Home ଓଡ଼ିଶା ଭଷାଣୀ ପାଇଁ ୩୦ ପ୍ଲାଟୁନ ପୋଲିସ ହେବେ ମୁତୟନ

ଭଷାଣୀ ପାଇଁ ୩୦ ପ୍ଲାଟୁନ ପୋଲିସ ହେବେ ମୁତୟନ

245

ଭୁବନେଶ୍ଵର,୦୮/୧୦,(ଓଡ଼ିଆ ପୁଅ ପି ନାଏକ): ଆଜି ହେଉଛି ମା ଦୁର୍ଗାଙ୍କ ପବିତ୍ର ବିଜୟାଦଶମୀ । ଏହି ଅବସରରେ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି । ଆଉ ସବୁଆଡ଼େ ମାହୋଲ ଟିକିଏ ନିଆରା ବି ରହିଛି । ତେବେ ଏହି ପାର୍ବଣର ମାହୋଲ ଭିତରେ ଆଜି ରାବଣପୋଡ଼ି ଉତ୍ସବ ବି ରହିଛି । ରାଜଧାନୀର  ୫ଟି ସ୍ଥାନରେ ରାବଣ ପୋଡ଼ି ହେବାର କାର୍ଯ୍ୟକ୍ରମ ରହିଛି । ତେବେ ଏଥର ଦର୍ଶକଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପରିକି ଭଷାଣିକୁ ଦୃଷ୍ଟିରେ ରଖି ମଧ୍ୟ କମିଶନରେଟ ପୋଲିସ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ।

ରାବଣ ପୋଡ଼ି ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ବରମୁଣ୍ଡା ଓ ନୟାପଲ୍ଲି ପାଖରେ ଟ୍ରାଫିକ ସମସ୍ୟାକୁ ଅଧିକ ଧ୍ୟାନ ଦିଆଯିବ । ରସୁଲଗଡ଼ରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖାଯିବ । ବାଇପାସରେ ଯିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି । ବରମୁଣ୍ଡା ଓ ଝାରପଡାରେ ଆତସବାଜି ଦ୍ୱାରା ରାବଣ ପୋଡି ହେବ ।

ଏହାସହ ଭଷାଣି ପାଇଁ ୩ଟି ସ୍ଥାନ ଚୟନ କରାଯାଇଥିବା ବେଳେ ୩୦ ପ୍ଲାଟୁନ ଫୋର୍ସ ଭାଷାଣି ପାଇଁ ମୁତୟନ ହେବେ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.