Home ଓଡ଼ିଶା ବିଜୁ ଯୁବ ବାହିନୀ ପକ୍ଷରୁ ମହିଳାଙ୍କ ପାଇଁ ଇଣ୍ଟରନେଟ ସାଥୀ

ବିଜୁ ଯୁବ ବାହିନୀ ପକ୍ଷରୁ ମହିଳାଙ୍କ ପାଇଁ ଇଣ୍ଟରନେଟ ସାଥୀ

462

ଗଞ୍ଜାମ,୨୧/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଘର ଘର ବୁଲି ମହିଳାଙ୍କୁ ମୋବାଇଲ୍ ସମ୍ପର୍କରେ ବୁଝାଉଛନ୍ତି ଇଣ୍ଟରନେଟ୍ ସାଥୀ । ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ଯୋଜନା ଲୋକଙ୍କ ନିକଟରେ ପହଞ୍ଚିବା ଏବଂସରକାରଙ୍କ ପାଖରେ ସେମାନଙ୍କର କଣ ରହିଛି ଆପତ୍ତି ଅଭିଯୋଗ ସେନେଇ ଜଣାଇବା ପାଇଁ ଏହି ଇଣ୍ଟରନେଟ୍ ସାଥୀଙ୍କୁ ନିଯୁକ୍ତି କରାଯାଇଛି । ବିଶେଷ କରି ମହିଳା ମାନେ ସବୁ ତଥ୍ଯ ଜାଣିବା ଆବଶ୍ୟକତାକୁ ଆଖିରେ ରଖି ବିଜୁ ଯୁବ ବାହିନୀ ଓ ଡିଜିଟାଲ ସୋସାଇଟି ପକ୍ଷରୁ ଏହି ଇଣ୍ଟରନେଟ୍ ସାଥୀଙ୍କୁ ନିଯୁକ୍ତି କରାଯାଇଛି।

ମହିଳାମାନେ ଆଗ୍ରହ ସହ ଦେଖୁଛନ୍ତି ଓ ଶୁଣୁଛନ୍ତି । ଏହା ଦେଖିବାକୁ ମିଳୁଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ୍ ବି.ତୁରୁବୁଡି ଗାଁରେ । ଏହି ବ୍ଳକ୍ ର ୨୫ଟି ପଞ୍ଚାୟତରେ ୪୨ ଜଣ ଇଣ୍ଟରନେଟ୍ ସାଥୀ ନିଯୁକ୍ତି ପାଇଛନ୍ତି । ଏମାନଙ୍କ କାମ ହେଲା ଫୋନ୍ ଜରିଆରେ କିପରି ସରକାରଙ୍କ ଯୋଜନା ସମ୍ପର୍କରେ ଜାଣିବେ ସେନେଇ ମହିଳାମାନଙ୍କୁ ଅବଗତ କରାଇବା । ସେଥିପାଇଁ ପ୍ରତ୍ୟେକ ଜଣଙ୍କୁ ଦୁଇଟି ସ୍ମାର୍ଟ ଫୋନ୍ ଦିଆଯାଇଛି । କିପରି ଫଟୋ ଉଠାଇବା ସହ ସରକାରୀ ତଥ୍ୟକୁ ସହଜରେ ପାଇପାରିବେ ସେନେଇ ଜଣାଯାଉଥିବା କହିଛନ୍ତି ବିଜୁ ଯୁବ ବାହିନୀର ସଂଯୋଜକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.