Home ଜିଲ୍ଲା ପରିକ୍ରମା ଭଦ୍ରକ କରୋନା ସ୍ଥିତି : ସୁସ୍ଥ ହେଲେ ୧୦, ନୂଆ ଆକ୍ରାନ୍ତ ୧, ଆକ୍ଟିଭ ଅଛନ୍ତି...

ଭଦ୍ରକ କରୋନା ସ୍ଥିତି : ସୁସ୍ଥ ହେଲେ ୧୦, ନୂଆ ଆକ୍ରାନ୍ତ ୧, ଆକ୍ଟିଭ ଅଛନ୍ତି ୩୦

180

ଭଦ୍ରକ, ୨୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କରୋନା ସ୍ଥିତି ଅନ୍ୟ ଜିଲ୍ଲାମାନଙ୍କ ଠାରୁ ଅପେକ୍ଷାକୃତ ଭଲ ରହିବା ସହ ନିୟନ୍ତ୍ରଣାଧୀନ ରହିଛି । ଆକ୍ରାନ୍ତ ଚିହ୍ନଟ ହେଉଥିବା ସ୍ଥଳେ ସୁସ୍ଥ ମଧ୍ୟ ଦୃତ ଗତିରେ ହେଉଛନ୍ତି । ଯେଉଁ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି ସେମାନେ ସମସ୍ତେ ପ୍ରବାସୀ ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟାଇନ କେନ୍ଦ୍ରରୁ ହିଁ ଚିହ୍ନଟ ହେଉଛନ୍ତି । ଗୋଷ୍ଠୀ ସଂକ୍ରମଣ ନ ଥିବା ଏକ ଆଶ୍ୱସ୍ତିକର ବିଷୟ । ଆଜି ଜିଲ୍ଲାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣ ସୁସ୍ଥ ହୋଇଛନ୍ତି । ଯାହା ପରର ସ୍ଥିତି ଅନୁଯାୟୀ ମୋଟ ଆକ୍ରାନ୍ତ ୨୨୭, ସୁସ୍ଥ ହୋଇଛନ୍ତି ୧୯୭ ଏବଂ ଆକ୍ଟିଭ କେଶ ମାତ୍ର ୩୦ ରହିଛି । ଆଜି ଚିହ୍ନଟ ଆକ୍ରାନ୍ତ ଜଣଙ୍କ ବାସୁଦେବପୁର ବ୍ଲକ ବରଣ୍ଡୁଆ ପଞ୍ଚାୟତର ଜଗବନ୍ଧୁ ନୋଡାଲ ସ୍କୁଲ ଟିଏମ୍‌ସି ଅନ୍ତେବାସୀ । ସେ କର୍ଣ୍ଣାଟକରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ଚିହ୍ନଟ ପରେ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସ୍କୁଲ ପରିସରକୁ କଣ୍ଟେନମେଣ୍ଟଜୋନ ଓ ପଞ୍ଚାୟତକୁ ବଫରଜୋନ ଘୋଷଣା କରିଛନ୍ତି । ସେହିପରି ୧୪ ଦିନ ଧରି କଣ୍ଟେନମେଣ୍ଟ ଓ ବଫରଜୋନ କଟକଣା ସମୟସୀମା ପୂରଣ କରିଥିବା ଭଦ୍ରକ ବ୍ଲକର ବ୍ରହ୍ମପୁର ପଞ୍ଚାୟତ ବଫରଜୋନ ଓ କୁଣ୍ଡିବାଗ ଗ୍ରାମ କଣ୍ଟେନମେଣ୍ଟଜୋନ କଟକଣାମୁକ୍ତ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.