Home Top News ବାତ୍ୟା ଅପ୍‌ଡେଟ୍‌ : ପୁରୀରେ ସ୍ଥଳଭାଗ ଛୁଇଁପାରେ : ୯୦ରୁ ୧୦୦ କିମି ବେଗରେ ବହିବ...

ବାତ୍ୟା ଅପ୍‌ଡେଟ୍‌ : ପୁରୀରେ ସ୍ଥଳଭାଗ ଛୁଇଁପାରେ : ୯୦ରୁ ୧୦୦ କିମି ବେଗରେ ବହିବ ପବନ – ଜାଣନ୍ତୁ ବାତ୍ୟା ସମ୍ବନ୍ଧିତ ଅ ରୁ କ୍ଷ

119

– ସମ୍ଭାବ୍ୟ ବାତ୍ୟାକୁ ନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ଏବଂ IMD DG ପ୍ରେସମିଟ୍ କରିଛନ୍ତି।

– ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା – IMD

– ସ୍ଥଳଭାଗ ଛୁଇଁ ପୁନଃ ସମୁଦ୍ରକୁ ପ୍ରତ୍ୟାବର୍ତ୍ତନ କରିପାରେ ବାତ୍ୟା

– ସ୍ଥଳଭାଗ ନିକଟ ହେଲେ ପବନର ବେଗ ୯୦ରୁ ୧୦୦ କିମି ରହିବ

– ପୁରୀ ଜିଲ୍ଲାରେ ଉପକୂଳ ଛୁଇଁପାରେ ବାତ୍ୟା

– ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ।

– ୪ ଏବଂ ୫ ତାରିଖରେ ବର୍ଷା ଓ ପବନ ଅଧିକ ରହିବ।

– ଓଡ଼ିଶାର ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ଅଧିକ ପ୍ରଭାବିତ ହେବ।

– ଉପକୂଳ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଏହି ଜିଲ୍ଳାଗୁଡ଼ିରେ ପ୍ରବଳ ବର୍ଷିବାର ସମ୍ଭାବନା ରହିଛି।

– ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ।

– ୪ ତାରିଖ ଏବଂ ୫ ତାରିଖ ସକାଳ ପର୍ଯ୍ୟନ୍ତ ବର୍ଷା-ପବନ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଏହି ୪ଟି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି।

– ୫ ତାରିଖ ଦିନ ମୟୁରଭଞ୍ଜ, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକ, କଟକ, ଯାଜପୁର, ଜଗତସିଂହପୁରରେ ମଧ୍ୟ ପ୍ରବଳ ବର୍ଷା ହେବ।

– ଜୁଆର : ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ବଡ଼ ଜୁଆର ଆସିବ। ସାଧାରଣତଃ ବାତ୍ୟା ସମୟରେ ପ୍ରାୟ ୪ ମିଟର ଯାଏ ଜୁଆର ଆସିଥାଏ, ଆଉ ୧ ମିଟର ବଢ଼ି ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି।

– ଛୁଟି ବାତିଲ:

ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ରବିବାର ସାପ୍ତାହିକ ଛୁଟିକୁ ମଧ୍ୟ ବାତିଲ କରିଛନ୍ତି ରାଜ୍ୟ ସରକାର। ନିଜ ନିଜ ହେଡକ୍ୱାର୍ଟରରେ ରହିବାକୁ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଛୁଟିରେ ଥିବା କର୍ମଚାରୀଙ୍କୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି।

– ୫ତାରିଖ ମଧ୍ୟାହ୍ନରେ ପୁରୀ ଜିଲ୍ଲା ଓ ଏହାର ଆଖପାଖ ଅଂଚଳ ଅତିକ୍ରମ କରିବ। ୫ ତାରିଖ ମଧ୍ୟାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ। ପବନର ବେଗ ୮୦ରୁ ୯୦ କିମି ରହିବ। ଝଟକା ପବନର ବେଗ ୧୦୦ ରୁ ୧୧୦ କିମି ରହିବ।

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ବନ୍ଦ ହେଲା

ସାମ୍ବାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବକୁ ବନ୍ଦ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ପର୍ଯ୍ୟଟନ ବିଭାଗ। ସୂଚନାଯୋଗ୍ୟଯେ, ଡିସେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା କୋଣାର୍କ ଉତ୍ସବ ଓ ଆନ୍ତର୍ଜାତୀୟ ବାଲୁକା କଳା ଉତ୍ସବ। ଏହା ୫ ଦିନ ଧରି ଚାଲିଥାନ୍ତା। ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ଉତ୍ସବର ତୃତୀୟ ଦିନରେ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଘୁଞ୍ଚିଲା ସିଟି ପରୀକ୍ଷା :

ବାତ୍ୟା ରାଜ୍ୟରେ ଘୁଞ୍ଚିଛି ସିଟି ପରୀକ୍ଷା। ୪ ତାରିଖରେ ହେବାକୁ ଥିବା ପ୍ରଥମ ବର୍ଷର ସିଟି ପରୀକ୍ଷା ପେପରକୁ ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ୭ ଓ ୯ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ତାରିଖରେ ହେବ। ଏନଆରଟିଏସ୍ ଓ ପ୍ରାଇମେରୀ ସ୍କଲାରସିପ୍ ପରୀକ୍ଷା ୬ ଓ ୮ ତାରିଖରେ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

– ତଳିଆ ଅଞ୍ଚଳରେ ପାଣି ପଶିବା ସହିତ କଚ୍ଚାଘର ଗୁଡିକ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଅଛି। ତେଣି ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଉଛି।

– ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପାଇଁ ରାଜ୍ୟ ସରକାର ଆଜି ଅପରାହ୍ନରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥି ସହିତ ଦୁଇ ଦିନ ପାଇଁ ପିଇବାପାଣି ମହଜୁଦ ରଖିବାପାଇଁ ଲୋକଙ୍କୁ କୁହାଯାଇଛି।

– ବର୍ତ୍ତମାନ ଏହା ଘଣ୍ଟା ପ୍ରତି ୩୨ କିମି ବେଗରେ ସ୍ଥଳଭାଗ ଆଡକୁ ମୁହାଉଁଛି ବାତ୍ୟା ଜୱାଦ।

– ଏହି ବାତ୍ୟା ‘ଗୁଲାବ’ଭଳି ଅଧିକ ପ୍ରଭାବଶାଳୀ ହେବ ନାହିଁ।

– ବାତ୍ୟାର ମୁକାବିଲା ପାଇଁ ୩ ଟି ରାଜ୍ୟରେ NDRF ଟିମ୍ ମୁତୟନ ହୋଇଛି ବୋଲି ପ୍ରକାଶ କରିଛନ୍ତି NDRF DG

– ପରିସ୍ଥିତିକୁ ସମ୍ନା କରିବାକୁ NDRF ଟିମ୍ ରିଜର୍ଭ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.