Home ଜିଲ୍ଲା ପରିକ୍ରମା ବସ୍‌ଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବସ୍‌ଷ୍ଟାଣ୍ଡ ନିକଟରୁ ଝୁଲନ୍ତା ମୃତଦେହ ଉଦ୍ଧାର

28

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବସ୍‌ଷ୍ଟାଣ୍ଡ ନିକଟ ମାର୍କେଟ କମ୍ପେ୍ଲକ୍ସ ଦୋକାନ ସଟର ଷ୍ଟାଣ୍ଡରେ ଝୁଲୁଥିବା ଅବସ୍ଥାରେ ଏକ ମୃତଦେହ ଉଦ୍ଧାର ହୋଇଛି । ବନ୍ତଛକର ବାଲେଶ୍ୱର ବସ୍‌ଷ୍ଟାଣ୍ଡ ନିକଟରେ ଏମିତି ଦୃଶ୍ୟ ଦେଖିବା ପାଇଁ ମିଳିଛି । ଏହିଛକ ରାତି ସାରା ଚଳଚଞ୍ଚଳ ରହୁଥିବାବେଳେ ଦୂରରୁ ଆସୁଥିବା ନାଇଟ୍ କୋଚ୍ ବସ୍‌ଗୁଡିକ ମଧ୍ୟ ରହିଥାଏ । ସହରର ପ୍ରବେଶ ପଥ ହୋଇଥିବାରୁ ପୁଲିସ୍ ମଧ୍ୟ ମୁତୟନ ରୁହନ୍ତି । ତେବେ ସକାଳୁ ଲୋକେ ପୁଲିସ୍‌କୁ ଖବର ଦେଇଛନ୍ତି । ସହରର ଜନଗହଳି ସ୍ଥାନରେ ଏମିତି ଘଟଣା ଘଟିଥିବାରୁ ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମଧ୍ୟ ଆଲୋଚନା ହେଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ବାସୁଦେବପୁର ବ୍ଲକ୍ ଅନ୍ତର୍ଗତ ଦିବାକର ଦାସଙ୍କ ପୁତ୍ର ଅନନ୍ତ ପ୍ରସାଦ (୪୪) । ତେବେ ପୁଲିସ୍ ଶବକୁ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲା ମେଡିକାଲ ପଠାଇଦେଇଛି । ଏବଂ ଏକ ମାମଲା ରୁଜୁ କରି ସ୍ଥାନୀୟ ତଦନ୍ତ ଆରମ୍ଭ କରିଥିବାବେଳେ ସ୍ଥାନୀୟ ଅଂଚଳରର ସିସିଟିଭି ଯାଞ୍ଚ କରିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.