Home ଓଡ଼ିଶା ପ୍ଲାଷ୍ଟିକ ଅଣ୍ଡା ପରେ ବଜାରରେ ପ୍ଲାଷ୍ଟିକ ଅଟା

ପ୍ଲାଷ୍ଟିକ ଅଣ୍ଡା ପରେ ବଜାରରେ ପ୍ଲାଷ୍ଟିକ ଅଟା

332

ଭଦ୍ରକ,୨୭/୦୯,(ଓଡ଼ିଆ ପୁଅ ପି ନାଏକ): ବଜାରରେ ପ୍ଲାଷ୍ଟିକ ଅଣ୍ଡା, ପ୍ଲାଷ୍ଟିକ ଚାଉଳ ପରେ ଏବେ ଅଟାରେ ବି ପ୍ଲାଷ୍ଟିକ ମିଶ୍ରଣ । ତାହା ପୁଣି ପ୍ରତିଷ୍ଠିତ କମ୍ପାନୀ ଆଶୀର୍ବାଦ ଅଟା ପ୍ୟାକେଟରେ । ଏଭଳି ଅଭିଯୋଗ ଆସିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଜଗଦଳପୁର ପଞ୍ଚାୟତ ସରସତିଆ ଗ୍ରାମରୁ । ଏହି ଗ୍ରାମର ଜଣେ ପ୍ରତିଷ୍ଠିତ ତଥା ରାଜ୍ୟପାଳ ପୁରସ୍କାର ଅବସର ପ୍ରାପ୍ତ ଶିକ୍ଷକ ଭାଗୀରଥି ନାୟକ ବଜାରରୁ ନାମିଦାମୀ କମ୍ପାନୀର ଅଟାକୁ ଚକୁଟିବା ପରେ ତାହା ପାଣିରେ ମିଶି ନଥିଲା । ଏହା ସହ ତାହା ରବର ଭଳି ଟାଣି ହୋଇଥିଲା ।

ଏହାସହ ସେଥିରୁ ପ୍ଲାଷ୍ଟିକ ଭଳି ଗନ୍ଧ ମଧ୍ୟ ଆସୁଥିଲା । ରୋଷେଇ ଘରେ ପ୍ଲାଷ୍ଟିକ ଅଟା ବାହାରିବା ପରେ ଏବେ ଆତଙ୍କିତ ହୋଇପଡିଛନ୍ତି ଉକ୍ତ ପରିବାର ସହ ସ୍ଥାନୀୟ ଲୋକେ । ତେବେ ଏଭଳି ଏକ ଦାମୀ ବ୍ରାଣ୍ଡର ଅଟାର ନମୁନା ଯାଞ୍ଚ କରି ଏହାର ସତ୍ୟତା ସାମ୍ନାକୁ ଆଣିବା ପାଇଁ ଦାବି କରିଛନ୍ତି ଅଭିଯୋଗକାରୀ । ତେବେ ସତରେ ଅଟାରେ କମ୍ପାନୀ ପକ୍ଷରୁ ପ୍ଲାଷ୍ଟିକ ମିଶାଯାଇଛି ନା ଏହାର ନକଲି ପ୍ରଡ଼କ୍ଟ ବଜାରରେ ବିକ୍ରି ହେଉଛି ତାହା ଏବେ ପ୍ରଶ୍ନବାଚି ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.