Home ଓଡ଼ିଶା ଭଗବାନ ଭରସାରେ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ, ମାଗଣା ଚିକିତ୍ସା ସେବା ଏଠି ପ୍ରହସନରେ ପରିଣତ

ଭଗବାନ ଭରସାରେ ଟିଟିଲାଗଡ଼ ସରକାରୀ ମୁଖ୍ୟ ଚିକିତ୍ସାଳୟ, ମାଗଣା ଚିକିତ୍ସା ସେବା ଏଠି ପ୍ରହସନରେ ପରିଣତ

145

ଟିଟିଲାଗଡ଼ ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସବ୍ଡିଭିଜନାଲ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବରୁ ସାମାନ୍ୟ ରୋଗ ଟିଏ ପାଇଁ ବାଧ୍ୟ ହୋଇ ବଲାଙ୍ଗୀର, ବୁର୍ଲା ଯାଇ ହଇରାଣ ହେବା ନେଇ ଅସନ୍ତୋଷ ସୃଷ୍ଟି ହେଉଛି। ବଲାଙ୍ଗୀର ଜିଲ୍ଲାର ମୁଖ୍ୟ ସବ୍ଡିଭିଜନ ଭାବେ ଟିଟିଲାଗଡ଼ ମାନ୍ୟତା ପାଇଥିବା ସତ୍ୱେ ଓ ଏହି ଅଞ୍ଚଳ ମରୁଡି,ଦାଦନ ପ୍ରବଣ ହୋଇଥିବା ଓ ଆଜିସୁଧା ସଚେତନତା ର ଅଭାବ ଯୋଗୁଁ ସାଧାରଣ ଲୋକେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ବର୍ଷା ଋତୁ ବା ରଥଯାତ୍ରା ପାଳନ ସମୟରେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିଯାଇଥିବା ଶ୍ରମିକ ଫେରି ନିଜ ଗ୍ରାମ କୁ ଆସିଥାନ୍ତି ଓ ବର୍ଷା ଶେଷ ହେବା ମାତ୍ରେ ପୁନଃ ଚାଲିଯାଇଥାନ୍ତି। ତେବେ ଏହି ସମୟରେ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତର ଖାନାକୁ ଆସି ଚିକିତ୍ସା ଅଭାବରୁ ବିଭିନ୍ନ ଦୂର ଦୁରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ର ଶିକାର ହେବା ତଥା ରାୟପୁର ଓ ବିଶାଖାପାଟଣା କୁ ଯିବା ସାର ହେଉଛି। ସରକାର ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ କୋଟି, କୋଟି ଟଙ୍କା ବ୍ୟୟ ବରାଦ କରିବା ସତ୍ୱେ ତାହା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଉପଖଣ୍ଡ ସରକାରୀ ମୂଖ୍ୟ ଚିକିତ୍ସାଳୟ ଜଣେ ମାତ୍ର ଭେଷଜ ବିଶେଷଜ୍ଞ ଥିବା ଓ ବର୍ତ୍ତମାନ ଉକ୍ତ ଡାକ୍ତର ଛୁଟିରେ ଥିବା ଯୋଗୁଁ ସାଧାରଣ ଅକଥନୀୟ ଦୁର୍ଦ୍ଦଶା ର ଶିକାର ହେବା ସାର ହେଉଛି। ସେହିପରି ଅସ୍ତିଶଲ୍ୟ, ଆଖି, କାନ, ନାକ ଓ ଗଳା, ଚର୍ମରୋଗ ବିଭାଗ, ମନୋଚିକିସକ,ଅସ୍ତ୍ରୋପଚାର, ପରି ବିଭିନ୍ନ ପଦପଦବୀ ମାନ ଖାଲିପଡିରହିଥିବା ବେଳେ ଅନେକ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିରହିବା ନେଇ ବାରମ୍ବାର ବିଭିନ୍ନ ଅନୁଷ୍ଠାନ ତରଫରୁ ଦୃଢ଼ ଦାବି ହୋଇଆସୁଛି। ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକେ ଆସି ଉପଯୁକ୍ତ ଚିକିତ୍ସା ସେବା ପାଇ ନ ପାରି ଭଗବାନ ଭାରସାରେ ପଡିରହିବା ଓ କେବଳ ନାମକୁ ମାତ୍ର କେତୋଟି ସାଲାଇନ ଓ ଇଂଜେକସନ ଦେଇ ଅନ୍ୟତ୍ର ଚଳିଯାଇଥାନ୍ତି। ନୂତନ ଏମ ବି ବି ଏସ ଡାକ୍ତର ଦାଇତ୍ୱ ରେ ଥିବା ବେଳେ ସେମାନେ ନିଜ ଅସହାୟତା ପ୍ରକାଶ କରିଛନ୍ତି। ଏପରିକି ଶହେ ଶଯ୍ୟା ବିଶିଷ୍ଟ ଏହି ଡାକ୍ତର ଖାନା ର ସମସ୍ତ ବେଡ଼ ପୂରଣ ଥିବା ବେଳେ ଉପର ଷ୍ଟେୟାର କର୍ମଚାରୀ ଙ୍କ ଅଭାବ ଥିବା କହି ସମସ୍ତ ଉପକରଣ ସହ ତାଲା ପକାଇ ଚଡ଼ିଦେବାରୁ ଲୋକେ ବାଧ୍ୟତାମୂଳକ ଭାବେ ଅଗଣା ରେ ଗଡ଼ିବା ସାର ହେଉଛି। ରୋଗୀ ଙ୍କୁ ଦୁଇ ଓଳି ଖାଦ୍ୟପେୟ ର ବ୍ୟବସ୍ଥା ଥିବା ସତ୍ୱେ ଏଠି ଉକ୍ତ ଯୋଜନା କାର୍ଯ୍ୟକାରୀ ନ ହେବା ବେଡ଼ସିଟ ପରି ଆବଶ୍ୟକୀୟ ଉପକରଣ ରୁ ବଂଚିତ ହୋଇରହିଛନ୍ତି । ଆଖ, ପାଖ ଅଞ୍ଚଳରୁ ଦୈନିକ ଝାଡା, ବାନ୍ତି ଓ ମ୍ୟାଲେରିଆ ଜ୍ଵର ରେ ଅନେକ ଅକ୍ରାନ୍ତ ହୋଇ ଏହି ଡାକ୍ତର ଖାନା ଆସି ଅନ୍ୟତ୍ର ସ୍ଥାନାନ୍ତର ହେଉଥିବା ଅଭିଯୋଗ ହେଉଛି। ଏପରି କି ଡାକ୍ତର ଖାନା ପରିସରରେ ଖୋଲା, ଖୋଲି ଭାବେ ଆଉଟ ଡୋର ପଛପଟେ ଡାକ୍ତର ଙ୍କ ପରାମର୍ଶ କ୍ରମେ ହଜାର, ହଜାର ଟଙ୍କା ର ଅନାବଶ୍ୟକ ରକ୍ତ ପରୀକ୍ଷା ଅଳରେ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଆସୁଛି।ଗତ ଦିନରେ ଡାକ୍ତର ଖାନାର ବିଭିନ୍ନ ପ୍ରକାର ଜରୁରୀକାଳୀନ ଏହି ପଦ ପଦବୀ ମାନ ତୁରନ୍ତ ପୁରଣ କରିବା ନିମନ୍ତେ ଜନସେବା ସଙ୍ଘ ତରଫରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ ପ୍ରକାଶ ସହ ଲିଖିତ ଭାବେ ମୁଖ୍ୟମନ୍ତ୍ରୀ ଓ ବିଭିନ୍ନ ଉଚ୍ଚ ପଦାଧିକାରୀ ଙ୍କ ନିକଟକୁ ଦସ୍ତଖତ ସମ୍ବଳିତ ଦାବିପତ୍ର ମାନ ପ୍ରେରଣ କରାଯାଇଛି।

Exif_JPEG_420

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.