Home ଅପରାଧ ବଡ଼ବିଲ ଆହାର କେନ୍ଦ୍ରର ବୋରୱେଲ ଅଚଳ, ଖାଦ୍ୟ ୫କୁ ପାଣି ୨୦, ନାହିଁନଥିବା ଅସୁବିଧାରେ ଜନସାଧାରଣ

ବଡ଼ବିଲ ଆହାର କେନ୍ଦ୍ରର ବୋରୱେଲ ଅଚଳ, ଖାଦ୍ୟ ୫କୁ ପାଣି ୨୦, ନାହିଁନଥିବା ଅସୁବିଧାରେ ଜନସାଧାରଣ

605

ବଡ଼ବିଲ, ତା୧ ଜୁନ (ଓଡ଼ିଆ ପୁଅ/ସୀତାରାମ ଦିଖିତ) କେନ୍ଦୁଝର ଜିଲ୍ଲା ବଡ଼ବିଲ ନୂଆ ବସଷ୍ଟାଣ୍ଡ ଭିତରେ ରହିଥିବା ଆହାର କେନ୍ଦ୍ରର ବୋର ୱେଲ ଅଚଳ ହୋଇପଡିଛି, ଫଳରେ ନାହିଁନଥିବା ଅସୁବିଧାର ଜନସାଧାରଣ। ସାଧାରଣତଃ ଏହି ଆହାର କେନ୍ଦ୍ରକୁ ଖାଦ୍ୟ ଖାଇବାକୁ ଆସୁଥିବା ଲୋକମାନେ ଖାଦ୍ୟ ଖାଇବା ପରେ ପାଣି କିଣି ପିଉଛନ୍ତି। ୫ ଟଙ୍କାରେ ପେଟ ପୁରା ଖାଦ୍ୟ ଖାଇବାକୁ ମିଳୁଥିଲେ ମଧ୍ୟ ପାଣି ପାଇଁ ୧୫ ଟଙ୍କାରୁ ଆରମ୍ଭ କରି ୨୦ଟଙ୍କା ଦେଇ ପାଣି ବୋତଲ କିଣି ପିଇବା ପାଇଁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ଖାଦ୍ୟ ପାଞ୍ଚକୁ ପାଣି ୨୦ ଟଙ୍କା ପଡୁଛି, ଫଳରେ ଲୋକମାନଙ୍କୁ ସରକାରଙ୍କ ଖାଦ୍ୟ ମହଙ୍ଗା ହୋଉଛି। କେତେକ ଲୋକ ବୋରୱେଲ ଅଚଳ ବିଷୟରେ ନଜାଣି ଖାଦ୍ୟ ଖାଇବା ପରେ ପିଇବା ପାଣି ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିଛି। କଥାରେ ଅଛି ଖାଦ୍ୟ ଖାଇବା ପୂର୍ବରୁ ପିଇବା ପାଣି ନିହାତି ଦରକାର, ପାଣି ନମିଳିଲେ ଖାଦ୍ୟ ଖାଇବାରେ ସନ୍ତୁଷ୍ଟ ଲାଗିନଥାଏ। ସେହିପରି ଗରିବ ଶ୍ରେଣୀର ଲୋକମାନେ ଆହାର କେନ୍ଦ୍ରରେ ଖାଦ୍ୟ ଖାଇବା ପରେ ସେଠାରେ ଥିବା ଅପରିଷ୍କାର ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଏବାବଦରେ ଆହାର କେନ୍ଦ୍ର ସୁପର ଭାଇଜରଙ୍କୁ ପଚାରିବାରୁ ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ବଡ଼ବିଲ ପୋୖର ବିଭାଗ କାର୍ଯ୍ୟାଳୟରେ ଜଣାଇଥିଲେ। ହେଲେ ବଡ଼ବିଲ ପୌର ବିଭାଗ ବୋରୱେଲର ମରାମତି ଦିଗରେ ଆବଶ୍ୟକ ପଦକ୍ଷେପ ନେବା ବଦଳରେ ପାଣି ହାଣ୍ଡି ଦେଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ବୋରୱେଲର ମରାମତି କାର୍ଯ୍ୟ କରାଇବା ପାଇଁ ଏଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.