Home ଓଡ଼ିଶା ବିଜେପିର ନିର୍ବାଚନ ସଭା : ନବୀନଙ୍କୁ ଟାର୍ଗେଟ୍ କଲେ ଉମାଭାରତୀ

ବିଜେପିର ନିର୍ବାଚନ ସଭା : ନବୀନଙ୍କୁ ଟାର୍ଗେଟ୍ କଲେ ଉମାଭାରତୀ

435

ପୁରୀ, ୧୯/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଆଉ ୪ ଦିନ ପରେ ନିର୍ବାଚନ। ତିନିଦିନ ମଧ୍ୟରେ ଦଳର ସ୍ଥିତିକୁ କଳେବଳେ କୌଶଳେ ସୁଦୃଢ କରିବାକୁ ହେବ। ଏଥିପାଇଁ ପୁରୀକୁ ଛୁଟୁଛନ୍ତି ହେବିୱେଟ୍ ନେତା। ସାକ୍ଷୀଗୋପାଳ ପରେ ପେଣ୍ଠକଟାରେ ମତ୍ସ୍ୟଜୀବୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିଛନ୍ତି ବିଜେପି ନେତ୍ରୀ ଶୁଶ୍ରୀ ଉମାଭାରତୀ। ନିର୍ବାଚନକୁ ଆଉ ମାତ୍ର ୪ ଦିନ କିଭଳି ପାରୀହେବେ ନିର୍ବାଚନ ବୈତରଣୀ ଆରମ୍ଭ ହୋଇଯାଇଛି ଟକ୍କର। ପୁରୀକୁ ଯେନତେନ ପ୍ରକାରେ ଅକ୍ତିଆର କରିବାକୁ ପଡିବ। ବିଜେପିର ୧୨୦ ମିଶନକୁ ସଫଳ କରିବାକୁ ପଡିବ। ଏଭଳି ଲକ୍ଷରେ ପୁରୀରେ ନିର୍ବାଚନ ପ୍ରଚାର କରିଛନ୍ତି। ଶୁଶ୍ରୀ ଉମାଭାରତୀ। ମୁଖ୍ୟମନ୍ତ୍ରୀ ଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଉମା। ଗାଦି ଛାଡିବାକୁ ରଣ ହୁଙ୍କାର ଦେଇଛନ୍ତି। ନବୀନ ଦାଦା ଦୀର୍ଘାୟୁ ହୁଅନ୍ତୁ, ସ୍ୱାସ୍ଥ୍ୟ ଭଲ ରହୁ, ସର୍ବଦା ପ୍ରସନ୍ନ ରୁହନ୍ତୁ। ହେଲେ ମୁଖ୍ୟମନ୍ତ୍ରୀ ଭାବେ ନ ରୁହନ୍ତୁ ତାଙ୍କ ସରକାର ବି ନରହୁ ଓଡ଼ିଶାରେ। ଭାଜାପା ସରକାର ରହୁ ବୋଲି ପେଣ୍ଠକଟାରେ ଏକ ସାଧାରଣ ସଭାରେ ଏଭଳି କହିଛନ୍ତି ଉମା। କେନ୍ଦ୍ରୀୟ ଯୋଜନାର ଲାଭ ଏଠାରେ ପହଚୁଂନାହିଁ। ଜଳସଂଶାଧନ ଓ ସ୍ୱଚ୍ଛତା ମନ୍ତ୍ରଣାଳୟର ମନ୍ତ୍ରୀ ଥିବା ସମୟରେ ମଧ୍ୟ ଓଡିଶାରେ ଏହାର ଲାଭ ପହଚିଂନାହିଁ। ଏଠାରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେବା ସହ ଲୋକସଭା ପ୍ରାର୍ଥୀ ସମ୍ବିତ୍ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି। ୨୩ ବର୍ଷ ଧରି ବିଜେଡ଼ିର ଗଡ ଭାବେ ଥିବା ପୁରୀରେ ପଦ୍ମ ଫୁଟାଇବା ପାଇଁ ମତ୍ସ୍ୟଜୀବୀଙ୍କ କାର୍ଡ ଖେଳିବାକୁ ପଛାଇନାହିଁ ବିଜେପି। ଫିଲ୍ମ ଷ୍ଠାର୍ ଓ ବିଜେପି ନେତାଙ୍କୁ ଆଣି ନୋଳିଆ ବସ୍ତିର ମତ୍ସ୍ୟଜୀବୀଙ୍କୁ ପରିବର୍ତ୍ତନର ହାୱାରେ ସାମିଲ୍ କରିବାକୁ ଚେଷ୍ଠା ଚଳାଇଛନ୍ତି। ପ୍ରାୟ ୨୫ବର୍ଷ ହେଲା ପୁରୀ ଆସନ ଦଖଲ କରିଛି ବିଜେଡି। ୨୩ ବର୍ଷ ଧରି ମହେଶ୍ୱର ମହାନ୍ତି ବିଧାୟକ ଭାବେ ଗଡ ସମ୍ବାଳିଥିବା ବେଳେ ସାଂସଦ ଭାବେ ପିନାକୀ ମିଶ୍ର ରହିଛନ୍ତି। ଏହି ଗଡ ଭାଙ୍ଗିବା ପାଇଁ ବିଜେପି ଚଳାଇଛି ରଣନୀତି, ପ୍ରଥମେ ସେବାୟତ ଓ ପରେ ମତ୍ସ୍ୟଜୀବୀଙ୍କ ଉପରେ ପୁରା ଦୃଷ୍ଟି। ପେଣ୍ଠକଟା ଓ ବାଲି ନୋଳିଆ ସାହିର ମତ୍ସ୍ୟଜୀବୀଙ୍କୁ ଆକର୍ଷିତ କରିବା ଲାଗି ଆନ୍ଧ୍ରରୁ ଆସିଥିଲେ ବହୁ ନେତା ଓ ଚଳଚିତ୍ର ତାରକା। ଗୋଟିଏ ପଟେ ନିର୍ବାଚନ ତ ଆଉ ଗୋଟିଏ ପଟେ ତେଲୁଗୁ ଚଳଚିତ୍ର ତାରକାଙ୍କ ଜଲୱା। ସମ୍ବିତ୍ ପାତ୍ର ମଧ୍ୟ ତେଲୁଗୁରେ ଗୀତ ଗାଇବା ସହ ଭାଷଣ ଦେଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା। ମତ୍ସ୍ୟଜୀବୀଙ୍କ ପାଇଁ ବିଜେଡି କିଛି କରିନଥିବା ଅଭିଯୋଗ କରିଥିଲେ ସମ୍ବିତ୍। ତେବେ ବିଜେପିର ଏଭଳି ଗୋଟିଚାଳନା ବିଜେଡି ପାଇଁ କେତେଦୂର ଘାତକ ସାବିତ୍ ତାହା ଉପରେ ରହିବ ସମସ୍ତଙ୍କ ନଜର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.