Home ଓଡ଼ିଶା ବେଆଇନରେ ଚାଲୁଥିବା କରତ କଳ ଉପରେ ଚଢ଼ାଉ

ବେଆଇନରେ ଚାଲୁଥିବା କରତ କଳ ଉପରେ ଚଢ଼ାଉ

119

ଭଦ୍ରକ,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦିନକୁ ଦିନ ଛତୁ ଫୁଟିବା ପରି ବେଆଇନ କରତ କଳ ଖୋଲିବାରେ ଲାଗିଛି । ସ୍ଥାନୀୟ ବନ ବିଭାଗର କାର୍ଯ୍ୟାଳୟକୁ ଲାଗି ବେଆଇନ କରତ କଳ ଚାଲିଥିବା ବେଳେ ସବୁ ଦେଖି ମଧ୍ୟ ବନ ଭିଭାଗ ଚୁପ୍‌ ବସିଛି । ବାରମ୍ବାର ଏନେଇ ଅଭିଯୋଗ ହେଉଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉ ନାହିଁ ।

ହେଲେ ଆଜି ସକାଳେ ବାସୁଦେବପୁରରେ ଥିବା ବେଆଇନ କରତ କଳ ଉପରେ ଜିଲ୍ଲା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଏହି ଚଢ଼ାଉରେ ଜିଲ୍ଲା ମାଜିଷ୍ଟ୍ରେଟ ବିଜୟ ସେଠୀଙ୍କ ଉପସ୍ଥିତିରେ ସହକାରୀ ବନ ସଂରକ୍ଷକ ବିଜୟ ମୋହନ ମହାନ୍ତି, ଜିଲ୍ଲା ବନପାଳ ଜଗନାଥ ମିଶ୍ର ପ୍ରମୁଖ ସାମିଲ ଥିଲେ । ଏହି ଚଢ଼ାଉରେ ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶକୁ ଗ୍ୟାସ କଟର ସାହାଯ୍ୟରେ କାଟି ଜବଦ କରାଯାଇଛି । ହେଲେ କରତ କଳର ମାଲିକ ଘଟଣା ସ୍ଥଳରୁ ଫେରାର ହେଇଯାଇଥିବା ଜଣାପଡିଛି । ଏହି ଚଢ଼ାଉରେ ଭଦ୍ରକ ପୋଲିସ ସହାୟତା କରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.