Home ଓଡ଼ିଶା ବିଧାୟକଙ୍କ ଦ୍ୱାରା ରଣପୁରରେ ନୂଆ ରୂପରେ ନୂଆସ୍ମାର୍ଟ କାର୍ଡ ବଣ୍ଟନ

ବିଧାୟକଙ୍କ ଦ୍ୱାରା ରଣପୁରରେ ନୂଆ ରୂପରେ ନୂଆସ୍ମାର୍ଟ କାର୍ଡ ବଣ୍ଟନ

45

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୧୨- ସାରା ରାଜ୍ୟରେ ସମସ୍ତ ଗରିବ ମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାପାଇଁ ସରକାର ଆରମ୍ଭ କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାନ ଯୋଜନା । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଚ୍ୟୁଆଲ୍ ଭାବରେ ନୟାଗଡ ଜିଲ୍ଲାରେ ଡିସେମ୍ବର ୧୪ ତାରିଖରେ ନୂଆ ରୂପରେ ନୂଆସ୍ମାର୍ଟ କାର୍ଡ ବଣ୍ଟନ କରିବା ପରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ରଣପୁରରେ ସ୍ମାର୍ଟକାର୍ଡ ବଣ୍ଟନ କରିଥିବା ଜଣାପଡିଛି । ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ବାଘ ସାମନ୍ତ ଖେଲ ପଡିଆରେ ରଣପୁରର ୧୫ ଗୋଟି ୱାର୍ଡର ୧୦ ଜଣ ଲେଖାଏଁ ହିତାଧିକାରୀଙ୍କୁ ନୁଆ ସ୍ମାର୍ଟକାର୍ଡ ବଣ୍ଟନ କରିଥିବା ଜଣାପଡିଛି ।  ପରବର୍ତ୍ତୀ ପଯ୍ୟାୟରେ ୧୫ ଡିସେମ୍ବରରୁ ୧୯ ଡିସେମ୍ବର ପର୍ଯ୍ୟନ୍ତ ସାନଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ନୂଆଗାଁ ବାବା ଆଖଣ୍ଡଳମଣୀ କଲ୍ୟାଣ ମଣ୍ଡପ ଓ ପାମ୍ପଡା ପ୍ରାଥମିକ ବିଦ୍ୟାଳୟରେ ନୂଆ ସ୍ମାର୍ଟକାର୍ଡ ବଣ୍ଟନର କାର୍ଯ୍ୟକ୍ରମ ରହିଅଛି ।

ସେହିଭଳି ଭାବରେ ରଣପୁର ବ୍ଲକର ୩୭ ଗୋଟି ଗ୍ରାମ ପଞ୍ଚାୟତରେ ବିଧାୟକଙ୍କ ଦ୍ୱାରା ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରାଯାଇଛି । ଏହି ନୂଆ ସ୍ମାର୍ଟକାର୍ଡ ମାଧ୍ୟମରେ ପ୍ରତ୍ୟେକ ହିତାଧିକାରୀ ପରିବାର ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ମାନଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ମାଗଣା ସ୍ୱାସ୍ଥ୍ୟ ସେବା ମିଳିପାରିବ । କେହି ଅର୍ଥ ଅଭାବରେ ଚିକିତ୍ସା ନପାଇ ମୁତ୍ୟୁ ବରଣ କରିବେ ନାହିଁ ବୋଲି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଥିଲେ । ଏଥିରେ ସାଂସଦ ପ୍ରତିନିଧି ପ୍ରଭାତ କୁମାର ଦଳବେହେରା , ସ୍ୱର୍ଣ୍ଣପ୍ରକାଶ ରାଉତରାୟ , ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର , ଅଧକ୍ଷା ନିରୂପମା ପ୍ରଧାନ , ଉପାଧକ୍ଷ ପ୍ରଶାନ୍ତ ନାୟକ , ରଣପୁର ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ବିଶି , ଅତିରିକ୍ତ ତହସିଲଦାର ଅଶୋକ ପଟ୍ଟନାୟକ ଓ ଡାକ୍ତର ବୈଦ୍ୟନାଥ ନନ୍ଦ ଙ୍କ ସମେତ ୧୫ ଟି ୱାର୍ଡର ବହୁ ହିତାଧିକାରିଣୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.