Home ଓଡ଼ିଶା ମିସନ ଡ୍ରିର୍ମସ ମିସ ଇଣ୍ଡିଆ ୨୦୨୦ ପ୍ରତିଯୋଗୀତାର ଫାଇନାଲରେ ଯୋଡା ଝିଅ ଦିପ୍ତିମୟୀ

ମିସନ ଡ୍ରିର୍ମସ ମିସ ଇଣ୍ଡିଆ ୨୦୨୦ ପ୍ରତିଯୋଗୀତାର ଫାଇନାଲରେ ଯୋଡା ଝିଅ ଦିପ୍ତିମୟୀ

176

ଯୋଡା, ୦୧/୦୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) – ଯୋଡା ଭଳି ଏକ ଉପାନ୍ତ ଅଞ୍ଚଳରେ ଜଣେ ଅନୁସୂଚୀତ ବର୍ଗର ଝିଅ ଦିପ୍ତିମୟୀ ଗୋଚ୍ଛାୟତ ସର୍ବଭାରତୀୟ ସ୍ଥରରେ ଅନୁଷ୍ଠିତ ହେଉଥିବା ମିସନ ଡ୍ରିର୍ମସ ମିସ୍ ଇଣ୍ଡିଆ ୨୦୨୦, ସିଜିନ-୨ ର ଫାଇନାଲ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଅନ୍ ଲାଇନ ମାଧ୍ୟମରେ ୧୪ ହଜାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଦିପ୍ତିମୟୀ ୭୩୮୧ ଖଣ୍ଡ ଭୋଟ ପାଇ ସେମିଫାଇନାଲକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଫେବୃଆରୀ ୨୭ ତାରିଖରେ ଅନୁଷ୍ଠିତ ସେମିଫାଇନାଲରେ ୯୦୮୨ ଖଣ୍ଡ ଭୋଟ ପାଇ ଫାଇନାଲ ରାଉଣ୍ଡ ପାଇଁ ମନୋନୀତ ହୋଇଛନ୍ତି । ଟପ୍‌-୩୦ଙ୍କ ମଧ୍ୟରେ ସେ ରହିଥିବା ବେଳେ ଏହି ଫାଇନାଲ ରାଉଣ୍ଡ ଆସନ୍ତା ସେପ୍ଟେମ୍ବର ମାସ ୧୨ ତାରିଖ ଦିନ ରାଜସ୍ଥାନରେ ଅନୁଷ୍ଠିତ ହେବକୁ ଥିବା ବେଳେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅନ୍‌ଲାଇନରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ଦିପ୍ତିମୟୀଙ୍କ ପିତା ଆନନ୍ଦରାମ ଗୋଚ୍ଛାୟତ ଏବଂ ମାତା ମାଳତୀ ଦେବୀ ଯୋଡା ଇଷ୍ଟ ଟାଟା କମ୍ପାନୀ କଲୋନୀରେ ବାସ କରନ୍ତି । ତାଙ୍କର ପିତା ଟାଟା କମ୍ପାନୀରେ ଜଣେ ଲୋଡର ଅପରେଟର ଭାବେ କାର୍ଯ୍ୟ କରିଥାନ୍ତି । ଦିପ୍ତିମୟୀ ଯୋଡା ସେଣ୍ଟ ଟେରେସା ସ୍କୁଲରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ । ସେ ପାଠ ପଢା ସାଙ୍ଗକୁ ସ୍କୁଲ ପକ୍ଷରୁ ଅନୁଷ୍ଠିତ ବିଭିନ୍ନ ଆଥଲେଟିକ୍ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ବେସ୍ ସୁନାମ ଅର୍ଜନ କରିଛନ୍ତି । ଦିପ୍ତିମୟୀ ଖେଳକୁଦ ସହିତ ଓଡିଶି ନୃତ୍ୟ ଓ ମଡେଲିଙ୍ଗରେ ମଧ୍ୟ ରୁଚି ରଖନ୍ତି । ତାଙ୍କର ସହପାଠି ଏବଂ ଶୁଭେଚ୍ଛୁମାନେ ସେ ଏଥିରେ ସଫଳ ହେବେ ବୋଲି ଦୃଢତା ପ୍ରକାଶ କରିଛନ୍ତି । ମିସ୍ ଇଣ୍ଡିଆ ଫାଇନାଲ ରାଉଣ୍ଡକୁ ଉତ୍ତୀର୍ଣ୍ଣ ହେବା ପରେ ତାଙ୍କ ବିଦ୍ୟାଳୟ ତଥା ଯୋଡା ସହରରେ ଏକ ଉତ୍ସାହ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.