Home ଓଡ଼ିଶା ମାଓବାଦୀଙ୍କ ଶହୀଦ ସପ୍ତlହ ପାଳନ: ବାଲିଗୁଡାରେ ସରକାରୀ ବସ ଯାତାୟତ ବନ୍ଦ

ମାଓବାଦୀଙ୍କ ଶହୀଦ ସପ୍ତlହ ପାଳନ: ବାଲିଗୁଡାରେ ସରକାରୀ ବସ ଯାତାୟତ ବନ୍ଦ

137

ବାଲିଗୁଡା, 28/7.(ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ଆଜି ଠାରୁ ଅଗଷ୍ଟ 3ତାରିଖ ପର୍ଯନ୍ତ ମାଓବାଦୀ ଙ୍କ ପକ୍ଷରୁ ଶହୀଦ ସପ୍ତlହ ପାଳନ କରା ଯାଉଛି। ସରକାରୀ ଗାଡି ଗୁଡିକୁ ମାଓବାଦୀ ମାନେ ଜାଳି ଦେଉଥିବା ବହୁ ନଜିର ରହିଛି, ଏହାକୁ ଦୃଷ୍ଟି ରେ ରଖି ସତର୍କ ହୋଇଛି ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ, ଆଜି ରବିବାର ଠାରୁ ବାଲିଗୁଡା ଦେଇ ଯାଉଥିବା ସମସ୍ତ ସରକାରୀ ବସ ଯାତାୟତ ବନ୍ଦ ରହିଛି। ବାଲିଗୁଡା ଦେଇ ଯାଉଥିବା ଫୁଲବାଣୀ ଠାରୁ ବେଲଘର, ଲଣ୍ଡାଗାଁ, ଲଙ୍କାଗଡ଼, ଜୟପୁର, ଓ ଭୁବନେଶ୍ୱର ଠାରୁ ଭବାନୀ ପାଟଣା, କୋରାପୁଟ ସୁନାବେଡା, ଯାଉଥିବା ଉଭୟ ପଟର ବସ ଯାତାୟତ କୁ ଓଏସଆରଟିସି ତରଫରୁ ସପ୍ତାହ ପର୍ଯନ୍ତ ବନ୍ଦ କରି ଦିଆ ଯାଇ ଥିବା ବିଷୟ ସ୍ଥାନୀୟ ଶାଖା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।ତେବେ ଘରୋଇ ବସଗୁଡିକ ଯାତାୟତ କରୁଥିବା ଜଣାପଡିଛି, ଏ ନେଇ ସୁରକ୍ଷା ବ୍ୟବସ୍ଥା କୁ କଡାକଡ଼ି କରାଯାଇ ଥିବା ବିଷୟ ପୋଲିସ ବିଭାଗ ପକ୍ଷରୁ କୁହାଯାଇଛି, ।ଏହା ଫଳରେ ବିଭିନ୍ନ ସ୍ଥାନକୁ ଯାତାୟାତ ବାଧା ପ୍ରାପ୍ତ ହେବା ସହ ଯାତ୍ରୀ ମାନେ ନାନା ହଇରାଣ ହେବାର ଆଶଙ୍କା ଦେଖା ଦେଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.