Home Top News ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ ଲିଗ୍‌ କ୍ରିକେଟ୍‌ ମ୍ୟାଚ ପାଇଁ ବିକ୍ରି ହେବ ୩୪ ହଜାର ଟିକେଟ୍‌

ବାରବାଟୀ ଷ୍ଟାଡିୟମରେ ଲିଜେଣ୍ତ ଲିଗ୍‌ କ୍ରିକେଟ୍‌ ମ୍ୟାଚ ପାଇଁ ବିକ୍ରି ହେବ ୩୪ ହଜାର ଟିକେଟ୍‌

81

କଟକ:୧୭/୯ (ଓଡ଼ିଆ ପୁଅ/ ଅଭୟ ଜେନା) ବାରବାଟୀ ଷ୍ଟାଡ଼ିୟମରେ ଆସନ୍ତା ୨୬ ତାରିଖରୁ ଆୟୋଜିତ ହେବାକୁ ଯାଉଛି ଲିଜେଣ୍ତ ଲିଗ କ୍ରିକେଟ ମ୍ୟାଚ୍। କ୍ରିକେଟରୁ ଅବସର ନେଇଥିବା ତଥା ପ୍ରତିଷ୍ଠିତ ଖେଳାଳିଙ୍କୁ ନେଇ ଆୟୋଜିତ ଏହି କ୍ରିକେଟ ଲିଗର ୩ଟି ମ୍ୟାଚ କଟକ ଠାରେ ଆସନ୍ତା ୨୬, ୨୭ ଓ ୨୯ ତାରିଖରେ ଅନୁଷ୍ଠିତ ହେବ। ଏଥିରେ ୪ଟି ଟିମ ଭାଗ ନେବେ। ଏହି ମ୍ୟାଚ ଗୁଡ଼ିକର ସଫଳତା ନେଇ ଆଜି ଓସିଏ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଖେଳାଳି ମାନଙ୍କର ଭୁବନେଶ୍ୱରରେ ରହଣି ଠାରୁ ଆରମ୍ଭ କରି ବାରବାଟୀ ଷ୍ଟାଡିୟମରେ ଖେଳ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଦିଗରେ ଆଲୋଚନା କରାଯାଇଛି।

ଏଥିପାଇଁ ୩୪ ହଜାର ଟିକେଟ ବିକ୍ରି ପାଇଁ ଯୋଜନା ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟିକେଟ ବିକ୍ରି କରାଯିବାକୁ ସ୍ଥିର ହୋଇଛି। ଦର୍ଶକମାନଙ୍କୁ ଅନ୍‌ଲାଇନ୍‌ ରେ ମଧ୍ୟ ଟିକେଟ ମିଳିବ। ଟିକେଟ ର ମୂଲ୍ୟ ୩୫୦, ୮୫୦ ଓ ୪୮୫୦ ଟଙ୍କା ରଖାଯାଇଛି। ଏହା ଦିନିକିଆ ଓ ଟି-୨୦ ମ୍ୟାଚର ଟିକେଟ ଦର ଠାରୁ କମ୍‌ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବା ନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.