ପୁରୀ ୧୫-୬ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଅହମଦାବାଦରେ ବିମାନ ଦୁର୍ଘଟଣା ସାରା ଦେଶ ବାସୀଙ୍କୁ ସ୍ତବ୍ଧ କରିଦେଇଛି। ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ତେବେ ଏଭଳି ଦୁଃଖଦ ଘଟଣାକୁ ନେଇ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଲୁକା ଚିତ୍ର ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ସୁଦର୍ଶନ ବିମାନ ଦୁର୍ଘଟଣାର ପ୍ରତିକୃତି କୁ ଅତି ନିଖୁଣ ଭାବରେ ବାଲିରେ ତିଆରି କରିଛନ୍ତି। ତେବେ ଏହି ବାଲୁକା ଚିତ୍ରକଳାକୁ ଦେଖିବାକୁ ବହୁ ପର୍ଯ୍ୟଟକଙ୍କ ଭିଡ ହୋଇଥଲା। ପର୍ଯ୍ୟଟକମାନେ ବିମାନ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।