Home ଓଡ଼ିଶା ବିଦ୍ୟୁତ ଏସଡିଓଙ୍କ ସରାକାରୀ କାର୍ଯ୍ୟାଳୟ ଘେରାଉ ଅହେତୁକ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଶତାଧିକ ହିତାଧିକାରୀଙ୍କ...

ବିଦ୍ୟୁତ ଏସଡିଓଙ୍କ ସରାକାରୀ କାର୍ଯ୍ୟାଳୟ ଘେରାଉ ଅହେତୁକ ବିଦ୍ୟୁତ କାଟ ସମସ୍ୟାକୁ ନେଇ ଶତାଧିକ ହିତାଧିକାରୀଙ୍କ ସହିତ ଘେରାଉରେ ସାମିଲ ହେଲେ ଖଡିଆଳ ବିଧାୟକ

459

ଖଡିଆଳ/ନୂଆପଡା-୦୬.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡା ଜିଲ୍ଲା ଖଡିଆଳରେ ଘନ ଘନ ବିଦ୍ୟୁତ କାଟ ହେଉଛି। ଲୋକେ ଅହେତୁକ ବିଦ୍ୟୁତ କାଟ ତ୍ରସ୍ତ ହୋଇଗଲେଣି। ଅହେତୁକ ବିଦ୍ୟୁତ କାଟ ପାଇଁ ବିଦ୍ୟୁତ ବିଭାଗ ଏସଡିଓ ବାପୁଜୀ ପ୍ରଧାନଙ୍କୁ ପଚାରିଲେ ତୁମେ ପ୍ରଥମେ ବିଲ ପୈଠ କର ତାପରେ ମୋପାଖରେ କଥାବାର୍ତ୍ତା ହେବ ବୋଲି ଧମକ ପରି ବ୍ୟବହାର ଦେଖାଉଥିବାର ଅଭିଯୋଗ କରିଛନ୍ତି ହିତାଧିକାରୀ। ଘନ ଘନ ବିଦ୍ୟୁତ କାଟକୁ ଖୋଦ ନବ ନିର୍ବାଚିତ ବିଧାୟକ ଅଧିରାଜ ପାଣିଗ୍ରାହୀ ବିରୋଧ କରିଛନ୍ତି। ଗୁରୁବାର ବିଧାୟକଙ୍କ ନେତୃତ୍ୱରେ ଶତାଧିକ ହିତାଧିକାରୀ ଖଡିଆଳରେ ଥିବା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ଗ୍ରୀଷ୍ମମାସରେ ସକାଳୁଆ କାର୍ଯ୍ୟାଳୟ ହେଉଥିବା ବେଳେ ଏସଡିଓ ବାପୁଜୀ ପ୍ରଧାନ ୧୦ ଟା ସମୟରେ କାର୍ଯ୍ୟାଳୟକୁ ଆସିଥିଲେ। ଖଡିଆଳରେ ଘନ ଘନ ବିଦ୍ୟୁତ କାଟ ର ସ୍ଥାୟୀ ସମାଧାନ ପାଇଁ ଏସଡିଓ ବାପୁଜି ପ୍ରଧାନ ଙ୍କ ସହିତ ଆଲୋଚନା କରିଥିଲେ। ବିଭିନ୍ନ ସମସ୍ୟା ର ଆଲୋଚନା ପରେ ଏସଡିଓ ଏକ ଲିଖିତ ପ୍ରତିଶ୍ରିତି ଦେଲାପରେ ଆନ୍ଦୋଳନ କୁ ସ୍ଥଗିତ କରାଯାଇଥିଲା। ଏହି ପ୍ରତିଶ୍ରୁତି ଅନୁଯାୟୀ ଖଡିଆଳରେ ଏକ ଦ୍ୱିତୀୟ ଲାଇନର ବ୍ୟବସ୍ଥା ଏସଡିଓ ୧୫ ଦିନ ଭିତରେ କରିବେ। ଏହା ପାଇଁ ଆବଶ୍ୟକୀୟ ଲୋକ ସ୍ଥାନୀୟ ଠିକାଦାର ପୱନ ଅଗ୍ରୱାଲ ଯୋଗାଇବେ ବୋଲି ଆଲୋଚନାରେ ନିଷ୍ପତି ହୋଇଥିଲା। ଏହି ଦ୍ୱିତୀୟ ଲାଇନ ହେଲେ ସହରରେ ଘନ ଘନ ବିଦ୍ୟୁତ କାଟ କମିବ ବୋଲି ନିଜେ ଏସଡିଓ ପ୍ରକାଶ କରିଥିଲେ। ପୁଣି ଖଡିଆଳ ସହରରେ ସମସ୍ତ ଟ୍ରାନ୍ସଫରର୍ମର ଏବି ସୁଇଚ କାମ କରିନଥରବାରୁ ତାହା ବଦଳାଇବାକୁ ପଡିବ ବୋଲି ଏସଡିଓ ଜଣେଇଥିଲେ। ବିଧାୟକ ଅଧିରାଜ ପାଣିଗ୍ରାହୀ ତାଙ୍କ ପାଣ୍ଠିରୁ ୮୦ ଗୋଟି ଏବି ସୁଇଚ ଖଚ୍ଚ ୮ ଲକ୍ଷ ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହି ଏବି ସୁଇଚ ବଦଲାଇବା କାମ ମଧ୍ୟ ୧୫ ଦିମ ମଧ୍ୟରେ କରିବା ଠିକାଦାର ଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଧାୟକ ଖଡିଆଳ ସହରରେ ଥିବା ଲାଇନକୁ କେବୁଲରେ ବଦଲାଇବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବାଦୀ ଠାରେ ନିର୍ମିତ ଷ୍ଟକଚର କୁ କାର୍ଯ୍ୟକ୍ଷମ କରିବାକୁ ଏସଡିଓ ଙ୍କୁ ବିଧାୟକ ନିର୍ଦ୍ଦେଶ ଦେଇଥିଲେ। ଅଂଚଳର ବହୁଯାଗାରେ ଟ୍ରନ୍ସଫରର୍ମର ଲାଗିଥିଲେ ମଧ୍ୟ ସଂଯୋଗ ହେଉନଥିବାରୁ ଏହାକୁ ଶିଘ୍ର ସଂଯୋଗ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଯଦି ଆବଶ୍ୟକୀୟ ଅର୍ଥ ଆବଶ୍ୟକ ହୁଏ ତେବେ ବିଧାୟକ ଯୋଗାଇବେ ବୋଲି ଏସଡିଓ ଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତି ପର୍ଯ୍ୟାୟରେ ଖଡିଆଳର ଗ୍ରାମଂଚଳ ସମେତ ବୋଡେନ ସିନାପାଲି ରେ ମଧ୍ୟ ସମସ୍ତ ଙ୍କ ବିଦ୍ୟୁତ ସମସ୍ୟା ଦୁର କରିବା ପାଇଁ ଏସଡିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଯଦି ୧୫ ଦିନ ମଧ୍ୟରେ ଆଲୋଚନା କରାଯାଇଥିବା ବିଦ୍ୟୁତ ସମସ୍ୟା ର ସମାଧାନ ନ ହୁଏ ତେବେ ସେଥିପାଇଁ ଏସଡିଓ ପନିସମେଂଟ ଭୋଗୀବାକୁ ମଧ୍ୟ ପଡିବ ବୋଲି ବୋଲି ରୋକଠୋକ ବିଧାୟକ ଚେତାବନୀ ଦେଇଥିଲେ। ଏହି ଘେରଉରେ ବିଶିଷ୍ଟ ଶିଳ୍ପପତି ତଥା ମାରଚେଂଟ ଆସୋସିଏସନର ଅଧ୍ୟକ୍ଷ ରଶ୍ମିରଞ୍ଜନ ଚଳାନ, ବରିଷ୍ଠ ଆଇନଜୀବୀ ବିଶ୍ୱଜିତ ପାଢୀ, ସମାଜସେବୀ ଜିତେନ୍ଦ୍ର ନାଥ ପଟ୍ଟାନୟକ, ଜିଲ୍ଲା ପରିଷଦ ସଦସ୍ୟ ଉଜ୍ଜଳ ଗୁପ୍ତା (ବାବୁ), ସୁଜିତ ପାତ୍ର, ସୁରେନ ଶର୍ମା, ରାଜୁ ନାଇଖୋର, ବିଷ୍ଣୁ ବାରିକ, ଝଶୋବନ୍ତ ହଂସ, ହେମନ୍ତ ଅଗ୍ରୱାଲ, ମୁଳଚନ ଅଗ୍ରୱାଲ, ପ୍ରଶାନ୍ତ ସାହୁ, ଦ୍ରୁବା ଖମାରୀ, ବିକି ଶରାଫ, ବଂଟି ଶୁକ୍ଲା, ସୋନୁ ସଂଘଲ, ବିକାଶ ଅଗ୍ରୱାଲ, ସୁରେନ୍ଦ୍ର କୁମାର, ସନ୍ତୋଷ ପଟ୍ଟନାୟକ, ଶବ୍ୟଶାଚି ପାଢୀ, ସୁନୀଳ କୁମାର ନାଗ, ଅକ୍ଷୟ ନନ୍ଦ, ଶିବ ଅଗ୍ରୱାଲ, ରାଜୁ ଛାବଡା, ରୋହିତ ତ୍ରୀବେଦୀ ସମେତ ସତାଧିକ ଯୁବକ ସାମିଲଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.