Home ଜିଲ୍ଲା ପରିକ୍ରମା ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସୁରକ୍ଷା ମଞ୍ଚର ଗଣଧାରଣା

ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସୁରକ୍ଷା ମଞ୍ଚର ଗଣଧାରଣା

86

ନୟାଗଡ/୧୪/୧୧(ଓଡିଆ ପୁଅ/ ଆଚାର୍ଯ୍ୟ ବିଶ୍ୱରଂଜନ )-ନୟାଗଡ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ଚାନ୍ଦପୁରଠାରେ ୧୯୫୮ ମସିହାରେ ରଣପୁର ର ରାଣୀ ତଥା ଓଡିଶାର ପ୍ରଥମ ମହିଳା ସ୍ୱାସ୍ଥ୍ୟମନ୍ତ୍ରୀ ୰ ବସନ୍ତ ମଞ୍ଜରୀ ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସ ଆରମ୍ଭ କରାଯାଇଥିଲା। ଓଡିଶା ସହ ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ ଆଦି ଅଂଚଳରୁ ଯକ୍ଷ୍ମା ରୋଗୀମାନେ ଏହିଠାରେ ଚିକିତ୍ସିତ ହୋଇଥାନ୍ତି। ୧୯୧୪ ମସିହା ଫେବୃୟାରୀ ୧୪ ତାରିଖରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯକ୍ଷ୍ମା ସ୍ୱାସ୍ଥ୍ୟ ନିବାସକୁ ସାଧାରଣ ଚିକିତ୍ସାଳୟ ଭାବରେ ଘୋଷଣା କରିଥିଲେ। ସେହି ଫଳକଟି ଏପର୍ଯ୍ୟନ୍ତ ଡାକ୍ତରଖାନା ପରିସରରେ ଦେଖିବାକୁ ମିଳୁନାହିଁ। ଚିକିତ୍ସାଳୟରେ ବ୍ୟାପକ ଅନିୟମିତତା ହେଉଥିବାର ଅଭିଯୋଗ ହେଉଛି। ତାର ପ୍ରତିବାଦରେ ଚାନ୍ଦପୁର, କନ୍ଧନୟାଗଡ, କେରଣ୍ଡାଟାଙ୍ଗି, ରାଇପଡା ଇତ୍ୟାଦି ପଂଚାୟତର ଜନ ସାଧାରଣମାନେ ବସନ୍ତ ମଞ୍ଜରୀ ସ୍ୱାସ୍ଥ୍ୟ ନିବାସ ସୁରକ୍ଷା ମଞ୍ଚ ଗଠନ କରି ଗଣ ଧାରଣା ଦେଇଥିବା ଜଣା ପଡିଛି। ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୧ଦଫା ଦାବି ସମ୍ବଳିତ ଦାବି ପତ୍ର ଅଂଚଳ ବାସୀଙ୍କ ବୃହତର ସ୍ୱାର୍ଥ ଜନିତ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବାକୁ ପ୍ରଦାନ କରିଛନ୍ତି। ଏହି ଗଣ ଧାରଣା ୩ ଦିନ ବ୍ୟାପି ଚାଲିବ ବୋଲି ଜଣା ପଡିଛି। ମେଡିକାଲ ଅଫିସର୍ ନୟାଗଡ ସି.ଡି.ଏମ୍‌.ଓ ଏବଂ ଶରଣକୁଳ ଏସ.ଡି.ପି.ଓ ଏସ୍ ଟପୋ ଘଟଣା ସ୍ଥଳରେ ପହଁଚି ଧାରଣାକାରୀଙ୍କୁ ବୁଝା ସୁଝା କରିଥିବା ଜଣା ପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.