Home ଜିଲ୍ଲା ପରିକ୍ରମା ବସ୍ତି ପିଲାଙ୍କ ସହ ବନ୍ଧୁତ୍ୱ ଦିବସ ପାଳନ କଲେ “ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’

ବସ୍ତି ପିଲାଙ୍କ ସହ ବନ୍ଧୁତ୍ୱ ଦିବସ ପାଳନ କଲେ “ୟୁଥ୍ ଫର ଭଲ୍ୟୁଣ୍ଟାରୀ ୱାର୍କ’

95

ଭୁବନେଶ୍ୱର,୦୬-୦୮ (ଓଡ଼ିଆ ପୁଅ) : ଯୁବ ସମାଜ ବନ୍ଧୁତ୍ୱ ଦିବସକୁ ନିଜ ବନ୍ଧୁମାନଙ୍କୁ ନେଇ ସିନେମା ହଲ୍, ସପିଙ୍ଗ୍ ମଲ୍, ପାର୍କ ଓ ହୋଟେଲ୍ ରେ ପ୍ରଭୃତି ସ୍ଥାନରେ ମୌଜମଜଲିସ୍ ରେ ମନାଇଥାଆନ୍ତି। କିନ୍ତୁ କିଛି ଯୁବକ ମଧ୍ୟ ଏହି ଦିବସଟିକୁ ନିଜ ସାମାଜିକ ମୂଲ୍ୟବୋଧ ରକ୍ଷାକରି ସମାଜର କିଛି ଅବହେଳିତ ଲୋକଙ୍କ ସହ ପାଳନ କରିଥାଆନ୍ତି। ସେହି କ୍ରମରେ ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ ‘ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ବିଶ୍ୱ ବନ୍ଧୁତ୍ୱ ଦିବସ ‘ଆମେ ସମାଜର ବନ୍ଧୁ’ ସ୍ଲୋଗାନ୍ ନେଇ ସ୍ୱେଚ୍ଛାସେବୀମାନେ ନିକୋ ପାର୍କସ୍ଥିତ ନନ୍ଦିନୀ ପଲ୍ଲୀ ମୁଣ୍ଡାସାହି ବସ୍ତିଠାରେ ପାଳନ କରିଥିଲେ। ଅନୁଷ୍ଠାନର ସ୍ୱେଚ୍ଛାସେବୀ ସଦସ୍ୟ / ସଦସ୍ୟାମାନେ ଛୋଟ ପିଲାଙ୍କ ସହ ଭାବ ବିନିମୟ କରିଥିଲେ ଓ ପିଲାମାନେ ଭବିଷ୍ୟତରେ ଥିବା ଲକ୍ଷ୍ୟକୁ କିପରି ହାସଲ କରିବେ ସେ ବିଷୟରେ ଆଲୋଚନା କରିଥିଲେ। ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତା କରାଇ ଉପହାର ପ୍ରଦାନ କରିଥିଲେ। ଏହା ସହ ଖାଦ୍ୟ, ବସ୍ତ୍ର ପ୍ରଭୃତି ପିଲାମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା। ଆଗାମୀ ଦିନରେ ପିଲାମାନଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯିବାର ଯୋଜନା କରାଯାଇଛି ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଥିଲା। ଅନୁଷ୍ଠାନର ସଂଯୋଜକ ମୀର ଅହମ୍ମଦ ଅଲ୍ଲୀଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଓଡ଼ିଆ ସିନେମା ହାସ୍ୟ ଅଭିନେତା ଜ୍ଞାନ, ଟେଲି ଅଭିନେତ୍ରୀ ପୂର୍ବୀ ପ୍ରିୟଙ୍କା, ଅଭିନେତା ଜ୍ୟୋତିରଞ୍ଜନ ସାହୁ, ସମାଜସେବୀ ମେନକା ପରିଡ଼ା, ସମାଜସେବୀ ମଲ୍ଲିକ ଆୱେସ୍, ଅଭିନେତା ଗୋବିନ୍ଦ ଚନ୍ଦ୍ର ସାହୁ, ବିଶ୍ୱିଜିତ୍ ସାହୁ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିହାରିକା ବିଶ୍ୱାଳ, ଅପିଅତା ପଢ଼ିହାରୀ, ଦୀପକ, ହମସର୍ ଖାଁ, ନିର୍ଦ୍ଦେଶକ ଜଗବନ୍ଧୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.