Home ଜିଲ୍ଲା ପରିକ୍ରମା ବିଧାୟକ ଙ୍କ ଅଙ୍ଗରକ୍ଷୀ ଓଏଏସ ପାଇଲା ପରେ ମାଲକାନଗିରିରେ ବିପୁଳ ସମ୍ବୋର୍ଦ୍ଦନା

ବିଧାୟକ ଙ୍କ ଅଙ୍ଗରକ୍ଷୀ ଓଏଏସ ପାଇଲା ପରେ ମାଲକାନଗିରିରେ ବିପୁଳ ସମ୍ବୋର୍ଦ୍ଦନା

509

ମାଲକାନଗିରି,୨୨ା୧୨ (ଓଡିଆ ପୁଅ ) ଇଛା ଶକ୍ତି ଓ ଉଦ୍ୟମ ଦ୍ୱାରା ଅସାଧ୍ୟ କାମ ସାଧ୍ୟ ହୋଇପାରେ ବୋଲି ବିଧାୟକ ଙ୍କ ଅଙ୍ଗରକ୍ଷୀ ଭାବେ କାର୍ଯ୍ୟକରୁଥିବା ଜଣେ କନେଷ୍ଟ ବଳ ଓଏଏସ ପରୀକ୍ଷାରେ କୃତକାର୍ଯ୍ୟ ହାସଲକରି ମାଲକାନଗିରି ଜିଲ୍ଲାର ଗୌରବ ପାଲଟିଛନ୍ତି । ନୀଳାଦ୍ରୀ ବିହାରୀ ଦାଡିଆ ଜଣେ ପରଜା ଆଦିବାସୀ ସଂପ୍ରଦାୟର ସେ ଗତ୨୦୦୨ ମସିହାରେ ମାଲକାନଗିରି ଜିଲ୍ଲାରେ କନେଷ୍ଟବଳ ଚାକିରୀରେ ଯୋଗଦେଇଥିଲେ ।୨୦୦୩ ମସିହାରେ ହାଇଦ୍ରାବାଦରେ ଗ୍ରେହାଉଣ୍ଡ ତାଲିମନେଇ ମାଲକାନଗିରି ଜିଲ୍ଲାରେ ମାଓ ଅପରେସନରେ ଯୋଗଦେଲେ ।୨୦୦୯ରେ ସେ ସ୍ୱତନ୍ତ୍ର ସୁରକ୍ଷା ବିଭାଗରେ ତାଲିମନେଇ କୋରାପୁଟ ବିଧାୟକ ଝିନ ହିକକା ଙ୍କ ଅଙ୍ଗରକ୍ଷୀ ଭାବେ କାମକରୁଥିଲେ । ନିଜକାର୍ଯ୍ୟ ସଫଳତାର ତୁଲାଇବାସହିତ ସେ ଇଗ୍ନୋରେ ସ୍ନାତକ ଡିଗ୍ରୀହାସଲକରିବା ପରେ ଏଏଏସଆଇ ଭାବେ ପ୍ରମୋଶନ ପାଇଥିଲେ । ପରେ୨୦୧୭-୧୮ମସିହାରେ ସେ ପ୍ରଥମଥର କରି ଓଏଏସ ପରୀକ୍ଷା ଦେଇଥିଲେ । ତାଙ୍କର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ୯୭ରେଙ୍କରେ ଓଏଏସ ରେ ସ୍ଥାନରହିଛି । ମାଲକାନଗିରି ଜିଲ୍ଲାର ଜଣେ ପରଜା ଆଦିବାସୀ ଯୁବକ ଓଏଏସ ପାଇଥିବାରୁ ମାଲକାନଗିର ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛି । ନୀଳଦ୍ରୀ ଆଜି ମାଲକାନଗିରି ଠାରେ ତାଙ୍କ ପରିବାର ସହିତ  ପହଁଚିଲାପରେ ବସଷ୍ଟାଣ୍ଡ ଠାରୁ ପୁଲିସ ସହକର୍ମୀ ଓ ସହରବାସୀ ମାନେ ଆତସବାଜୀ ଫୁଟାଇ ବାଜା ବଜାଇ ପୁସ୍ପଗୋଛ ଦେଇ ବିପୁଳ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇ ତାଙ୍କୁ ସୋଭାଯାତ୍ରାରେ ସହରପରିକ୍ରମା କରି ତାଙ୍କ ଘରକୁ ପାଛୋଟି ନେଇଥିଲେ । ସେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଚାକିରି ପାଇଲେ ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ, ଗରିବଙ୍କ ସେବା ପ୍ରତି ଅଧିକ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.