Home ଓଡ଼ିଶା ବିଜୁ ଏକ୍ସପ୍ରେସ ରାସ୍ତାରେ ନିୟୋଜିତ ମେସିନ ଚାପାରେ ଶ୍ରମିକର ମୃତ୍ୟୁ

ବିଜୁ ଏକ୍ସପ୍ରେସ ରାସ୍ତାରେ ନିୟୋଜିତ ମେସିନ ଚାପାରେ ଶ୍ରମିକର ମୃତ୍ୟୁ

22

କଳାହାଣ୍ଡି (ଓଡ଼ିଆ ପୁଅ) କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ଖମାରହଳଦୀର ବିଜୁ ଏକ୍ସପ୍ରେସ ରାସ୍ତାରେ ନିୟୋଜିତ ମେସିନ ଜଣେ ଲୋକଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ଜଣଜ ହେଲେ ଧର୍ମଗଡ଼ ଥାନା ଅନ୍ତର୍ଗତ ଛେଣ୍ଡିଆ ଗ୍ରାମର ଚମାର ନିଆଲ (୫୫) ବୋଲି ଜଣାପଡିଛି। ସୂଚନାମତେ ଚମାର ନିଆଲ ବିଜୁ ଏକ୍ସପ୍ରେସ ରାସ୍ତା କାମରେ ଦୀର୍ଘଦିନ ଧରି ଶ୍ରମିକ ଭାବରେ କାମ କରୁଥିଲେ। ରାସ୍ତାରେ ନିୟୋଜିତ ମେସିନ ରାସ୍ତାରେ ପଡିରହିଥିବା ମେଟାଲ ଗୁଡିକୁ ସମାନ କରୁଥିବା ସମୟରେ ଏପରି ଦୁର୍ଘଟଣା ଘଟିଛି। ସହାୟତା ପାଇଁ ସ୍ଥାନୀୟ ଲୋକେ ଶବଟିକୁ ରାସ୍ତାରେ ମଝିରେ ରଖି ଦୀର୍ଘ ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଗୋଳାମୁଣ୍ଡା ପୋଲିସ ଆଇ ଆଇ ସି ଯୁଗଳ ଶବର ତାଙ୍କର ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ବୁଝା ସୁଝା କଲାପରେ ଧାରଣରୁ ଓହରି ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.