Home ଆନ୍ତର୍ଜାତୀୟ ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ (BICAS), AOL (Art of...

ଭାରତୀୟ ଦୂତାବାସ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ (BICAS), AOL (Art of Living) ଏବଂ ବାହାରିନ ଓଡ଼ିଆ ସମାଜର ମିଳିତ ଅIନୁକୂଲ୍ୟରେ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

172

ବାହାରିନ (ମାନାମା) ୨୨.୬ (ଓଡ଼ିଆ ପୁଅ) ଭାରତୀୟ ଦୂତାବାସ ର ଆମନ୍ତ୍ରଣରେ ବାହାରିନ ଓଡ଼ିଆ ସମାଜ, ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ, AOL (Art Of Living) ସପ୍ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରି ଅଛି। ଏହି ଉପଲକ୍ଷରେ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଏକ ଅନଲାଇନ ଯୋଗ ସଚେତନତା ଶିବିରରେ, ବାହାରିନରେ ବସବାସ କରୁଥିବା ଓଡ଼ିଆ ଅଧିବାସୀ ମାନେ ସେମାନଙ୍କର ପରିବାରବର୍ଗଙ୍କ ସହିତ ଯୋଗ ଦେଇଥିଲେ।

ଭାରତୀୟ ଦୂତାବାସ ଦ୍ଵାରା ଏହି ଶିବିରକୁ ଭିଡ଼ିଓ କନଫରେନସିଂ ଜରିଆରେ ସଞ୍ଚାଳନ କରାଯାଇଥିଲା। ଏହି ଆଯୋଜନରେ ବାହାରିନରେ ବସବାସ କରୁଥିବା ଭାରତୀୟ ସମ୍ପ୍ରଦାୟର ଗଣ୍ୟମାନ୍ ସଦସ୍ୟ ମଧ୍ୟ ଯୋଗ ଦେଇଥିଲେ। ସବୁ ଠାରୁ ଉଲେଖନୀୟ ଯେ ସ୍ଥାନୀୟ ବାହାରିନ ମୁସଲିମ ବାସିନ୍ଦା ମଧ୍ୟ ଏହି ଯୋଗ ଶିବିର ରେ ବହୁତ ପରିମାଣ ରେ ଅଂଶ ଗ୍ରହଣ କରିଥିଲେ। ସେମାନେ ମଧ୍ୟ ଯୋଗ ର ଉପକାରିତା ବୁଝିବା ସହିତ ପ୍ରତିଦିନ ଯୋଗ ଅଭ୍ୟାସ କରିବା ପାଇଁ ପ୍ରଣ କରିଥିଲେ। ଏହା ପ୍ରମାଣ କରେ ଯେ ଯୋଗ ବର୍ତମାନ ଜାତି, ବର୍ଣ, ଧର୍ମ, ଦେଶ ର ପରିଧି ରେ ଅବାଧ ନରହି ସାରା ବିଶ୍ୱ ରେ ସମ୍ପ୍ରସାରଣ କରି ଅଛି। ଏହା ଶରୀରକୁ ସୁସ୍ଥ ରଖିବାର ଏକ ବୈଜ୍ଞ।ନିକ ଉପଯୋଗୀତା ବୋଲି ପ୍ରମାଣିତ ହୋଇଅଛି।

ଭାରତର ରାଷ୍ଟ୍ରଦୂତ ଶ୍ରୀଯୁକ୍ତ ପିଯୁଷ ଶ୍ରୀବାସ୍ତବ, ଏହି ଲାଇଭ ଷ୍ଟ୍ରିମିଙ୍ଗ ଅଧିବେଶନ କାଳରେ ଚଳିତ ଯୋଗ ଦିବସର ବିଷୟବସ୍ତୁ; ସୁସ୍ଥ ଜୀବନଯାପନ ପାଇଁ ଯୋଗର ଆବଶ୍ୟକତା ଓ ସ୍ଵଗୃହରୁ ଯୋଗାଭ୍ୟାସ କରାଯିବାର ବାର୍ତ୍ତା ଉପରେ ଆଲୋକପାତ କରିଥିଲେ। ବିଶେଷ କରି ବର୍ତ୍ତମାନର କରୋନା ମହାମାରୀ ଜନିତ ସଙ୍କଟ କାଳରେ ଯୋଗ ଦ୍ବାରା କିଭଳି ବିମର୍ଷ ଭାବକୁ ଦୂର କରାଯାଇ ମାନବ ମନରେ ସାକାରାତ୍ମକ ଚିନ୍ତା ଧାରା ଅନୁପ୍ରବେଶ କରାଯାଇପାରିବ, ସେ ସମ୍ପର୍କରେ ଚର୍ଚ୍ଚା କରାଯାଇଥିଲା। ଯୋଗ ବିଜ୍ଞାନ ଅନୁଶୀଳନ ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ସନ୍ତୁଳନ ଓ ସଂହତି ରକ୍ଷା କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଫଳସ୍ୱରୁପ ମାନବ ସମାଜର ସର୍ବମଙ୍ଗଳ ସକାଶେ ବ୍ୟକ୍ତିଗତ ସଚେତନତା ତଥା ସାମୂହିକ ସଚେତନତା ଭଦ୍ରେକ କରାଯିବା ସମ୍ଭବପର ହୋଇପାରୁଥିବା ମତ ପ୍ରକାଶ କରିଥିଲେ।

ବାହାରିନ ଓଡ଼ିଆ ସମାଜ ତରଫରୁ ପ୍ରତିଷ୍ଠାତା ଡ଼.ଅରୁଣ କୁମାର ପ୍ରହରାଜ (ବାହାରିନ ଇଣ୍ଡିଆ ସାଂସ୍କୃତିକ ଏବଂ କଳା ପରିଷଦ (BICAS) ର ଉପ ସଭାପତି, ପ୍ରତିନିଧିତ୍ୱ କରିବା ସହିତ ତାଙ୍କ ସମ୍ବାଦ ରେ କହିଥିଲେ ଯେ ନିସନ୍ଦେହ, ପାଣ୍ଡେମିକ୍ କୋଭିଡ୍ -୧୯ ମାନବଜାତି ପାଇଁ ଏକ ବଡ଼ ବିପଦ କିନ୍ତୁ ଆମେ ସମସ୍ତେ ସହମତ ହେବୁ ଯେ ଏହି ସମୟରେ ଏହା ଆମ ସମସ୍ତଙ୍କ ପାଇଁ ଜଣେ ମହାନ ଶିକ୍ଷକ ଏବଂ ଏହା ଆମକୁ ଶିକ୍ଷା ଦେଲା ଯେ ଆମର ସର୍ବୋତ୍ତମ ବନ୍ଧୁ ଆମର ସୁସ୍ଥ ଶରୀର ଏବଂ ଏହା ବ୍ୟତୀତ ସୁସ୍ଥ ରହିବା। ପୁଷ୍ଟିକର ଖାଦ୍ୟ ଆମକୁ ସାମଗ୍ରିକ ବ୍ୟାୟାମ ଆବଶ୍ୟକ କରେ ଯାହା ଯୋଗ ର ନିୟମିତ ଅଭ୍ୟାସ କେବଳ ପ୍ରଦାନ କରିପାରିବ।

ବାହାରିନ ଓଡ଼ିଆ ସମାଜ ତରଫରୁ ସୁନିତା ପ୍ରହରାଜ, ଅରୁଣିତା ପ୍ରହରାଜ, ସୁବାସ ସାହୁ, ଜ୍ୟୋତି ଶର୍ମା, ସତ୍ୟକ ସାହୁ, ଅମୀୟ ସ୍ୱାଇଁ, ରମେଶ ପାଣିଗ୍ରାହୀ, ସ୍ନେହା ପାଣିଗ୍ରାହୀ, ଅନୁଷ୍କା, ନୃସିଂହ ଚରଣ ନାୟକ, ପପୀ ରାଣୀ, ସୁଧେଣ୍ଡୁ ଦାସ, ପ୍ରିୟା ଦାସ, ଶ୍ରେୟା ଦାସ , ପ୍ରେମ କୁମାର, ହିମାଂଶୁ, ଦେବାଶିଷ, ଭାବ୍ୟ।, ତୋଷୀ, ପ୍ରଣୟ ରାଉତ, ପିତାମ୍ବର ବେହେରା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

ଏହା ଦୀର୍ଘ ଦୁଇ ସପ୍ତାହ ଧରି ପାଳିତ ହୋଇଥିଲା। ବାହାରିନ ରେ ଥିବା ଅନ୍ୟ ସମ୍ପ୍ରଦାୟ ର ଲୋକ ମାନେ ମଧ୍ୟ ଯୋଗ ଏହାର ଉପକାରିତା ଜାଣିପାରିଲେ। ବିଶେଷ କରି ପିଲା ମାନେ ବହୁତ ଆନନ୍ଦ ଉପଭୋଗ କରିଥିଲେ। ଭାରତ ସରକାର ଦ୍ୱାରା ପରିଚଳିତ ଏହି କାର୍ଯ୍ୟକ୍ରମ କୁ ବହୁତ ପରିମାଣ ରେ ପ୍ରସଂଶା ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.