ad
ଓଡ଼ିଶା

ଫନୀ ପରବର୍ତ୍ତୀ ବନୀକରଣ ପାଇଁ ମିଳିତ ଉଦ୍ୟମ ଲୋଡା ବହୁଳ ମାତ୍ରାରେ ବୃକ୍ଷରୋପଣ ହିଁ ସବୁଜ କ୍ଷୟର ଏକମାତ୍ର ବିକଳ୍ପ

ମୁଖ୍ୟାଂଶ:
– ବିପତିରୁ ରକ୍ଷା କରୁଥିବା ବୃକ୍ଷର ରୋପଣ ନିମନ୍ତେ ସମୟର ଆବଶ୍ୟକତା ରହିଅଛି।
– କ୍ଷତିଗ୍ରସ୍ତ ବୃକ୍ଷଗୁଡିକର ରକ୍ଷଣାବେକ୍ଷଣ ଏବଂ ଉପୁଡି ଯାଇଥିବା ଗଛଗୁଡିକର ପ୍ରତିକୂଳ ପ୍ରଭାବ ଉପରେ ସରକାର ଧ୍ୟାନ ଦେବା ଜରୁରୀ।
– ଏକ ଅଭିଯାନ ମାଧ୍ୟମରେ ବହୁଳ ପରିମାଣରେ ବୃକ୍ଷ ରୋପଣ।
– ସରକାରଙ୍କ ଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ୬ ହଜାର ହେକ୍ଟର ଜମିରେ ବୃକ୍ଷରୋପଣ ଆରମ୍ଭ ହେବାର ଯୋଜନା।
– ଜୈବ ଅବଶେଷର ତିଆରି ନିମନ୍ତେ ସ୍ୱତନ୍ତ୍ର ଅବଶେଷର ବ୍ୟବହାର କରାଯାଇପାରିବ।
ଭୁବନେଶ୍ୱର, ୦୬/୦୬ (ଓଡ଼ିଆ ପୁଅ) ଫନୀ ବାତ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକରେ ଅସଂଖ୍ୟ ଗଛ ଉପୁଡିଛି ବା କ୍ଷତିଗ୍ରସ୍ତ ହୋଇଛି। କେବଳ ରାଜଧାନୀ ଭୁବନେଶ୍ୱରରେ ଉପୁଡିଥିବା କିମ୍ବା କ୍ଷତିଗ୍ରସ୍ତ ହୋଇଥିବା ଗଛସଂଖ୍ୟା ୨୦ ଲକ୍ଷରୁ ଅଧିକ। ପୁରୀ-କୋଣାର୍କ ସମୁଦ୍ର ତଟବର୍ତ୍ତୀ ଅଂଚଳରେ ସର୍ବାଧିକ କ୍ଷତିଗ୍ରସ୍ତ ବାଲୁଖଣ୍ଡ ଅଭୟାରଣ୍ୟର ଅର୍ଦ୍ଧାଧିକ ଗଛ ଉପୁଡି ପଡିଥିବା ପ୍ରାଥମିକ ଆକଳନରୁ ଜଣାଯାଇଛି। ଉଦ୍ଭିଦ ଜଗତର ଏହି କ୍ଷତି ଭରଣା ସମସ୍ତଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ପୁରୀ ଜିଲ୍ଲାର ଅଧିକ କ୍ଷତିଗ୍ରସ୍ତ କୃଷ୍ଣପ୍ରସାଦ, ଗୋପ, ବ୍ରହ୍ମଗିରି, ସାତପଡା, ସତ୍ୟବାଦୀ, ନିମାପଡା, ପିପିଲି ସମେତ ଭୁବନେଶ୍ୱର ଓ କଟକ ସହରାଂଳରେ ଉଦ୍ୟାନ କୃଷି ମଧ୍ୟ ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଉପକୂଳ ଅଂଚଳର ମୁଖ୍ୟ ଅର୍ଥକାରୀ ଫସଲ ନଡିଆ, କାଜୁ ବଗିଚା ଓ ଝାଉଁବଣର ଅନେକ କ୍ଷତି ହୋଇଛି। ବାତ୍ୟାରେ କ୍ଷତି ହୋଇଥିବା ଗଛଲତାଙ୍କ ଯୋଗୁ ମୃିର୍ତିକା କ୍ଷୟ, ତାପମାତ୍ରା ଓ ସମୁଦ୍ର ପତନ ବୃଦ୍ଧି, ଓ ବାୟୁ ମଣ୍ଡଳର ଓଜୋନ ସ୍ତରରେ କ୍ଷତି ପହଂଚିବା ଭଳି ସମସ୍ୟା ବ୍ୟାପକ ହେବ, ଏଥିରେ ସନ୍ଦେହର ଅବକାଶ ନାହିଁ।

ଏହି ପରିପ୍ରେକ୍ଷୀରେ ବହୁଳ ମାତ୍ରାରେ ବୃକ୍ଷରୋପଣ ଓ ସେସବୁର ଉପଯୁକ୍ତ ରକ୍ଷଣାବେକ୍ଷଣ ହିଁ ଏକ ମାତ୍ର ବିକଳ୍ପ। ପ୍ରସ୍ତାବିତ ‘ସବୁଜ ଓଡିଶା ଅଭିଯାନ’ କାର୍ଯ୍ୟକ୍ରମର ଅଂଶବିଶେଷଭାବେ ବାତ୍ୟାରେ ଉପୁଡି ପଡିଥିବା ଗଛଗୁଡିକୁ ପୁର୍ନଜୀବନ ଦେବା, ସବୁଜ ବର୍ଜ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତ କରିବା, ଚାରା ପ୍ରସ୍ତୁତି, ରାସ୍ତା କଡ ଓ ବହୁଳ ବନୀକରଣ ଆଦି ଭଳି ପ୍ରାରମ୍ଭିକ ପଦକ୍ଷେପ ନିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଭିଯାନକୁ ସଫଳ ଭାବେ ରୂପାୟନ କରିବା ଦିଗରେ ସରକାର, ସାମାଜିକ ଅନୁଷ୍ଠାନ, ବେସରକାରୀ ସଂସ୍ଥା, ତୃଣମୂଳ ସ୍ତରୀୟ ସଙ୍ଗଠନ, ସାମାଜିକ ଦାୟିତ୍ୱ ତୁଲାଉଥିବା ବ୍ୟବସାୟୀ ଗୋଷ୍ଠୀ ଆଦିମାନଙ୍କର ମିଳିତ ଉଦ୍ୟମ ନିହାତି ଭାବେ ଅପରିହାର୍ଯ୍ୟ।

ବିଶିଷ୍ଟ ପରିବେଶବିତ୍ ପ୍ରଫେସର୍ ରାଧାମୋହାନ କହିଲେ, “ଫନି ହେତୁ ରାଜ୍ୟରେ ଲକ୍ଷ ଲକ୍ଷ ବୃକ୍ଷ ନଷ୍ଟ ହେଇଯାଇଛି କିନ୍ତୁ ଆମେ ବାତ୍ୟାକୁ ସହ୍ୟ କରିପାରୁଥିବା ବୃକ୍ଷ ବିଷୟରେ ଭାବିବା ଜରୁରୀ। କାରଣ ନିକଟ ଭବିଷ୍ୟତରେ ପୁଣି ଥରେ ବାତ୍ୟା ଆସିବାର ସମ୍ଭାବନା ଅଛି। ଗ୍ଲୋବାଲ୍ ୱାଂର୍ମି ଏବଂ ଓଡିଶାର ଜଳବାୟୁ ପରିବର୍ତ୍ତନ ଏହା ପାଇଁ ଦାୟୀ।” ଫନୀ ପରବର୍ତ୍ତୀ ବନୀକରଣ ଅଭିଯାନକୁ ଆଗକୁ ନେବା ପାଇଁ ପୂର୍ବତନ ରାଜ୍ୟ ବିପର୍ଯ୍ୟୟ ମନ୍ତ୍ରାଳୟ ଅଧିକାରୀ ଅରବିନ୍ଦ୍ ବେହେରା, ବିଶିଷ୍ଟ ପରିବେଶବିତ୍ ପ୍ରଫେସର୍ ରାଧାମୋହାନ, ବନ୍ୟବିଭାଗ ନିର୍ଦ୍ଦେଶକ, ନାରିକେଳ ବୋର୍ଡ ସଦସ୍ୟ ଏକ ସୁଦୃଢ କାର୍ଯ୍ୟ ଖସଡା ପ୍ରସ୍ତୁତି ନିମନ୍ତେ ସିୱାଏସ୍ ଡି ସହ ମିଳିତ ଆନୁକୁଲ୍ୟରେ ସାମାଜିକ ସଂଗଠନ ଦ୍ୱାରା ଏକ ଆଲୋଚନାଚକ୍ର ଆୟୋଜିତ ହୋଇଥିଲା। ପ୍ରଫେସର୍ ରାଧାମୋହାନ ପରାମର୍ଶ ଅନୁସାରେ ବାତ୍ୟାକୁ ସହ୍ୟ କରିପାରୁଥିବା ନିମ୍ବ, ପାଟେଳି, ସପ୍ତଫେଣୀ, ପିସ୍ତାବାଦାମ, ଅର୍ଜୁନ, ଜାମୁ, କୁସୁମ, ସୁନାରୀ, ତେନ୍ତୁଳି, ଚମ୍ପା, କଚଂନା ପରି ବୃକ୍ଷର ରୋପଣକରାଯିବା ଦରକାର। ଏହାଛଡା କାଜୁ, ବବୁଲ, ବାଉଁଶ, ଶିଶୁ, ଶାଳ, ପିଆଶାଳ ପରି ବୃକ୍ଷକୁ ବ୍ୟବସାୟୀକ ବୃକ୍ଷ ରୋପଣ ଭାବରେ ଗ୍ରହଣ କରାଯିବା ଦରକାର। ସରକାର ବାତ୍ୟାରେ ଉପୁଡି ପଡିଥିବା ଏବଂ କ୍ଷତିଗ୍ରସ୍ତ ହୋଇଥିବା ଗଛମାନଙ୍କର ଥଇଥାନ କରିବା ଉଚିତ୍, ଏଥିସହ ବାଉଁଶ ଏବଂ କଦଳୀ ଗଛର ବହୁଳଭାବେ ଲଗାଯିବା ଦରକାର।

ବାତ୍ୟା ଭୟରେ ଲୋକମାନେ ଘର ପାଖରେ ଗଛ ଲଗାଇବାକୁ ଚାହୁଁ ନାହାଁନ୍ତି। କିନ୍ତୁ ଘର ପାଖରେ ଗଛ ଲଗାଇବାରେ କୌଣସି ଅସୁବିଧା ନାହିଁ। ଲୋକମାନେ ନିଜ ଘରର ଉତର ଦିଗରେ ବଡ ବଡ ଗଛ ଲଗାଇବା ଅନୁଚିତ୍ କାରଣ ଅଧିକାଂଶ ବାତ୍ୟା ଉତର ତଥା ଉତର -ପଶ୍ଚିମ ଦିଗରେ ହୋଇଥାଏ।

ସିୱାଏସ୍ ଡିର ଫାଉଣ୍ଡର ତଥା ମେଣ୍ଟର ଜଗଦାନନ୍ଦ କହିଲେ, “ଏକ ଅଭିଯାନ ମାଧ୍ୟମରେ ବହୁଳଭାବେ ବୃକ୍ଷ ରୋପଣ ନିହାତି ଦରକାର ଏବଂ କ୍ଷୟ କ୍ଷତିର ଆକଳନ ଏବଂ ଏହାର ଥଇଥାନ ପାଇଁ ସମୟର ଆବଶ୍ୟକତା ରହିଅଛି। ଏଥିପାଇଁ ସରକାର, ସାମାଜିକ ସଂଗଠନ ଏବଂ ବ୍ୟବସାୟୀ ଗୋଷ୍ଠୀଙ୍କର ଆବଶ୍ୟକତା ରହିଅଛି। ଏଥିସହ ଗଛ ଉପରେ ଗୁରୁତ୍ୱ ଦେଇ ସେ କହିଲେ, ୧୯୯୯ରେ ହୋଇଥବା ମହାବାତ୍ୟାରେ ବଚିଂଯାଇଥବା ଗଛ ସବୁ ଏହି ମହାବାତ୍ୟା ଫନିରେ ଧ୍ୱଂସ ହୋଇଯାଇଛି। ଯାହା ଦ୍ୱାରା ହଜାର ହଜାର ଲୋକଙ୍କର ଜୀବିକା ପ୍ରଭାବିତ ହୋଇଅଛି। ତେଣୁ ଏହି ସମସ୍ୟାର ସମାଧାନ ନିମନ୍ତେ ଆମେ ତିନୋଟି ଜିନିଷ ଉପରେ ଗୁରୁ୍ ତ୍ୱ ଦେବାକୁ ହେବ ଯଥା- ଜୀବିକା ହରାଇଥିବା ଲୋକମାନଙ୍କୁ ସ୍ୱାବଲମ୍ବୀ କରାଇବା, ବହୁଳ ମାତ୍ରାରେ ବୃକ୍ଷରୋପଣ କରିବା ଏବଂ ଶିଳ୍ପକାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁରୁ ଜୈବିକ ସାର ପ୍ରସ୍ତୁତ କରିବା ନିତ୍ୟାନ୍ତ ଜରୁରୀ”

ଏହି ଅବସରରେ ମୁଖ୍ୟ ବନ୍ୟ ସଂରକ୍ଷକ(ପି.ସି.ସି.ଏଫ୍ .) ଡଃ. ସନ୍ଦୀପ୍ ତ୍ରିପାଠୀ କହିଲେ, “ସରକାରଙ୍କ ଦ୍ୱାରା ଆଗାମୀ ୫ ବର୍ଷ ମଧ୍ୟରେ ଉପକୂଳବର୍ତ୍ତୀ ଅଂଚଳର ୬ ହଜାର ହେକ୍ଟର ଜମିରେ ବୃକ୍ଷ ରୋପଣ କରାଯିବ। ଏହାଛଡା ୫୦ ଲକ୍ଷ ଚାରା ମାଗଣାରେ ବିତରଣ ହେବା ସହ ୨୫ ଲକ୍ଷ ଚାରା ସହରାଂଚଳରେ ରୋପଣ କରାଯିବ। ସେ ଝାଉଁ ଗଛ ରୋପଣ ଉପରେ ପରାମର୍ଶ ଦେଇ କହିଲେ କି ଝାଉଁଗଛ ପବନର ବେଗ ରୋକିବା ସହ ବାତ୍ୟାକୁ ସମ୍ମୁଖୀନ କରିବାରେ ଏବଂ ପରିବେଷକୁ ସୁରକ୍ଷା ପ୍ରଦାନ କରିବାରେ ଖୁବ୍ ସହାୟକ। ଏଥିସହ ଏହା ବ୍ୟବସାୟୀକ ସଫଳତା ମଧ୍ୟ ପ୍ରଦାନ କରିଥାଏ। ବର୍ତମାନ ରାଜ୍ୟରେ ବାତ୍ୟାକୁ ସମ୍ମୁଖୀନ କରିପାରୁଥିବା ଗଛମାନଙ୍କର ଅଭାବ ଥିବାରୁ ପଡୋଶୀ ରାଜ୍ୟରୁ ଏହା ଆମଦାନୀ କରାଯାଇଛି”।

ବିଶିଷ୍ଟ ପରିବେଶବିତ୍ ସାବରମତୀ ବାତ୍ୟାରେ ପ୍ରଭାବିତ ଅଂଚଳ ଲୋକମାନଙ୍କୁ ପରାମର୍ଶ ଦେଇ କହିଲେ, “ଉପୁଡିପଡିଥିବା ଗଛଗୁଡିକୁ ଜଳାନ୍ତୁ ନାହିଁ କାରଣ ଗଛର ଏହି ଅବଶେଷାଂଶ ଜୈବିକ ସାର ପ୍ରସ୍ତୁତ କରିବାରେ ସାହାର୍ଯ୍ୟ କରିବ। ଏଥିସହ ଜୈବିକ ସାର ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ସେ ବତାଇଥିଲେ”।

ତଳମାଳ ପଚାଂୟତର ସରପଚଂ ତ୍ରିଲୋଚନ ବେହେରା ତାଙ୍କ ଅଂଚଳର ଲୋକମାନଙ୍କ କ୍ଷୟକ୍ଷତି ବିଷୟରେ ଜଣାଇ କହିଲେ, “ଝାଉଁ, କାଜୁ, କଦଳୀ, ଏବଂ ଅନ୍ୟାନ୍ୟ ଗଛ ହଜାର ହଜାର ସଂଖ୍ୟାରେ କ୍ଷତିଗ୍ରସ୍ତ ହୋଇଛି ଯାହାକି ତାଙ୍କ ପଚାଂୟତରେ ଆର୍ଥିକ ସଂଙ୍କଟନ ସୃଷ୍ଟି କରିଛି”।

ଏହି ଅବସରରେ ଓଡିଶାର ପୂର୍ବତନ ସଚିବ ତଥା କେନ୍ଦ୍ରୀୟ ଗ୍ରାମୀଣ ବିକାଶ ସଚିବ ଯୁଗଳ ମହାପାତ୍ର କ୍ଷତିଗ୍ରସ୍ତ ବୃକ୍ଷ ଏବଂ ଏହାର ଫୁନଃଉଦ୍ଧାରଣକୁ ଗୁରୁତ୍ୱ ଦେଇ କହିଲେ, “ ସେ ସାମାଜିକ ଅନୁଷ୍ଠାନକୁ ଏହି ପୁନଃଉଦ୍ଧାରଣ ପ୍ରକ୍ରିୟାକୁ ସକ୍ରିୟ କରିବା ନିମନ୍ତେ ଆଗହ ପ୍ରକାଶ କଲେ ଏବଂ ପରାମର୍ଶ ଦେଇ କହିଲେ ଏହି ବ୍ୟବସ୍ଥା ପାଇଁ ‘କ୍ୟାମ୍ପା’ରୁ ଟଙ୍କା ରାଶି ମଧ୍ୟ ମିଳିପାରିବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡକ ଯୋଜନା ଏବଂ ‘ମନରୋଗା’ ପରି ଯୋଜନା ଗ୍ରୀନ୍ ଡ୍ରାଇଭ୍ କୁ ସମର୍ଥନ କରିବା ସହ ମାନବ, କୌଶଳ ଏବଂ ଆର୍ଥିକ ସମ୍ପଦ ପାଇ ମଧ୍ୟ ସହାୟକ ହେବ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top