Home ଜିଲ୍ଲା ପରିକ୍ରମା ବ୍ରହ୍ମଗୀର ବ୍ଲକ୍ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା

ବ୍ରହ୍ମଗୀର ବ୍ଲକ୍ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା

98

ପୁରୀ ୩-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରୀ ବ୍ଳକ୍ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସ୍ୱତନ୍ତ୍ର ପଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ୍ ସମୀକ୍ଷା ବୈଠକରେ ବିଜୁ ସେତୁ ଯୋଜନା ଅନ୍ତର୍ଗତ ୭ ଟି ସେତୁ ତିନି କୁଦି, ସିରୁଳି କରମଳା ନିକଟସ୍ଥ ୨ ଟି ସେତୁ ପଥରପଦା, ନିଖିଳ ଗୋବିନ୍ଦ ପୁର, କୁଆପଦା, ଚାଷପଡା ନିକଟସ୍ଥ ସେତୁ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚାଷ ପଡା କୁଆପଦା ଓ ସିରୁଳି କରମଳା ନିକଟସ୍ଥ ସେତୁ କାମ ଖୁବ୍ ଶୀଘ୍ର ଆରମ୍ଭ ହେବ।ଅନ୍ୟ ସେତୁ ଗୁଡିକ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ସହ ମଞ୍ଜୁ ପାଣ୍ଠିର ପ୍ରଭାବୀ ପରିଚାଳନା ଉପରେ ଦାସବର୍ମା ଗୁରୁତ୍ୱାରୋପ କରିଛନ୍ତି। ସେହିଭଳି ବାରମ୍ବାର ଅବଗତ କରାଇବା ପରେ ଠିକ୍ ସମୟରେ କାମ ଶେଷ କରିବାରେ ଅବହେଳା କଲେ ସମ୍ପୃକ୍ତ ଠିକା ଦାର ସଂସ୍ଥା ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରାଯିବ ଓ କେତେକ ସଂସ୍ଥାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ସୂଚନା ଦେଇଥିଲେ। ଗ୍ରାମ୍ୟ ସଡକ ଯୋଜନା ଅଧିନରେ ୩ ଟି ସ୍ଥାନରେ ଏକ କୋଟି ୪୫ ଲକ୍ଷ ଟଙ୍କା ବିନିମୟରେ ୫ କିଲୋମିଟର ରାସ୍ତା ନିର୍ମାର କରାଯାଉଛି। ରାସ୍ତା ନିର୍ମାଣ କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ କରିବା ପାଇଁ ଶ୍ରୀ ଦାସବର୍ମା ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ମୁଖ୍ୟ ମନ୍ତ୍ରୀ ସଡକ ଯୋଜନାରେ ବାଲି ହରଚଣ୍ଡି ଠାରୁ ମୋଟ ଦେଇ ଆଦର୍ଶ ବିଦ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ତିଆରି ଖୁବ୍ ଶ୍ରୀଘ୍ର ଆରମ୍ଭ ହେବ।କୃଷ୍ଣ ପ୍ରସାଦ ବ୍ଲକ ର କେତେକ ଗ୍ରାମ୍ୟ ସଡକ ତିଆରି ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ବୈଠକରେ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.