Home ଓଡ଼ିଶା ବାପା ମା’ଙ୍କ ଅନିଚ୍ଛା ସତ୍ତ୍ବେ ପ୍ରେମ ବିବାହ କରିଥିଲେ ସୁଷମା

ବାପା ମା’ଙ୍କ ଅନିଚ୍ଛା ସତ୍ତ୍ବେ ପ୍ରେମ ବିବାହ କରିଥିଲେ ସୁଷମା

906

ନୂଆଦିଲ୍ଲୀ,୦୭/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଭାରତୀୟ ଜନତା ପାର୍ଟିୀ ବରିଷ୍ଠ ନେତା ତଥା ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ନିଧନ ହୋଇଛି। ସୁଷମା ଗତ ତିନି ଦଶକରୁ ବିଜେପିର ମୁଖ୍ୟ ମହିଳା ଚେହେରା ଭାବେ ପରିଚିତ ହେଉଥିଲେ। ସୁଷମା ସ୍ୱରାଜ ବହୁତ ବିବେକ ଏବଂ ଉତ୍ତମ ବ୍ୟକ୍ତିତ୍ୱ ଥିବା ମନ୍ତ୍ରୀ ହେବା ସହିତ ସୁନ୍ଦର ସଂଯମତା ସମ୍ପର୍ଣ୍ଣ ନାରୀ ଥିଲେ। ତାଙ୍କର ଗଭୀର ହୃଦୟ ପାଇଁ ସେ ସାରା ଦୁନିଆରେ ପରିଚିତ ଥିଲେ। ସୂଚନା ଅନୁସାରେ,  ସୁଷମା ସ୍ୱରାଜ ପ୍ରେମ ବିବାହ କରିଥିଲେ। ସେ ସେହି ସମୟରେ ପ୍ରେମ ବିବାହ କରିଥିଲେ ଯେତେବେଳେ ଝିଅ ମାନଙ୍କୁ ପରଦାରେ ଢ଼ଙ୍କା ହୋଇ ରଖାଯାଉଥିଲା।

ସୁଷମା ସ୍ୱରାଜଙ୍କର ଜନ୍ମ ୧୪ ଫେବୃଆରୀ ୧୯୫୨ରେ ହରିୟାଣାର ଅମ୍ବାଲାରେ ହୋଇଥିଲା। ସୁଷମା ସ୍ୱରାଜଙ୍କୁ ବିବାହ ପାଇଁ ପାମ୍ପଡ ବେଲିବାକୁ ପଡିଥିଲା। କାରଣ ଦୁହିଁଙ୍କର ପରିବାର ଏହି ବିବାହ ପାଇଁ ରାଜି ନଥିଲେ। କାରଣ ଏହା ସେତେବେଳର କଥା, ହରିୟାଣାର କୌଣସି ଝିଅ ପ୍ରେମ ତ ଦୂରର କଥା, ପ୍ରେମ ବିବାହ କରିବା ନେଇ ଭାବୁ ବି ନଥିଲେ ।

ସୁଷମା ସ୍ୱରାଜ ଲ’ ପଢୁଥିବା ବେଳେ ସ୍ୱରାଜ କୌଶଲଙ୍କ ସହ ଦେଖା ହୋଇଥିଲା । ଦୁଇ ଜଣଙ୍କ ପ୍ରେମ କାହାଣୀ କଲେଜରୁ ଆରମ୍ଭ ହୋଇଥିଲା । ଏହି ସମୟରେ ସୁଷମା ସ୍ୱରାଜ ଆରଏସ୍ଏସ୍ ସହ ଯୋଡ଼ି ହୋଇଥିଲେ ଓ ସ୍ୱରାଜ କୌଶଲ ସୋସିଆଲିଷ୍ଟ ବିଚାରଧାରକୁ ମାନୁଥିଲେ । ସୁଷମା ସ୍ୱରାଜ ସୁପ୍ରିମକୋର୍ଟ ଓକିଲ ମଧ୍ୟ ରହିଛନ୍ତି । ସୁଷମା ସ୍ୱରାଜ ଓ ସ୍ୱରାଜ କୌଶଲ ଜରୁରୀକାଳୀନ ପରିସ୍ଥିତି ସମୟରେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଏହି ସମୟରେ ଦୁଇ ଜଣଙ୍କ ମଧ୍ୟରେ ସଂପର୍କ ଆହୁରି ବଢିଥିଲା । ଦୁଇ ଜଣ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିବାହ କରିବା ଦୁଇ ଜଣଙ୍କ ପାଇଁ ଏତେ ସହଜ ନଥିଲା । ଦୁଇ ପରିବାରକୁ ମନାଇବା ପାଇଁ ସ୍ୱରାଜ କୌଶଲ ଓ ସୁଷମା ସ୍ୱରାଜଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଏହା ପରେ ୧୩ ଜୁଲାଇ ୧୯୭୫ରେ ଦୁଇ ଜଣ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ତାଙ୍କ ସ୍ୱାମୀଙ୍କ ସରନେମ୍କୁ ନିଜ ନାଁ ସହ ଯୋଡ଼ି ଦେଇଥିଲେ ସୁଷମା । ସୁଷମାଙ୍କ ଝିଅ ବାଂସୁରୀ ଏବେ ଲଣ୍ଡନରେ ଓକିଲାତି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.