Home ଓଡ଼ିଶା ବିଭିନ୍ନ ଦାବି ପୂରଣ ନେଇ ସହର ପରିକ୍ରମା କଲା ଆଦିବାସୀ ମେଳି

ବିଭିନ୍ନ ଦାବି ପୂରଣ ନେଇ ସହର ପରିକ୍ରମା କଲା ଆଦିବାସୀ ମେଳି

432

ବ୍ରହ୍ମପୁର,୦୧/୧୦,(ଓଡ଼ିଆ ପୁଅ ପି ନାଏକ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଆଦିବାସୀ ଭାରତ ମହାସଭା ପକ୍ଷରୁ ବିଶାଳ ଆଦିବାସୀ ମେଳି ସହ ରାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଦିବାସୀ ଭାରତ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ, ସର୍ବ ଭାରତୀୟ ସଂଯୋଜକଙ୍କ ସହିତ ବହୁତ ଆଦିବାସୀ ନେତା ଯୋଗ ଦେଇଥିଲେ । ଏହାସହ ରାଜ୍ୟର ସମସ୍ତ ଆଦିବାସୀ ଅଞ୍ଚଳରୁ ପ୍ରାୟ ୧୫୦୦ ଆଦିବାସୀ ଏକାଠି ହୋଇଥିଲେ । ନିଜର ପାରମ୍ପରିକ ଅସ୍ତ୍ରକୁ ଧରି ଭଞ୍ଜନଗର ସହରକୁ ପରିକ୍ରମା କରିଥିଲା ଏହି ଆଦିବାସୀ ମେଳି।

ଜଙ୍ଗଲ ଅଧିକାର ଆଇନ ୨୦୦୬ ଅନୁସାରେ ଆଦିବାସୀଙ୍କ ସ୍ୱାର୍ଥରେ ଜମି ପଟ୍ଟା ପ୍ରଦାନ, ମଦ ମାଫିଆ, କାଜୁ ମାଫିଆ, ଜମି ମାଫିଆଙ୍କ ଇଙ୍ଗିତରେ ହେଉଥିବା ପୋଲିସ୍ ର ଗୁଣ୍ଡାଗିରି ବନ୍ଦ କରିବା, ଆଦିବାସୀଙ୍କୁ ଜାତିଗତ ପ୍ରମାଣପତ୍ର ଶୀଘ୍ର ପ୍ରଦାନ କରିବା, ରାସ୍ତା ଘାଟ, ପାନୀୟ ଜଳ,ଗୁଣାତ୍ମକ ଶିକ୍ଷା, ଉନ୍ନତ ମାନ ର ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ସହ ପାରମ୍ପରିକ ଖାଦ୍ୟ ଏବଂ ନୃତ୍ୟ ଗୀତର ସଂରକ୍ଷଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଏହି ସବୁ ଦାବି ପୂରଣ କରିବାକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.