Home ଜିଲ୍ଲା ପରିକ୍ରମା ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

48

ନବରଙ୍ଗପୁର ୧୮/୧ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡୁମୁଣିଗୁଡା ଗ୍ରାମର ଯଦୁ ସିଂ (୫୦) ଙ୍କର ବିଦ୍ୟୁତ ଆଘାତରେ ବୁଧବାର ଅପରାହ୍ନରେ ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ ଡାବୁଗାଁ ଥାନା ଅଧୀନ ଡୁମୁଣିଗୁଡା ଗ୍ରାମର ଯଦୁ ସିଂ ଆଜି ଅପରାହ୍ନ ୪ ଘ. ସମୟରେ ନିଜ ମକା ଜମିରେ କିଛି କାଠ ଧରି ଗୋଟିଏ ଜାଗାରୁ ନେଇ ଅନ୍ୟ ସ୍ଥାନକୁ ନେଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ବିଦ୍ୟୁତ ଆଘାତ ଲାଗିବାରୁ ସେ ତଳେ ପଡିଯାଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏନେଇ ମୃତକର ପୁଅ ପ୍ରକାଶ ସିଂ ଡାବୁଗାଁ ଥାନାରେ ଏତଲା ଦେଇଥିଲେ। ଉକ୍ତ ଏତଲାକୁ ଭିତ୍ତି କରି ଥାନା ସହ-ନିରୀକ୍ଷକ ଚନ୍ଦନ ସାହୁ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଗୁରୁବାର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଥାନା କେସ ନଂ ୩/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.