Home ଓଡ଼ିଶା ବିଜେପିର ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟରେ ଦୁଇ ଲକ୍ଷ ଚାଷୀଙ୍କୁ ସଦସ୍ୟ କରାଇବ...

ବିଜେପିର ସଙ୍ଗଠନ ପର୍ବ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ ରାଜ୍ୟରେ ଦୁଇ ଲକ୍ଷ ଚାଷୀଙ୍କୁ ସଦସ୍ୟ କରାଇବ ବିଜେପି କୃଷକ ମୋର୍ଚ୍ଚା

120

ଭୁବନେଶ୍ୱର, ତା.୨୮/୦୭ (ଓଡ଼ିଆ ପୁଅ) : ବିଜେପିର ‘‘ସଂଗଠନ ପର୍ବ ସଦସ୍ୟତା ଅଭିଯାନ ୨୦୧୯’’ ଅନୁଯାୟୀ ବିଜେପିର ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ସାରା ରାଜ୍ୟରେ ଆରମ୍ଭ ହୋଇଛି। ଏହି ମର୍ମରେ କୃଷକ ମୋର୍ଚ୍ଚା ତରଫରୁ ରାଜ୍ୟର ୨ ଲକ୍ଷ ଚାଷୀଙ୍କୁ ନୂତନ ସଦସ୍ୟତା ପ୍ରଦାନ କରାଯିବ। ରାଜ୍ୟ କାର୍ଯ୍ୟାଳୟଠାରେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀ ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଦସ୍ୟତା ଅଭିଯାନ ବୈଠକରେ ଏହି ନିଷ୍ପତି ଗ୍ରହଣ କରାଯାଇଅଛି।

ଏହି ବୈଠକରେ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ଡ. ଶମ୍ଭୁ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟରେ ଚାଷୀ ଓ ଚାଷ ସହ ଯୋଡି ହୋଇଥିବା ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସଦସ୍ୟତା କରାଇବା ପାଇଁ ଆହ୍ୱାନ ଦେଇଛନ୍ତି।

ରାଜ୍ୟ ଉପସଭାପତି ତଥା କୃଷକ ମୋର୍ଚ୍ଚାର ପ୍ରଭାରୀ ଶ୍ରୀ ସମୀର ମହାନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କୃଷକ କଲ୍ୟାଣ ଯୋଜନା ସଂପର୍କରେ ସାଧାରଣ ଚାଷୀଙ୍କୁ ଅବଗତ କରାଇ ବୁଥ୍ ସ୍ତରରେ ସୋମନଙ୍କୁ ଦଳ ସହ ଯୋଡିବା ପାଇଁ ମତ ଦେଇଥିଲେ।

ସମସ୍ତ କାର୍ଯ୍ୟକର୍ତାମାନଙ୍କୁ ଏହି ସଦସ୍ୟତା ଅଭିଯାନରେ ସାମିଲ ହୋଇ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟ କରିବାକୁ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପ ସଭାପତି ଶ୍ରୀ ମହେଶ୍ୱର ସାହୁ ଆହ୍ୱାନ ଦେଇଥିଲେ।

କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ସୁରଥ ବିଶ୍ୱାଳଙ୍କ ସଚଂଳନାରେ ଏହି ବୈଠକରେ ବିଜେପି ରାଜ୍ୟ ସଦସ୍ୟତା ପ୍ରଭାରୀ ଶ୍ରୀ ଅନନ୍ତ ନାୟକ, ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରଣୀ ସଦସ୍ୟ କୃଷ୍ଣ ଜଗଦେବ, ସୁକାନ୍ତ ପାଣିଗ୍ରାହୀ, ଶୁଭ୍ରାଂଶୁ ମୋହନ ପାଢୀ ଓ ଅଶୁଂମାନ ମହାନ୍ତି, ମୋର୍ଚ୍ଚାର ରାଜ୍ୟ ସଦସ୍ୟତା ପ୍ରମୁଖ ଶ୍ରୀ ହୃଷିକେଶ ଜେନା, ସହ ପ୍ରମୁଖ ଶ୍ରୀ ରାଜକିଶୋର ମେଣ୍ଡଲି, ରାଜ୍ୟ ସାଧାରଣ ସଂପାଦକ ସମୀର ପାତ୍ର ଓ ରବିନାରାୟଣ ମହାପାତ୍ର, ରାଜ୍ୟ ଉପସଭାପତି ବିବିନ୍ ଦାସ, ଶ୍ରୀରଜଂନ ମଙ୍ଗରାଜ, ପ୍ରଦୀପ ସାହ, ଦିଲ୍ଲୀପ ସ୍ୱାଇଁ, ରଜତ ମାଦଳା, ରାଜ୍ୟ ସଂପାଦକ ଅଶୋକ ମହାନ୍ତି, ଲିଙ୍ଗରାଜ ବାରିକ, ସକୁନ୍ତଳା ମହାପାତ୍ର, ବିଶ୍ୱଜିତ୍ ସ୍ୱାଇଁ ଓ ବିକ୍ରମ ରାଉତରାୟଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି, ଜିଲ୍ଲା ସଦସ୍ୟତା ପ୍ରମୁଖ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ ସଂଯୋଜକମାନେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.