Home ଓଡ଼ିଶା ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୃର୍ତି ଉନ୍ମୋଚନ

ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁରରେ ପାଞ୍ଚ ମହାପୁରୁଷଙ୍କ ପ୍ରତିମୃର୍ତି ଉନ୍ମୋଚନ

54

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୦୩/୧୨- ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଞ୍ଚାୟତ ହାଇସ୍କୁଲ ବ୍ରଜରାଜପୁର ପରିସର ରେ ଉତ୍କଳ ସ୍ୱାଭୀମାନ ମଞ୍ଚ ତରଫରୁ ପାଞ୍ଚ ମହାପୁରୁଷଙ୍କ ପ୍ରତିମୁର୍ତି ଉନ୍ମୋଚନ ଉତ୍ସବ ଡିସେମ୍ବର ୩ ତାରିଖ ମଧ୍ୟାନ୍ନରେ  ଅନୁଷ୍ଠିତ ହୋଇଯାଇଅଛି ।  ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରତିମୁର୍ତି ଉନ୍ମୋଚନ କରିଥିବା ଜଣାପଡିଛି । ପାଞ୍ଚ ମହାପୁରୁଷଙ୍କ ପ୍ରତିମୁର୍ତି ଭିତରେ ରହିଛି ଉତ୍କଳମଣି ଗୋପବନ୍ଧୁ ଦାସ , ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ (ପଠାଣି ସାମନ୍ତ) ,  ନେତାଜୀ ସୁବାଷ ଚନ୍ଦ୍ର ବୋଷ , ଉତ୍କଳ ଗୈାରବ ମଧୁସୂଦନ ଦାସ ଓ ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ।

ମୁଖ୍ୟବକ୍ତା ଭାବରେ ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଧାନୀ ବୃନ୍ଦାବନୀ ମହାପାତ୍ର , ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଇଂ ବେଦାଶିଷ ପଟ୍ଟନାୟକ , ରବି ନାରାୟଣ ମହାନ୍ତି , ବାସୁଦେବ ସାହୁ , ସରପଞ୍ଚ ସୁକାନ୍ତ ସାମନ୍ତରାୟ , ପ୍ରଶନ୍ନ କୁମାର ରଥ  ଓ ତପନ ପଟ୍ଟନାୟକ ଯୋଗ ଦେଇଥିଲେ ।  ମଞ୍ଚ ପରିଚାଳନା କରିଥିଲେ ଉତ୍କଳ ସ୍ୱାଭିମାନ ମଞ୍ଚର ସଭାପତି ରାଧାକାନ୍ତ ଦାସ । ସମ୍ମାନିତ ଅତିଥି ବିଧାୟକ ସତ୍ୟ ନାରାୟଣ ପ୍ରଧାନ ବିଦ୍ୟାଳୟକୁ ୫ଟି ଯୋଜନାରେ ସାମିଲ୍ କରାଯାଇଥିବା କଥା ଘୋଷଣା କରିଥିଲେ । ସମସ୍ତ ଅତିଥି ମାନେ ଉନ୍ମୋଚନ ହୋଇଥିବା ପ୍ରତିମୁର୍ତି ମାନଙ୍କର ସ୍ମୃତିଚାରଣ କରିଥିଲେ । ପୁର୍ବତନ ଶିକ୍ଷକ କିଶୋର ଚନ୍ଦ୍ର ଭଞ୍ଜ , ଲକ୍ଷ୍ମୀଧର ସାମନ୍ତରାୟ ,  ଉଦୟନାଥ ଦାସ , ସେକ୍ ମୁନ୍‌ସେଫ୍ ହୋସେନ୍ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।  ମହାପୁରୁଷ ମାନଙ୍କ ପ୍ରତିମୁର୍ତି ଉନ୍ମୋଚନ ରେ  ଛାତ୍ର ଛାତ୍ରୀ ମାନଙ୍କ ସହି ଅଂଚଳବାସୀ ଆନନ୍ଦିତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.