Home ଆନ୍ତର୍ଜାତୀୟ ବ୍ରାଜିଲ ରାଷ୍ଟ୍ରପତି ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

ବ୍ରାଜିଲ ରାଷ୍ଟ୍ରପତି ଏଥର ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି

255

ନୂଆଦିଲ୍ଲୀ: ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋ ୨୦୨୦ ଜାନୁୟାରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।ବ୍ରାଜିଲ ରାଜଧାନୀ ବ୍ରାସିଲିୟାରେ ଚାଲିଥିବା ୧୧ତମ ବ୍ରିକ୍ସ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲ୍ସୋନାରୋଙ୍କ ମଧ୍ୟରେ ହୋଇଥିବା ସାକ୍ଷାତ ଅବସରରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ରଣନୈତିକ ସହଯୋଗ ବୃଦ୍ଧି ଏବଂ ଭାରତରେ ବ୍ରାଜିଲର ପୁଞ୍ଜି ନିବେଶ ଉପରେ ଆଲୋଚନା ହୋଇଥିଲା।ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଜାୟର ବୋଲ୍ସୋନାରୋଙ୍କୁ ଆଗାମୀ ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛନ୍ତି ଏବଂ ଜାୟର ବୋଲ୍ସୋନାରୋ ମଧ୍ୟ ମୋଦିଙ୍କ ନିମନ୍ତ୍ରଣ ସ୍ୱୀକାର କରିଥିବା ଜଣାପଡ଼ିଛି।-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.