାବେ ପଡ଼ିରହିଛି । ଫଳରେ ଦୀର୍ଘ ମାସ ହେବ ରାସ୍ତାର ଉଭୟ ପାଶ୍ୱର୍ରେ ଖୋଳାଯାଇଥିବା ଧ୍ୟାନରେ ବର୍ଷାଜଳ ସହ ଅଳିଆ ଅସନାରେ ଭର୍ତି ହୋଇଛି । ଅଡ଼ାପନ୍ତିରିଆ ଧ୍ୟାନ ଯୋଗୁଁ ଯାତ୍ରୀମାନେ ନିଜର ବାଇକ ଗୁଡ଼ିକୁ ରାସ୍ତାର ଉଭୟ ପାଶ୍‌ର୍ରେ ରଖିବାକୁ ବାଧ୍ୟ ହେଉଛନ୍ତି । ଏହି ସମସ୍ୟା ଯୋଗୁଁ ଦୁର୍ଘଟଣା ମାନ ଘଟିବାରେ ଦେଖାଯାଇଛି । ବଜାର ଉଭୟ ସ୍ଥାନରେ ବିଭିନ୍ନ କାର୍ଯ୍ୟାଳୟ ତଥା ବ୍ଲକ, ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ,ଥାନା,ତହସିଲ ,ସବ୍‌ରେଜିଷ୍ଠର,ସହ ବିଦ୍ୟାଳୟ, ମହାବିଦ୍ୟାଳୟ ,ଚିକିତ୍ସାକେନ୍ଦ୍ର,ପ୍ରାଣି ଚିକିତ୍ସା କେନ୍ଦ୍ର ୪ଗୋଟି ବ୍ୟାଙ୍କ ଆଦି ରହିଥିବାରୁ ଉକ୍ତ ସ୍ଥାନ ରେ ବହୁଜନଗହଳୀ ପରିଲକ୍ଷିତ ହୋଇଛି । ବିଶେଷ କରି ସଂଧ୍ୟା ସମୟରେ ଉକ୍ତ ସ୍ଥାନମାନଙ୍କରେ ଆଲୋକ ବ୍ୟବସ୍ଥା ନଥିବାରୁ ଉକ୍ତ ଅଂଚଳ ଅନ୍ଦକାର ହୋଇଯାଉଛି ।ଏହି ମୁଖ୍ୟ ସ୍ଥାନମାନଙ୍କରେ ହାଇମାସ୍କ ଲାଇଟ ବ୍ୟବସ୍ଥା କରିବାକୁ ଦାବି ହେଉଛି । ଉକ୍ତ ସ୍ଥାନ ମାନଙ୍କରେ ଆଲୋକ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ଉକ୍ତ ସ୍ଥାନଗୁଡ଼ିକ ପ୍ରାୟ ଅନ୍ଧାର ରହୁଛି । ଏଥିପାଇଁ ଚୋରୀ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆପରାଧିକ କାର୍ଯ୍ୟକଳାପ ମାନ ବୃଦ୍ଧି ପାଇବା ସହ ଦୁର୍ଘଟଣା ମାନ ଘଟୁଥିବାର ଦେଖାଯାଉଛି ି । ଏହି ସମସ୍ୟାର ସମାଧାନ ସହ ସୁଖପ୍ରଦ ଯାତ୍ରା ପାଇଁ ମୁଖ୍ୟ ସ୍ଥାନ ଓ ଛକଯାଗାମା ନଙ୍କରେ ରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ସହ ଅଧାପନ୍ତରିଆଭାବେ ପଡ଼ିରହିଥିବା ଡ଼୍ୟାନ କାର୍ଯ୍ୟକୁ ସଂପୂର୍ଣ୍ଣ କରିବାକୁ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.